ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା ମୋରାନୀଙ୍କୁୁ ବିବାହ କରିଛନ୍ତି। ଦୁଇଜଣ ଗୁରୁବାର ସକାଳେ କୋର୍ଟରେ ବିବାହ କରିଛନ୍ତି। ଏହା ପରେ ସନ୍ଧ୍ୟାରେ ସେମାନେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ।
ଏହି ପାର୍ଟିରେ ପଦ୍ମିନୀ ଏବଂ କରୀମଙ୍କ ପରିବାର ସଦସ୍ୟଙ୍କ ସହ କିଛି ବନ୍ଧୁ ଉପସ୍ଥିତ ଥିଲେ। ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ପାର୍ଟିରେ ଭାଗ ନେଇଥିଲେ। ଶ୍ରଦ୍ଧାଙ୍କ ମା ଶିବାଙ୍ଗୀ ଏବଂ ପଦ୍ମିନୀ ଦୁଇ ଭଉଣୀ। ତେଣୁ ଶ୍ରଦ୍ଧା ଏବଂ ପ୍ରିୟାଙ୍କ ସମ୍ପର୍କୀୟ ଅଟନ୍ତି। ଏହି ପାର୍ଟିରେ ଶ୍ରଦ୍ଧା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ। ଏଥିସହିତ ଏକ ଗୋଲଡେନ କଲରର ବ୍ୟାଗ ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତି କପୁର, ଅନିଲ କପୁର, ସୁନୀତା କପୁର ମଧ୍ୟ ପହଞ୍ଚିଥିଲେ।
ପଦ୍ମିନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅର ଫଟୋ ଶେୟାର କରିଛନ୍ତି। ଏଥିସହିତ କ୍ୟାପଶନ ଲେଖିଛନ୍ତି, ଆନନ୍ଦ ଏହା ଅଧିକାରର ରୂପ।

Share