ତ୍ୱଚା ଲାଗିବ ଅଧିକ ଆକର୍ଷଣୀୟ

ସୁନ୍ଦର ଦେଖାଯିବା ଲାଗି ଯେ, କେବଳ ବ୍ୟୁଟି ପାର୍ଲର ଯିବା କିମ୍ବା ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରିବା ଆବଶ୍ୟକ ତା’ ନୁହେଁ ବରଂ ଆପଣ ଚାହିଁଲେ ମନ୍ଦାର ଫୁଲକୁ ବ୍ୟବହାର କରି ତ୍ୱଚା ଏବଂ କେଶକୁ ଅଧିକ ଆକର୍ଷଣୀୟ କରିପାରିବେ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ଫୁଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ, ବିଶେଷ କରି ଏଥିରେ ଥିବା ଆଣ୍ଟି ଏଜିଂ ପ୍ରପର୍ଟି ତ୍ୱଚାରେ ରିଙ୍କଲ୍‌ ମାର୍କ ବା ଏଜ୍‌ଲାଇନ୍‌ ଆସିବାକୁ ଦିଏ ନାହିଁ। ଏଥିପାଇଁ ମନ୍ଦାରଫୁଲର ପାଖୁଡାକୁ ପାଣିରେ ଫୁଟାଇ ଦିଅନ୍ତୁ। ଏହାକୁ କାଢି ବାଟି ଦିଅନ୍ତୁ। ଏହି ପେଷ୍ଟରେ ମହୁ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଧୀରେ ଧୀରେ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ରଙ୍ଗ ଗୋରା କରିବା ସହ ଏହାକୁ ରିଙ୍କଲ୍‌ ଫ୍ରି ରଖିଥାଏ।
୮-୧୦ଟି ମନ୍ଦାର ଫୁଲ ପାଖୁଡା, ୮-୧୦ଟି ଗୋଲାପ ଫୁଲ ପାଖୁଡା ସହିତ ଏକ ଚାମଚ ମୁଲ୍‌ତାନୀ ମାଟି ଏବଂ ଏକ ଚାମଚ ଦହିକୁ ମିଶାଇ ଭଲ ଭାବେ ପେଷ୍ଟ କରିଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ଛାଡିଦିଅନ୍ତୁ। ପ୍ୟାକ୍‌ ଶୁଖିବା ପରେ ହାତରେ ଅଳ୍ପ ପାଣି ନେଇ ଧୀରେ ଧୀରେ ମୁହଁକୁ ଘଷନ୍ତୁ ଏବଂ ପ୍ୟାକ୍‌ ଛଡାଇବା ପରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ଗ୍ଲୋ ବଢିଥାଏ।
ଫୁଲ କେଶ ପାଇଁ କୌଣସି ବରଦାନ ଠୁ କମ୍‌ ନୁହେଁ। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା, ଦୁର୍ବଳ ହୋଇ ଛିଣ୍ଡିବା କିମ୍ବା ପାଚିବା ଭଳି ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ଆପଣ ୭-୮ଟି ମନ୍ଦାର ଫୁଲ ନେଇ ପେଷ୍ଟ କରିଦିଅନ୍ତୁ। ଏକ ପ୍ୟାନ୍‌ରେ ନଡିଆ ତେଲ ନେଇ ଗରମ କରନ୍ତୁ। ସେଥିରେ ଏକ ଚାମଚ ମେଥି, ଏକ ଚାମଚ ଅଁଳା ପାଉଡର, ୮-୧୦ଟି ଭୁର୍ସୁଙ୍ଗ ପତ୍ର ପକାନ୍ତୁ ଏବଂ ପୂର୍ବରୁ ପ୍ରସ୍ତୁତ ପେଷ୍ଟକୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ଛାଣି ଏକ ବଟଲରେ ରଖିଦିଅନ୍ତୁ। ଏହି ତେଲକୁ କେଶରେ ଲଗାନ୍ତୁ ଖୁବ୍‌ କମ୍‌ ଦିନ ମଧ୍ୟରେ କେଶର ସମସ୍ତ ସମସ୍ୟା ଦୂର ହେବା ସହ ଏହା ଅଧିକ ଘନ, ଲମ୍ବା ଏବଂ ଚିକଣ ହୋଇଯିବ।