Posted inଜାତୀୟ

ଶ୍ରମିକଙ୍କ ପୁଅ ହେଲେ ଇସ୍ରୋ ବୈଜ୍ଞାନିକ

ମୁମ୍ବାଇ,୧୮ା୬: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସାଧ୍ୟ କାମକୁ ସାଧନ କରିପାରେ। ସେମିତି କରି ଦେଖାଇଛନ୍ତି ଜଣେ ଶ୍ରମିକଙ୍କ ପୁଅ। କଠିନ ଅଧ୍ୟବସାୟ ବଳରେ ସେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ବୈଜ୍ଞାନିକ ହୋଇପାରିଛନ୍ତି।

କ୍ଷେତରେ କାମ କରୁଥିବା ମାତାପିତାଙ୍କ ଏକମାତ୍ର ପୁଅ ଇସ୍ରୋ ବୈଜ୍ଞାନିକ ହେବା କଳ୍ପନା ବାହାରେ। ପନ୍ଦରପୁରର ସୋମନାଥ ମାଳି ମହାରାଷ୍ଟ୍ରର ଏକମାତ୍ର ଛାତ୍ର ଯିଏକି ଇସ୍ରୋରେ ମନୋନୀତ ହୋଇଛନ୍ତି। ସୋମନାଥ ନନ୍ଦୁ ମାଳି ପନ୍ଦରପୁର ତହସିଲ ସାର୍କୋଲିର ବାସିନ୍ଦା ଅଟନ୍ତି। ଗ୍ରାମାଞ୍ଚଳର ଏକ ବିଦ୍ୟାଳୟରେ ସୋମନାଥ ତାଙ୍କର ଶିକ୍ଷା ସମାପ୍ତ କରିଛନ୍ତି। ସରକାରୀ ବିଦ୍ୟାଳୟରୁ ଇସ୍ରୋ ପର୍ଯ୍ୟନ୍ତ ଯାତ୍ରା ବହୁ ସଂଘର୍ଷମୟ ପରିସ୍ଥିତିରେ ସ୍ଥିର ହୋଇଛି। ପୁଅ ସୋମନାଥଙ୍କୁ ପଢ଼ାଇବା ପାଇଁ ତାଙ୍କ ମାତାପିତା କ୍ଷେତରେ କାମ କରୁଥିଲେ। ସୋମନାଥ ନିକଟରେ କେରଳର ଥିରୁଭନନ୍ତପୁରମ୍‌ରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ ସେଣ୍ଟରରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି। ମହାରାଷ୍ଟ୍ରର ସେ ଏକମାତ୍ର ପ୍ରତିଯୋଗୀ। ଯିଏକି ଏହି ଅନ୍ତରୀକ୍ଷ ସେଣ୍ଟର ପାଇଁ ମନୋନୀତ ହୋଇଛନ୍ତି।

ସୋମନାଥଙ୍କ ଶିକ୍ଷା ବିଷୟରେ ଯଦି କହିବା ତେବେ ସେ ପ୍ରାଥମିକ ବିଦ୍ୟାଳୟରୁ ୭ମ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଶେଷ କରିବା ପରେ ଯୁକ୍ତ ୨ ପଢ଼ିବା ପାଇଁ ପନ୍ଦରପୁର ଯାଇଥିଲେ। ସେଠାରେ କେବିପି କଲେଜରେ ନାମ ଲେଖାଇଥିଲେ। ୨୦୧୧ରେ ୮୧ ପ୍ରତିଶତ ନମ୍ବର ରଖି ସେ ଦ୍ୱାଦଶ ଶ୍ରେଣୀ ପାସ କରିଥିଲେ। ପରେ ବି.ଟେକ୍‌ କରିବା ପାଇଁ ମୁମ୍ବାଇ ଯାଇଥିଲେ।

ପରେ ଆଇଆଇଟି ଦିଲ୍ଲୀର ମେକାନିକାଲ ଡିଜାଇନର ଭାବରେ ମନୋନୀତ ହୋଇଥିଲେ। ସମଗ୍ର ଭାରତରେ ଗେଟ୍‌(GATE) ପରୀକ୍ଷାରେ ୯୧୬ ତମ ସ୍ଥାନ ହାସଲ କରିଥିଲେ। ଏଠାରେ ସେ ବିମାନ ଇଞ୍ଜିନ ଡିଜାଇନ୍‌ରେ କାମ କରିବାର ସୁଯୋଗ ପାଇଲେ। ଶେଷରେ ସୋମନାଥ ଜୁନ୍‌ ୨ରେ ଇସ୍ରୋର ଜଣେ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜିୟମରେ ସରକାରୀ ପ୍ରତିନିଧିଙ୍କୁ ସାମିଲ କରାଯାଉ: ସିଜେଆଇଙ୍କୁ ଆଇନମନ୍ତ୍ରୀଙ୍କ ଚିଠି…

ନୂଆଦିଲ୍ଲୀ,୧୬।୧ : ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସୂଚନାନୁସାରେ, କୋର୍ଟରେ...

ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…

ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍‌ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ...

‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’

ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ...

ପିତାଙ୍କୁ ମନେ ପକାଇ ଭାବୁକ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୦।୮: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ହେଉଛି ରବିବାର ୭୯ ତମ ଜୟନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିତାଙ୍କୁ...

କୃଷକ ଆନ୍ଦୋଳନ: ଆଲୋଚନା ନିଷ୍ଫଳ, ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ,୪ା୧୨:୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ...

୨୭ ବର୍ଷ ଧରି ଅଟକି ରହିଛି ମହିଳା ସଂରକ୍ଷଣ ବିଲ, ୨୦୧୦ରେ ଯୋଗୀ କରିଥିଲେ ବିରୋଧ…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଏହି ବିଲ ପ୍ରଥମେ...

ଉତ୍ତରପ୍ରଦେଶ ପରେ ବିହାର ସରକାରଙ୍କ ଘୋଷଣା: ସମସ୍ତ ରାଶନକାର୍ଡଧାରୀଙ୍କୁ ମିଳିବ ହଜାରେ ଲେଖାଏଁ ସହାୟତା ରାଶି

ପାଟନା,୨୫।୩: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ବେଲଗାମ ହୋଇପଡ଼ିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର...

Advertisement
Archives

Model This Week