ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ

ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍‌ କହିଛନ୍ତି, ଦେଶର ନୂତନ ତାଲିବାନ ଶାସକଙ୍କ ନିରନ୍ତର ସହଯୋଗ ଉପରେ ଏହି ଲକ୍ଷ୍ୟରେ ପହଞ୍ଚିବା ଦରକାର। ନଚେତ୍‌ ଆଫଗାନିସ୍ତାନରେ ଆମେରିକାର ସମୟ ସୀମା ବଢ଼ିବାର ସମ୍ଭାବନା ଅଛି।

ତାଲିବାନ ମଙ୍ଗଳବାର କହିଛି, ଦେଶରୁ ସମସ୍ତ ବିଦେଶୀ ସ୍ଥାନାନ୍ତର ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବା ଉଚିତ୍‌। ହ୍ବାଇଟ ହାଉସ୍‌ରେ ଭାଷଣ ଦେଇ ବାଇଡେନ କହିଛନ୍ତି, ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବଢ଼ିବା ସହ ଆମେରିକା ସେହି ସମୟସୀମା ମଧ୍ୟରେ ସୈନ୍ୟମାନଙ୍କୁ ବାହାରକୁ ଆଣିବା ପାଇଁ ଶୀଘ୍ର କାର୍ଯ୍ୟ କରୁଛି। ସେ କହିଛନ୍ତି, ଆମେ ଯେତେ ଶୀଘ୍ର ଆମର ମିଶନ ଶେଷ କରିପାରିବା ସେତେ ଭଲ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରେଶନର ପ୍ରତ୍ୟେକ ଦିନ ଆମ ସୈନିକମାନଙ୍କ ପାଇଁ ଅତିରିକ୍ତ ବିପଦ ଆଣିଥାଏ।

ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି, ସମୟସୀମା ପୂରଣ କରିବା ପାଇଁ ତାଲିବାନ ସହିତ ନିରନ୍ତର ସମନ୍ବୟ ଗୁରୁତ୍ୱପୂର୍ଣ୍ଣ। ସ୍ବରାଷ୍ଟ୍ର ବିଭାଗକୁ ଏକ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ବାଇଡେନ କହିଛନ୍ତି।

Share