ଆଉ ଶୁଣିବାକୁ ମିଳିବନି କଣ୍ଠ ଶିଳ୍ପୀ ସୁନାମ ସୁନାଙ୍କ ଗୀତ

ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ତଥା କଳାହାଣ୍ଡିର କିଶୋର କୁମାର କୁହାଯାଉଥିବା ଲୋକପ୍ରିୟ ଗାୟକ ସୁନାମ ସୁନା (ମୁନା)ଙ୍କ ଶୁକ୍ରବାର ସକାଳରେ ରାୟପୁରସ୍ଥିତ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ତାଙ୍କ ବିୟୋଗ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ହେବ କିଡ୍‌ନୀଜନିତ ସ୍ବାସ୍ଥ ସମସ୍ୟାଲାଗି ଚିକିତ୍ସିତ ହେଉଥିଲେ। ଗତ ୪ ଦିନ ତଳେ ଭବାନୀପାଟଣା ମାଉସୀ ମନ୍ଦିର ନିକଟରେ ଅନୁଷ୍ଠିତ ଭଜନ ସାରେ ମଧ୍ୟ ତାଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଆମେ କଳାହାଣ୍ଡିଆ ଭେଣ୍ଡିଆ ରସିଆ ପିଲା ଯେତେ, ଆମକେ ଶାଢ଼ୀ ପିନ୍ଧା ଧାଙ୍ଗରି ଭଲ ଗୀତ ଗାଇ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ସମସ୍ତଙ୍କ ହୃଦୟ ଜିତିବା ସହ ବେଶ ଚର୍ଚ୍ଚାକୁ ଆସିଥିଲେ।