ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟ୍ରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ସୋଫା ଉପରେ ଶୋଇଥିବା ବେଳେ ବିଲେଇ ତା ଗୋଡ଼କୁ ଭିଡି ଦେଇ ସୋଫା ତଳେ ଲୁଚି ଯାଉଛି। କୁକୁରଟି ଉଠି ଚାରିଆଡକୁ ଚାହୁଁଛି । ପରେ ପୁଣି ଶୋଉଛି। କ୍ରମାଗତ ଭାବେ ବିଲେଇ ସେହି ପରି କରି ଚାଲିଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Creatively mischievous pic.twitter.com/i6lFaOHWpN
— Susanta Nanda IFS (@susantananda3) October 19, 2021