ଯାଜପୁର ଅଫିସ,୧୧।୬: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ରାଜନୈତିକ ସଭାସମିତିରେ ଆହ୍ବାନ କରାଯାଉଛି। ଏଥିପାଇଁ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ ବେକାର ଯୁବତୀଯୁବକଙ୍କୁ ନେଇ ଦକ୍ଷତାବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଉଛି। ବର୍ଷକୁ ପ୍ରାୟ ୩ ହଜାର ଯୁବତୀଯୁବକଙ୍କୁ ଦକ୍ଷତାବୃଦ୍ଧି ତାଲିମ ଦିଆଯାଇ ସଚେତନ କରାଯାଉଥିବା ବିଭାଗ ପକ୍ଷରୁ ଦାବି ହେଉଛି। ବାସ୍ତବ ପକ୍ଷେ ରାଜ୍ୟର ଉତ୍କଟ ବେକାରି ସମସ୍ୟା ପରିପ୍ରେକ୍ଷୀରେ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି। କେତେକାଂଶରେ ବ୍ୟାଙ୍କଗୁଡ଼ିକର ଅସହଯୋଗ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତିହତ କରୁଛି। ନାମକୁ ମାତ୍ର ତାଲିମ ଓ ପଞ୍ଜୀକରଣରେ ବିଭାଗୀୟ କାର୍ଯ୍ୟକ୍ରମ ସୀମିତ ରହିଥିବା ଅଭିଯୋଗ ହେଉଛି।
ସାମଗ୍ରିକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଯୋଜନାଟି ତେଲିଆ ମୁଣ୍ଡରେ ତେଲ ହେଉଥିବା ସହ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଆୟର ପନ୍ଥା ପାଲଟିଛି। ଫଳରେ ଆଶାୟୀ ଯୁବତୀଯୁବକମାନେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଦ୍ୱାରା ଅନେକ ସମୟରେ ହଟହଟା ହେଉଥିବା ଅଭିଯୋଗ ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପ କମ୍ପାନୀରେ ନିଯୁକ୍ତି ପାଇଁ ନିକଟରେ ପଶ୍ଚିମବଙ୍ଗ ଖଡ଼ଗପୁରରେ ଆୟୋଜିତ ଇଣ୍ଟରଭ୍ୟୁ ପ୍ରକ୍ରିୟାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକ ହୀନସ୍ତା ହେବା ସହ ନିର୍ଯାତିତ ହୋଇ ନିରାଶ ହୋଇ ଫେରିଥିଲେ। ଏହାବାଦ ଅଧିକାଂଶ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ଏଠାରେ ଉଚ୍ଚଶିକ୍ଷିତ ବେକାର ଯୁବତୀଯୁବକ ଉପଯୁକ୍ତ ପଦପଦବୀରେ ନିଯୁକ୍ତି ନ ପାଇ ଶ୍ରମିକ ଭଳି ଖଟୁଥିବା କେତେକ ଶିଳ୍ପ କମ୍ପାନୀରେ ଦେଖିବାକୁ ମିଳୁଛି। ଏହିସବୁ ଘଟଣାକୁ ପ୍ରଶାସନ ଜାଣିଶୁଣି ନୀରବ ରହି ପରୋକ୍ଷରେ ଶିଳ୍ପପତିମାନଙ୍କୁ ସହଯୋଗ କରୁଥିବା ମତପ୍ରକାଶ ପାଇଛି। ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆର୍ଆର୍ବି, କେଭିଆଇସି ଓ କେଭିଆଇବି ଆବଶ୍ୟକତା ଅନୁଯାୟୀ ସକ୍ରିୟ ହେଉ ନଥିବା ଯୋଗୁ ଜିଲାରେ ଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଉଦ୍ୟୋଗୀମାନଙ୍କ ଦ୍ୱାରା ଲଘୁ ଉଦ୍ୟୋଗ ସ୍ଥାପନ ପାଇଁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ବେକାର ଯୁବତୀଯୁବକମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ, ହେଲେ ଏଥିରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇ ପାରୁନାହାନ୍ତି। ଏହାର ରାଜନୈତିକ ପ୍ରଭାବ ରହିଛି ଏବଂ ଯେଉଁମାନେ ଋଣ ଶୁଝିବାର ଆର୍ଥିକ କ୍ଷମତା ରଖୁଛନ୍ତି ସେମାନଙ୍କୁ ଅଧିକ ଅଗ୍ରାଧିକାର ମିଳୁଥିବା ଅଭିଯୋଗ ହେଉଛି। ଫଳରେ ଏହି ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ତାହା ସଙ୍କୁଚିତ ହେଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଓ ଯୋଜନା ଅନ୍ତର୍ଗତ ନୀତି ନିୟମ ଭିତରେ ଉତ୍ତୀର୍ଣ୍ଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଉପରୋକ୍ତ ହିତାଧିକାରୀ ଚୟନ କରିବାକୁ ଜିଲା ଟାସ୍କଫୋର୍ସ କମିଟି ରହିଛି, ଯେଉଁଥିରେ ଜିଲାପାଳ ଅଧ୍ୟକ୍ଷ ଭାବେ ରହିଛନ୍ତି। ଗ୍ରାମାଞ୍ଚଳରେ ଶିଳ୍ପ ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଇପିଓମାନେ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରୁନାହାନ୍ତି। ଯୋଜନାରେ ସାମିଲ ହେବା ପାଇଁ ଶତାଧିକ ବେକାର ଯୁବତୀଯୁବକ ଦୈନିକ ବ୍ଳକ, ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି। ଏତଦ୍ଭିନ୍ନ କେତେଜଣ ପ୍ରାର୍ଥୀଙ୍କୁ ଋଣ କରାଇ ଦେବାର ଲୋଭ ଦେଖାଇ ମୋଟା ଅଙ୍କର ଲାଞ୍ଚ ନିଆଯାଉଥିବା ଅଭିଯୋଗ ହେଉଛି। ସେହିପରି ଆଶାୟୀ ଥିବା ହିତାଧିକାରୀ ପ୍ରକଳ୍ପ ରିପୋର୍ଟ ଓ ବୈଷୟିକ ସହାୟତା ଚାହଁୁଥିବା ଲୋକେ ବ୍ୟାପକ ହଇରାଣ ହେଉଛନ୍ତି। ଶିଳ୍ପକେନ୍ଦ୍ର ଦ୍ୱାରା ଜିଲାରେ କେତେକ ହାତଗଣତିି ପ୍ଲାଷ୍ଟିକ ଉପତ୍ାଦନ କାରଖାନା ଥିବା ଜଣାପଡ଼ିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏମାନେ ଚାହିଦା ମୁତାବକ ସାମଗ୍ରୀ ଯୋଗାଇ ପାରୁ ନ ଥିବାରୁ ବାହାରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ରପ୍ତାନି ହେଉଥିବା ଜଣାପଡିଛି। ଶତାଧିକ ଯୁବତୀଯୁବକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆବେଦନ କରିଛନ୍ତି। ହେଲେ ଉପଯୁକ୍ତ ସହଯୋଗ ଅଭାବରୁ ଆବେଦନ ପତ୍ରଗୁଡିକ ଫାଇଲ ଭିତରେ ଚପି ରହିଯାଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜିଲା ଶିଳ୍ପକେନ୍ଦ୍ରର ଆଞ୍ଚଳିକ ମ୍ୟାନେଜର ଅଭୟ କୁମାର ନାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ
ନୂଆଦିଲ୍ଲୀ,୩୧।୩: ଆଇପିଏଲ୍ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…
ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍କୁ ନିଜେ ଦଖଲ କର’
ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…
ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
Archives

