ବେଧଡ଼କ ଚାଲିଛି ଚୋରା ମଦ ବ୍ୟବସାୟ

ଦିଗପହଣ୍ଡି,୫।୬(ଡି.ଏନ.ଏ.): ଦିଗପହଣ୍ଡି ଥାନା ଇଲାକାର ମଧ୍ୟସ୍ଥଳ ଡେଙ୍ଗାଓସ୍ତା – ସିଙ୍ଗପୁର ଛକ ଚୋରା ମଦ ବ୍ୟବସାୟୀଙ୍କ ଅମରାବତୀ ପାଲଟିଛି। ଚୋରା ବିଦେଶୀ ମଦ କାରବାରର ମୁଖ୍ୟ ବ୍ୟକ୍ତି ଜଣକ ଏହି ଅଞ୍ଚଳ ପାଇଁ ଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ହାସଲ କରି ଦୀର୍ଘଦିନ ହେଲା ବ୍ୟବସାୟ ଚଳାଇଥିବା ବେଳେ ଏବେ ନକଲି ବିଦେଶୀ ମଦ କାରବାର କରି ବେଶ୍‌ ମୁନାଫା ଉଠାଉଥିବା ବେଳେ ଅବକାରୀ ବିଭାଗ ଏବଂ ସ୍ଥାନୀୟ ପୋଲିସ ସବୁ ଜାଣି କିଛି ନ ଜାଣିବା ପରି ଚୁପ୍‌ ରହୁଥିବାରୁ ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ଡେଙ୍ଗାଓସ୍ତା, ପୋଡ଼ାମାରି ଗ୍ରାମର ନିର୍ଦ୍ଦିଷ୍ଟ ପାନ ଦୋକାନ, ଢ଼ାବା ହୋଟେଲ, ଜଳଖିଆ ଦୋକାନ ଏବଂ ରାଶନ ଦୋକାନଗୁଡ଼ିକରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ପୋଡ଼ାମାରି, ଡେଙ୍ଗାଓସ୍ତା ବଜାର, ସିଙ୍ଗପୁର, ରତ୍ନମଣିପୁର, ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ, କଂସାମାରି, ଧରମପୁର, ଛଣମେରି, ଫାସିଗୁଡ଼ା, ମଳାଭଞ୍ଜା, ରାଧାନଗର ସମେତ ଆଖାପାଖ ଗ୍ରାମ ଗୁଡ଼ିକରେ ୫୦ରୁ ଊଦ୍ଧର୍‌ବ ସ୍ଥାନରେ ବେଆଇନ ମଦ ଦୋକାନ ଖୋଲାଯାଇ ଦୈନିକ ପ୍ରାୟ ୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ଦେଶୀ ଓ ବିଦେଶୀ ମଦ କାରବାର ହେଉଛି। ଡେଙ୍ଗାଓସ୍ତା – ସିଙ୍ଗପୁର ମୁଖ୍ୟରାସ୍ତା କଡ଼ରେ ଥିବା ଏକ ଘରେ ନକଲି ବିଦେଶୀ ମଦ ମହଜୁଦ କରାଯାଇ ସେଠାରୁ ବିଭିନ୍ନ ଗାଁ ଛକରେ ଥିବା ମଦ ଦୋକାନଗୁଡ଼ିକୁ ଚୋରା ଚାଲାଣ କରାଯାଉଛି। ଡେଙ୍ଗାଓସ୍ତା ଓ ପୋଡ଼ାମାରି ଅଞ୍ଚଳରେ ଦିନକୁ ଦିନ ନ କଲି ବିଦେଶୀ ମଦ ଏବଂ ଚୋରା ଦେଶୀମଦ ପାଉଚର କାରବାର ବେଧଡକ ଚାଲିଥିବା ବେଳେ ଏହାକୁ ରୋକିବାରେ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପାଟପୁର ଏବଂ ଦିଗପହଣ୍ଡି ପୋଲିସର ନିଷ୍କ୍ରିୟତା ଜନ ଅସନ୍ତୋଷର କାରଣ ପାଲଟିଛି। ଡେଙ୍ଗାଓସ୍ତା, ସିଙ୍ଗପୁର, ପୋଡ଼ାମାରି ଗାଁର ୩ ଘରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ମହଜୁଦ ଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କୁ ଅଛପା ନଥିବା ବେଳେ ଅବକାରୀ ବିଭାଗ କିମ୍ବା ପୋଲିସ କିପରି ଜାଣି ପାରୁନାହିଁ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗଜପତି ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ବେଳେ ସେଠାରୁ ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଆଣି ଏଠାରେ ଅବାଧ କାରବାର ଚାଲିଛି। ଡେଙ୍ଗାଓସ୍ତା, ବାଙ୍ଗରଡ଼ା, କଂସାମାରି, ଧରମପୁର, ଛଣମେରି, ପଟିଗୁଡ଼ା, ରଥପୁର, ଦସେଇପୁର, କତାପଲ୍ଲୀ, ଖପରାବାଡ଼ ସମେତ ଅନୁସୂଚିତ ଜନଜାତି ବହୁଳ ଦୁର୍ଗମ ଗାଁ ଗୁଡ଼ିକ ଏବେ ଚୋରା ରନ୍ଧା ମଦ ଏବଂ ଗଞ୍ଜେଇ କାରବାରର ଟ୍ରାଞ୍ଜିଟ ପଏଣ୍ଟ ପାଲଟିଛି। ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବିରୋଧରେ ସ୍ଥାନୀୟ ପୋଲିସ ଏବଂ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗ ପକ୍ଷରୁ ନାମକୁ ମାତ୍ର ଚଢ଼ାଉ କରାଯାଇ କେରାଣ୍ଡି ଧରି ଶେଉଳ ଛାଡ଼ିବା ସଦୃଶ ହେଉଛି।
ଦିଗପହଣ୍ଡି ଥାନା ଅଧୀନରେ ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଏବଂ ବିଦେଶୀ ମଦ ବାର ଥିବା ବେଳେ ପୁନର୍ବାର ଡେଙ୍ଗାଓସ୍ତା ଏବଂ ପୋଡ଼ାମାରିରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଯୋଜନା ଚାଲିଛି। ଯଦ୍ୱାରା ଏହି ଅଞ୍ଚଳର ଜନସାଧାରଣଙ୍କ ଆର୍ଥିକ ମାନ ଦଣ୍ଡ ଦୁର୍ବଳ ହୋଇପଡ଼ିବା ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଅବକାରୀ ଏସ୍‌ପି ଏବଂ ପୋଲିସ ଏସପିଙ୍କୁ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri