ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ

ଭୋପାଲ,୨୭।୧୨: ବଲିଉଡ୍‌ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର ମ୍ୟୁଜିକ ଭିଡିଓ ବଦଳାଇବେ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି । ଏହି ଗୀତକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଅଭିଯୋଗ କରିଥିଲେ ଯେ, ଏହି ଭିଡିଓ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି ଗୀତ ପାଇଁ ସନ୍ନି କ୍ଷମା ମାଗିବା ସହ ୩ ଦିନ ମଧ୍ୟରେ ନ ହଟାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ ।

ମଧ୍ୟପ୍ରଦେଶ ମନ୍ତ୍ରୀ ସାରେଗାମା ସୋସିଆଲ ମିଡିଆରେ ଏକ ଅଫିସିଆଲ ଷ୍ଟେଟମେଣ୍ଟ୍‌ ଜାରି କରିଛନ୍ତି । ଦେଶବାସୀଙ୍କ ଭାବନାକୁ ସମ୍ମାନ ଦେଇ ଆମେ ମଧୁବନ ଗୀତର ନାମ ଏବଂ ଲିରିକ୍ସ ପରିବର୍ତ୍ତନ କରିବୁ। ଆଗାମୀ ୩ ଦିନ ମଧ୍ୟରେ ସମସ୍ତ ପ୍ଲାଟଫର୍ମରେ ପୁରୁଣା ଗୀତକୁ ରିପ୍ଲେସ କରିଦିଆଯିବ ବୋଲି ମ୍ୟୁଜିକ ଲେବଲ ଏହାର ବୟାନରେ ଲେଖିଛନ୍ତି।

 

Share