Categories: ଫୁରସତ

ପୁଅ ଗୁଗ୍‌ଲରେ ମା’ଙ୍କୁ କଲେ ସର୍ଚ୍ଚ, ସତ ଜାଣିବା ପରେ ପାଦତଳୁ ଖସିଗଲା ମାଟି

ପ୍ରତ୍ୟେକ ପିଲା ନିଜ ମା-ବାପାଙ୍କ ସହିତ ବହୁ ଜଡ଼ିତ। ସେମାନଙ୍କ ପାଇଁ ପିଲା ନିଜ ଜୀବନ ବି ଦେଇପାରନ୍ତି। ପ୍ରତ୍ୟେକ ସୁଖ ଦୁଃଖରେ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଯେତେବେଳେ ମା-ବାପା କିଛି ଅସୁବିଧାରେ ପଡ଼ନ୍ତି, ପିଲାମାନେ ବହୁତ ଯନ୍ତ୍ରଣା ପାଆନ୍ତି।

ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଜଣେ ପୁଅଙ୍କ କ୍ଷେତ୍ରରେ। ବ୍ରିଟେନର ଲିଡ୍ସରେ ରହୁଥିବା ୩୦ ବର୍ଷୀୟ ରିସ ମ୍ୟାଡିକ। ତାଙ୍କ ଭାଇ ଆଲାନ ଏବଂ କାରୋଲ ମ୍ୟାଡିକ ଉଭୟ ଶିଶୁ ଥିବାବେଳେ ପୋଷ୍ୟ ସନ୍ତାନ ହୋଇଥିଲେ। କିନ୍ତୁ ତାଙ୍କୁ ତାଙ୍କ ପ୍ରକୃତ ମାତା ଲିଣ୍ଡା ମ୍ୟାକାରିଟିଙ୍କୁ ବେଳେବେଳେ ଦେଖା କରିବାକୁ  ଅନୁମତି ଦିଆଯାଇଥିଲା।

ତାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ମା’ ଡ୍ରଗ୍ସ ନିଅନ୍ତି। ସେ ତାଙ୍କୁ ମା’ ଡାକିଲେ ନାହିଁ, ତା’ପରେ ବ୍ୟକ୍ତି ମହିଳା ଜଣକ ତାଙ୍କ ଉପରେ ବିରକ୍ତ ହେଲେ ।
ସବୁକିଛି ଠିକ ଚାଲିଥିଲା, କିନ୍ତୁ ତାଙ୍କ ଚିନ୍ତା ବଢ଼ିଚାଲିଲା। ସେ ତାଙ୍କ ପ୍ରକୃତ ମା’କୁ ଖୋଜିବାକୁ ଲାଗିଲେ। ମାତ୍ର ମା’ଙ୍କ ବିଷୟରେ କିଛି ଆଉ ଜାଣି ପାରିଲେ ନାହିଁ। ଗତ ମାସରେ ସେ ରାତି ୨ଟାରେ ଗୁଗ୍‌ଲ ସର୍ଚ୍ଚ କରୁଥିଲେ। ସେ ଭାବିଲେ ତାଙ୍କ ପ୍ରକୃତ ମା’ଙ୍କୁ ଏଥିରେ ସର୍ଚ୍ଚ କଲେ କିଛି ନୂଆ କଥା ମିଳିପାରେ। କିନ୍ତୁ ସର୍ଚ୍ଚରେ ଯାହା ପାଇଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତାଙ୍କ ପାଦତଳୁ ମାଟି ଖସିଗଲା।

ସେ ଜାଣିଲେ, ତାଙ୍କ ମା’ ଲିଣ୍ଡା ୨୦୧୮ରେ ମୃତ୍ୟୁବରଣ କରିଛନ୍ତି। କେହି ଜଣେ ତାଙ୍କୁ ହତ୍ୟା କରିଛନ୍ତି। ସେ ଏକ ଆର୍ଟିକିଲରେ ଲିଣ୍ଡାଙ୍କ ବିଷୟରେ ଲେଖା ହୋଇଥିବା କଥା ପଢ଼ି ଆଶ୍ଚର୍ଯ୍ୟ ହେଲେ। ସେ ଜାଣିବାକୁ ପାଇଲେ ଯେ, ତାଙ୍କ ମା’ ନିଶା ସେବନ କରୁଥିଲେ ଏବଂ ଡ୍ରଗ୍ସ କାରବାରରେ ଅନ୍ୟ ଜଣେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟାକାରୀଙ୍କ ନାମ ଇୟାନ କର। ଯିଏକି ୧୭ ବର୍ଷ ପାଇଁ ବନ୍ଦୀ ଜୀବନ ବିତାଉଛନ୍ତି। ଯେତେବେଳେ ରାଇକଙ୍କୁ ୧୬ ବର୍ଷ ହୋଇଥିଲା, ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମା’ ଡ୍ରଗ୍ସ ବ୍ୟବହାର କରୁଥିଲେ, ତେଣୁ ସେ ତାଙ୍କ ମା’ଙ୍କଠାରୁ ଦୂରତା ରକ୍ଷା କରିଥିଲେ। କିନ୍ତୁ ତାଙ୍କ ମା’ ତାଙ୍କ ଜନ୍ମଦିନ ଏବଂ ଖ୍ରୀଷ୍ଟମାସରେ ଡାକିଥାନ୍ତି। ୩ ବର୍ଷ ହେବ ତାଙ୍କୁ ଆଉ ନ ଡାକିବାରୁ ତାଙ୍କର ସନ୍ଦେହ ହେଲା। କୌଣସି ଯୋଗାଯୋଗ ରହିଲା ନାହିଁ ମା’ଙ୍କ ସହ। ତେଣୁ ସେ ବାଧ୍ୟ ହୋଇ ଗୁଗ୍‌ଲରେ ମା’ଙ୍କୁ ସର୍ଚ୍ଚ କଲେ। ଯେତେବେଳେ ସେ ମା’ଙ୍କ ମୃତ୍ୟୁ ବିଷୟରେ ଜାଣିଲେ ତାଙ୍କର ମୁଣ୍ଡ କାମ କଲାନି।

Share