ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍‌କାଟ୍‌ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ ସେବା (NWS) ଏକ ସତର୍କ ସୂଚନା ଜାରି କରିଛି।
ଏତେ ଥଣ୍ଡା ଯେ, ନଦୀରେ ଶୋଇଥିବା କୁମ୍ଭୀର ବରଫ ପାଲଟିଯାଇଛି। ରାସ୍ତାରେ ଥିବା ଗାଡ଼ିମୋଟରରେ ମଧ୍ୟ ବରଫ ଜମିଯାଇଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତୁଷାରପାତର ସର୍ବାଧିକ ପ୍ରଭାବ ନ୍ୟୁୟର୍କ ଏବଂ ବୋଷ୍ଟନ ଭଳି ସହରରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ପାଣିପାଗ ସେବା ଏକ ‘ବମ୍‌ ସାଇକ୍ଲୋନ୍‌’ ନିଶ୍ଚିତ କରିଛି। ଏହି ସାଇକ୍ଲୋନନର ପ୍ରଭାବ ବହୁତ ଦ୍ରୁତ ଅଟେ। ପୃଥିବୀ ପୃଷ୍ଠରେ ବାୟୁ ଦ୍ରୁତ ଗତିରେ ଉଠିବା ପରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ।
୧୦ ଇଞ୍ଚର ବରଫ ମ୍ୟାନହଟାନର ଉତ୍ତରରେ ପଡ଼ିଥିଲା। ରେଳ ଲାଇନଗୁଡ଼ିକ ଆଂଶିକ ବନ୍ଦ ରହିଥିଲା। ନ୍ୟୁୟର୍କ ଏବଂ ନ୍ୟୁ ଜର୍ସିର ଲୋକଙ୍କୁ ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Share