ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ କେବେ କେବେ ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ଯୋଗୁ କମିବା ବଦଳରେ ସମସ୍ୟା ବଢିଯାଏ। ତେଣୁ ସ୍ପଟ୍‌ଲେସ୍‌ ସ୍କିନ୍‌ ପାଇବାକୁ ଚାହୁଁଥିଲେ କେତେକ ଘରୋଇ ଉପଚାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଜାଣି ରଖନ୍ତୁ ସେ ସମ୍ପର୍କରେ …

ବେଦାଗ ତ୍ୱଚା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସନ୍ତୁଳିତ ଆହାର। କାରଣ ଆପଣ ମୁହଁରେ ଯାହାବି ଲଗାନ୍ତୁ ନା କାହିଁକି ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫାଷ୍ଟଫୁଡ଼, ଜଙ୍କଫୁଡ଼ ଆଦି ଖାଇବା ଦ୍ୱାରା ବ୍ରଣ ଦାଗ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ଏସବୁ ଖାଦ୍ୟ ପରିବର୍ତ୍ତେ ତଟକା ପନିପରିବା, ଫଳ, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।
ଅନେକଙ୍କ ମନରେ ଧାରଣା ଥାଏ ଯେ, ବାରମ୍ବାର ଫେସ୍‌ଓ୍ବାଶ୍‌ ଲଗାଇ ମୁହଁ ଧୋଇଲେ ଦାଗ ଛାଡ଼ିଯାଏ। ହେଲେ ଏପରି କରିବା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ, ବିଶେଷ କରି ଯେଉଁମାନଙ୍କର ଡ୍ରାଏ ସ୍କିନ୍‌ ସେମାନେ ଏପରି ଆଦୌ କରିବା ଠିକ୍‌ ନୁହେଁ। ଏପରି ତ୍ୱଚା ପାଇଁ ଏକ ଚାମଚ କ୍ଷୀରରେ ମହୁ ମିଶାଇ ଲଗାଇଲେ ଉପକାର ମିଳିବ। ସେହିପରି ବାଦାମକୁ ପାଉଡ଼ର କରି ସେଥିରେ ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୬ ମିନିଟ୍‌ ରଖିବା ପରେ ପାଣିରେ ଧୀରେ ଧୀରେ ଧୋଇଦିଅନ୍ତୁ। କିଛିଦିନ ଏପରି କରିବା ପରେ ଆପଣ ଫରକ ନିଜେ ଜାଣି ପାରିବେ।
୨ ଚାମଚ ଓଟ୍‌ ନେଇ ଏହାକୁ ଗୁଣ୍ଡ କରିଦିଅନ୍ତୁ। ସେଥିରେ ଅଳ୍ପ କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ୧୦ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୀରେ ଧୀରେ ଘଷି ଧୋଇ ଦିଅନ୍ତୁ। ମନେରଖନ୍ତୁ ମୁହଁକୁ ଆଦୌ ରଗଡ଼ନ୍ତୁ ନାହିଁ ନଚେତ୍‌ ଏହା ଡ୍ରାଏ ହୋଇଯିବ। କିଛି ଦିନ ଏହି ପ୍ୟାକ୍‌ ବ୍ୟବହାର କଲେ ଧୀରେ ଧୀରେ ଦାଗ ଦୂର ହୋଇଯିବ।
ଏକ ଚାମଚ ଶୁଖିଲା ଲିମ୍ବ ପତ୍ର ଗୁଣ୍ଡ, ଦୁଇ ଚାମଚ ଲେଖାଏ ଯଅ ଅଟା, ଚଣା ଅଟା ଏବଂ ମୁଲତାନୀ ମାଟି, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ସପ୍ତାହକୁ ଦୁଇରୁ ତିନି ଥର ମୁହଁରେ ଲଗାଇଲେ ଦାଗ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri