ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍‌ପିଙ୍କ ପୁଅ

କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ସ୍ବାଧୀନ ଭାରତରେ ଓଡ଼ିଶା ପୋଲିସ ଗଠନ ହେବା ପରେ ଏଥିରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଥିଲା। ଡିଏସ୍‌ପି ର଼୍ୟାଙ୍କରେ ଥାଇ ସେ ଅବସର ନେଇଥିଲେ। କିନ୍ତୁ ଦିବାକରଙ୍କ ପୁଅ ଅଚ୍ୟୁତାନନ୍ଦ ଏବେ ଏଭଳି ଦୁର୍ଦ୍ଦିନରେ ପହଞ୍ଚତ୍ଛନ୍ତି ଯେ ଭିକ୍ଷାବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ଥିବାରୁ ଓଳିଏ ଖାଇଲେ, ଦୁଇ ଓଳି ଉପାସ।

 

କିଛି ଦିନ ତଳେ ଖାନନଗର ସାଇ ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିଲେ ଅଚ୍ୟୁତାନନ୍ଦ। ବିଡ଼ାନାସୀ ଅଞ୍ଚଳର ଦୁଇ ବନ୍ଧୁ ଅବିନାଶ ମହାନ୍ତି ଓ ବିଶାଲ ସ୍ବାଇଁ ତାଙ୍କୁ ସହାୟତା ଦେବା ପାଇଁ ଆଗେଇଆସିବା ପରେ ଜଣାପଡ଼ିଥିଲା ତାଙ୍କ ପାରିବାରିକ ପୂର୍ବ ଖ୍ୟାତି ଓ ଏବେକାର ଦୁଃସ୍ଥିତି।
ଅଚ୍ୟୁତାନନ୍ଦଙ୍କ ବାପା ସ୍ବର୍ଗତ ଦିବାକର ପରିଡ଼ା କଟକରେ ଜଣେ ଖ୍ୟାତନାମା ବ୍ୟକ୍ତି ଥିଲେ। ପୋଲିସ ବିଭାଗରେ ମଧ୍ୟ ଅନେକେ ତାଙ୍କୁ ଜାଣନ୍ତି। ଦିବାକର ୧୯୮୦ରେ ଅବସର ନେବା ବେଳକୁ ଅଚ୍ୟୁତାନନ୍ଦ ବ୍ୟବସାୟ କରୁଥିଲେ। ଭଲ ରୋଜଗାର ମଧ୍ୟ ହେଉଥିଲା। ସେମାନେ ତୁଳସୀପୁର ପୋଲିସ କଲୋନୀରେ ରହୁଥିଲେ। ୨୦୦୩ରେ ଅଚ୍ୟୁତାନନ୍ଦ ସ୍ନାୟୁଜନିତ ରୋଗରେ ପଡ଼ିଲେ। ୨୦୦୮ ଜୁଲାଇରେ ବାପା ଦିବାକରଙ୍କ ମୃତ୍ୟୁ ପରେ ଅଚ୍ୟୁତାନନ୍ଦଙ୍କ ଶାରୀରିକ ଅସୁସ୍ଥତା ଓ ମାନସିକ ଦୁଶ୍ଚିନ୍ତା ବଢ଼ିବାକୁ ଲାଗିଲା। ବ୍ୟବସାୟରୁ ସେ ଦୂରେଇଗଲେ। ଗୋଟିଏ ଆଖିର ଦୃଷ୍ଟିଶକ୍ତି କ୍ଷୀଣ ହେବା ସହ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ପାଲଟିଗଲା। ସେ ଘୁଷୁରି ଘୁଷୁରି କଟକର ବିଭିନ୍ନ ମନ୍ଦିରକୁ ଯାଇ ଭିକ୍ଷା ମାଗି ପେଟ ପୋଷୁଥିଲେ। ସରକାରୀ ସହାୟତା ପାଇଁ ଶହେଥର ଚେଷ୍ଟା କଲେଣି। ଏପରିକି ଭିନ୍ନକ୍ଷମ କମିଶନକୁ ଅନେକ ଥର ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନିଜ ସମସ୍ୟା କହିଛନ୍ତି। ସେ ସବୁ ନିଷ୍ଫଳ ହୋଇଛି। ଅବିବାହିତ ଥିବା ଅଚ୍ୟୁତାନନ୍ଦ ଏବେ ମାନସିଂପାଟଣାର ଏକ ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି। ମାସକୁ ୬ ହଜାର ଟଙ୍କା ଔଷଧରେ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଲକ୍‌ଡାଉନ ପରଠାରୁ ଅର୍ଥ ଅଭାବ ଯୋଗୁ ତାଙ୍କର ଔଷଧ ଖାଇବା ବି ବନ୍ଦ ହୋଇଯାଇଛି।

‘ଗୋଟିଏ ପଦ- ଏକକ ପେନ୍‌ସନ୍‌’ ଯୋଜନା ଫେଲ୍‌
ଦେଶର ପୂର୍ବତନ ସାମରିକ କର୍ମଚାରୀଙ୍କ ଲାଗି କେନ୍ଦ୍ର ସରକାର ୨୦୧୨ରେ ୨୩୦୦ କୋଟି ଟଙ୍କାର ପେନସନ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଉପରେ କ୍ୟାବିନେଟ୍‌ ମୋହର ମଧ୍ୟ ଲାଗିଥିଲା। ଯେଉଁ କର୍ମଚାରୀ ଜାନୁୟାରୀ ୨୦୦୬ ପୂର୍ବରୁ ଅବସର ନେବେ, ସେମାନେ ଏହା ପରେ ସେବାନିବୃତ୍ତ ହୋଇଥିବା କର୍ମଚାରୀଙ୍କ ଭଳି ପେନସନ୍‌ ପାଇବେ। ଦୀର୍ଘବର୍ଷ ଧରି ସାମରିକ କର୍ମଚାରୀଙ୍କ ପକ୍ଷରୁ ‘ଗୋଟିଏ ପଦ- ଏକକ ପେନ୍‌ସନ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଉଥିବା ଦାବି ଓ ଆନ୍ଦୋଳନ ଥମିଥିଲା। ଏଥିସହ ଫ୍ୟାମିଲି ପେନ୍‌ସନ୍‌, ଦ୍ୱୈତ ଫ୍ୟାମିଲି ପେନ୍‌ସନ୍‌, ସେନା କର୍ମଚାରୀଙ୍କ ପରିବାରର ମାନସିକ ଓ ଶାରୀରିକ ଭିନ୍ନକ୍ଷମ ସଦସ୍ୟଙ୍କ ଲାଗି ଏହି ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହି ଯୋଜନା ଅଚ୍ୟୁତାନନ୍ଦଙ୍କ କ୍ଷେତ୍ରରେ ଫେଲ ମାରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri