Posted inଫୁରସତ

ମା’ ପାଇଁ କୁଅ ଖୋଲିଲା ପୁଅ

ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରର କେଲଓ୍ବେ ଗାଁରେ ବହୁ ବର୍ଷ ଧରି ପାଣିର ବହୁତ ସମସ୍ୟା ରହିଆସିଛି। ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା। ଏବେ ଏହି ନଦୀର ଜଳସ୍ତର ବି ବହୁତ କମି ଗଲାଣି। ତଥାପି ଗାଁ ମହିଳାମାନେ କିଲୋମିଟର କିଲୋମିଟର ରାସ୍ତା ଚାଲି ଚାଲି ଯାଇ ନଦୀରୁ ପାଣି ଆଣନ୍ତି। ଏହି ଗାଁର ନବମ ଶ୍ରେଣୀରେ ପଢୁଥିବା ପ୍ରଣବ ରମେଶ ସାଲକର୍‌ ନାମକ ଏକ ୧୪ ବର୍ଷୀୟ ପିଲାର ମା’ ବି ଉକ୍ତ ନଦୀକୁ ଚାଲି ଚାଲି ପାଣି ଆଣିବାକୁ ଯାଆନ୍ତି। ମା’ଙ୍କର ଏଭଳି କଷ୍ଟ ଦେଖି ପ୍ରଣବ ସହି ପାରୁ ନ ଥିଲା। ଶେଷରେ ସେ ନିଷ୍ପତ୍ତି ନେଲା ନିଜ ଘର ପାଖରେ ହିଁ ଏକ କୁଅ ଖୋଳିବ। ମା’ ପ୍ରଥମେ ପ୍ରଣବର ଏହି କାମକୁ ପିଲାଳିଆମୀ ଭାବୁଥିଲେ। ହେଲେ ପ୍ରଣବ ଲଗାତାର ଖୋଳି ୫ ଫୁଟ୍‌ ଗଭିରତା ପର୍ଯ୍ୟନ୍ତ ଖୋଳି ଦେଲା। ମା’ ବୁଝିଗଲେ ଯେ, ପ୍ରଣବ ମଜା କରୁ ନ ଥିଲା। ଏକଥା ଗାଁ ସାରା ପ୍ରଚାର ହୋଇଗଲା। ଲଗାତାର ୪ ଦିନ ଖୋଳି ସେ ୧୫ ଫୁଟ କୁଅ ଖୋଳିଦେଲା। ଆଉ ଶେଷରେ ପାଣିର ଉତ୍ସ ବି ବାହାରିଲା। ପ୍ରଣବର ଏଭଳି ମା’ ପ୍ରତି ଭଲ ପାଇବା ଓ ସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri