ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍‌ପିଙ୍କ ପୁଅ

କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ। ସ୍ବାଧୀନ ଭାରତରେ ଓଡ଼ିଶା ପୋଲିସ ଗଠନ ହେବା ପରେ ଏଥିରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଥିଲା। ଡିଏସ୍‌ପି ର଼୍ୟାଙ୍କରେ ଥାଇ ସେ ଅବସର ନେଇଥିଲେ। କିନ୍ତୁ ଦିବାକରଙ୍କ ପୁଅ ଅଚ୍ୟୁତାନନ୍ଦ ଏବେ ଏଭଳି ଦୁର୍ଦ୍ଦିନରେ ପହଞ୍ଚତ୍ଛନ୍ତି ଯେ ଭିକ୍ଷାବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ଥିବାରୁ ଓଳିଏ ଖାଇଲେ, ଦୁଇ ଓଳି ଉପାସ।

 

କିଛି ଦିନ ତଳେ ଖାନନଗର ସାଇ ମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିଲେ ଅଚ୍ୟୁତାନନ୍ଦ। ବିଡ଼ାନାସୀ ଅଞ୍ଚଳର ଦୁଇ ବନ୍ଧୁ ଅବିନାଶ ମହାନ୍ତି ଓ ବିଶାଲ ସ୍ବାଇଁ ତାଙ୍କୁ ସହାୟତା ଦେବା ପାଇଁ ଆଗେଇଆସିବା ପରେ ଜଣାପଡ଼ିଥିଲା ତାଙ୍କ ପାରିବାରିକ ପୂର୍ବ ଖ୍ୟାତି ଓ ଏବେକାର ଦୁଃସ୍ଥିତି।
ଅଚ୍ୟୁତାନନ୍ଦଙ୍କ ବାପା ସ୍ବର୍ଗତ ଦିବାକର ପରିଡ଼ା କଟକରେ ଜଣେ ଖ୍ୟାତନାମା ବ୍ୟକ୍ତି ଥିଲେ। ପୋଲିସ ବିଭାଗରେ ମଧ୍ୟ ଅନେକେ ତାଙ୍କୁ ଜାଣନ୍ତି। ଦିବାକର ୧୯୮୦ରେ ଅବସର ନେବା ବେଳକୁ ଅଚ୍ୟୁତାନନ୍ଦ ବ୍ୟବସାୟ କରୁଥିଲେ। ଭଲ ରୋଜଗାର ମଧ୍ୟ ହେଉଥିଲା। ସେମାନେ ତୁଳସୀପୁର ପୋଲିସ କଲୋନୀରେ ରହୁଥିଲେ। ୨୦୦୩ରେ ଅଚ୍ୟୁତାନନ୍ଦ ସ୍ନାୟୁଜନିତ ରୋଗରେ ପଡ଼ିଲେ। ୨୦୦୮ ଜୁଲାଇରେ ବାପା ଦିବାକରଙ୍କ ମୃତ୍ୟୁ ପରେ ଅଚ୍ୟୁତାନନ୍ଦଙ୍କ ଶାରୀରିକ ଅସୁସ୍ଥତା ଓ ମାନସିକ ଦୁଶ୍ଚିନ୍ତା ବଢ଼ିବାକୁ ଲାଗିଲା। ବ୍ୟବସାୟରୁ ସେ ଦୂରେଇଗଲେ। ଗୋଟିଏ ଆଖିର ଦୃଷ୍ଟିଶକ୍ତି କ୍ଷୀଣ ହେବା ସହ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ପାଲଟିଗଲା। ସେ ଘୁଷୁରି ଘୁଷୁରି କଟକର ବିଭିନ୍ନ ମନ୍ଦିରକୁ ଯାଇ ଭିକ୍ଷା ମାଗି ପେଟ ପୋଷୁଥିଲେ। ସରକାରୀ ସହାୟତା ପାଇଁ ଶହେଥର ଚେଷ୍ଟା କଲେଣି। ଏପରିକି ଭିନ୍ନକ୍ଷମ କମିଶନକୁ ଅନେକ ଥର ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନିଜ ସମସ୍ୟା କହିଛନ୍ତି। ସେ ସବୁ ନିଷ୍ଫଳ ହୋଇଛି। ଅବିବାହିତ ଥିବା ଅଚ୍ୟୁତାନନ୍ଦ ଏବେ ମାନସିଂପାଟଣାର ଏକ ପରିତ୍ୟକ୍ତ ଘରେ ଦିନ କାଟୁଛନ୍ତି। ମାସକୁ ୬ ହଜାର ଟଙ୍କା ଔଷଧରେ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଲକ୍‌ଡାଉନ ପରଠାରୁ ଅର୍ଥ ଅଭାବ ଯୋଗୁ ତାଙ୍କର ଔଷଧ ଖାଇବା ବି ବନ୍ଦ ହୋଇଯାଇଛି।

‘ଗୋଟିଏ ପଦ- ଏକକ ପେନ୍‌ସନ୍‌’ ଯୋଜନା ଫେଲ୍‌
ଦେଶର ପୂର୍ବତନ ସାମରିକ କର୍ମଚାରୀଙ୍କ ଲାଗି କେନ୍ଦ୍ର ସରକାର ୨୦୧୨ରେ ୨୩୦୦ କୋଟି ଟଙ୍କାର ପେନସନ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଉପରେ କ୍ୟାବିନେଟ୍‌ ମୋହର ମଧ୍ୟ ଲାଗିଥିଲା। ଯେଉଁ କର୍ମଚାରୀ ଜାନୁୟାରୀ ୨୦୦୬ ପୂର୍ବରୁ ଅବସର ନେବେ, ସେମାନେ ଏହା ପରେ ସେବାନିବୃତ୍ତ ହୋଇଥିବା କର୍ମଚାରୀଙ୍କ ଭଳି ପେନସନ୍‌ ପାଇବେ। ଦୀର୍ଘବର୍ଷ ଧରି ସାମରିକ କର୍ମଚାରୀଙ୍କ ପକ୍ଷରୁ ‘ଗୋଟିଏ ପଦ- ଏକକ ପେନ୍‌ସନ୍‌’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେଉଥିବା ଦାବି ଓ ଆନ୍ଦୋଳନ ଥମିଥିଲା। ଏଥିସହ ଫ୍ୟାମିଲି ପେନ୍‌ସନ୍‌, ଦ୍ୱୈତ ଫ୍ୟାମିଲି ପେନ୍‌ସନ୍‌, ସେନା କର୍ମଚାରୀଙ୍କ ପରିବାରର ମାନସିକ ଓ ଶାରୀରିକ ଭିନ୍ନକ୍ଷମ ସଦସ୍ୟଙ୍କ ଲାଗି ଏହି ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହି ଯୋଜନା ଅଚ୍ୟୁତାନନ୍ଦଙ୍କ କ୍ଷେତ୍ରରେ ଫେଲ ମାରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri