ପ୍ରହସନ ହୋଇଛି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଯାଜପୁର ଅଫିସ,୧୧।୬: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ବେକାର ଯୁବତୀଯୁବକ ନିଯୁକ୍ତି ପଛରେ ନ ଧାଇଁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ରାଜନୈତିକ ସଭାସମିତିରେ ଆହ୍ବାନ କରାଯାଉଛି। ଏଥିପାଇଁ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସମୟରେ ଶିକ୍ଷିତ ବେକାର ଯୁବତୀଯୁବକଙ୍କୁ ନେଇ ଦକ୍ଷତାବୃଦ୍ଧି ତାଲିମ ଶିବିର ଆୟୋଜନ କରାଯାଉଛି। ବର୍ଷକୁ ପ୍ରାୟ ୩ ହଜାର ଯୁବତୀଯୁବକଙ୍କୁ ଦକ୍ଷତାବୃଦ୍ଧି ତାଲିମ ଦିଆଯାଇ ସଚେତନ କରାଯାଉଥିବା ବିଭାଗ ପକ୍ଷରୁ ଦାବି ହେଉଛି। ବାସ୍ତବ ପକ୍ଷେ ରାଜ୍ୟର ଉତ୍କଟ ବେକାରି ସମସ୍ୟା ପରିପ୍ରେକ୍ଷୀରେ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହୁଛି। କେତେକାଂଶରେ ବ୍ୟାଙ୍କଗୁଡ଼ିକର ଅସହଯୋଗ କାର୍ଯ୍ୟକ୍ରମର ଅଗ୍ରଗତିକୁ ପ୍ରତିହତ କରୁଛି। ନାମକୁ ମାତ୍ର ତାଲିମ ଓ ପଞ୍ଜୀକରଣରେ ବିଭାଗୀୟ କାର୍ଯ୍ୟକ୍ରମ ସୀମିତ ରହିଥିବା ଅଭିଯୋଗ ହେଉଛି।
ସାମଗ୍ରିକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଯୋଜନାଟି ତେଲିଆ ମୁଣ୍ଡରେ ତେଲ ହେଉଥିବା ସହ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଆୟର ପନ୍ଥା ପାଲଟିଛି। ଫଳରେ ଆଶାୟୀ ଯୁବତୀଯୁବକମାନେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ ଦ୍ୱାରା ଅନେକ ସମୟରେ ହଟହଟା ହେଉଥିବା ଅଭିଯୋଗ ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଶିଳ୍ପ କମ୍ପାନୀରେ ନିଯୁକ୍ତି ପାଇଁ ନିକଟରେ ପଶ୍ଚିମବଙ୍ଗ ଖଡ଼ଗପୁରରେ ଆୟୋଜିତ ଇଣ୍ଟରଭ୍ୟୁ ପ୍ରକ୍ରିୟାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଓଡ଼ିଆ ଶିକ୍ଷିତ ଯୁବତୀଯୁବକ ହୀନସ୍ତା ହେବା ସହ ନିର୍ଯାତିତ ହୋଇ ନିରାଶ ହୋଇ ଫେରିଥିଲେ। ଏହାବାଦ ଅଧିକାଂଶ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ଏଠାରେ ଉଚ୍ଚଶିକ୍ଷିତ ବେକାର ଯୁବତୀଯୁବକ ଉପଯୁକ୍ତ ପଦପଦବୀରେ ନିଯୁକ୍ତି ନ ପାଇ ଶ୍ରମିକ ଭଳି ଖଟୁଥିବା କେତେକ ଶିଳ୍ପ କମ୍ପାନୀରେ ଦେଖିବାକୁ ମିଳୁଛି। ଏହିସବୁ ଘଟଣାକୁ ପ୍ରଶାସନ ଜାଣିଶୁଣି ନୀରବ ରହି ପରୋକ୍ଷରେ ଶିଳ୍ପପତିମାନଙ୍କୁ ସହଯୋଗ କରୁଥିବା ମତପ୍ରକାଶ ପାଇଛି। ଜିଲାର ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆର୍‌ଆର୍‌ବି, କେଭିଆଇସି ଓ କେଭିଆଇବି ଆବଶ୍ୟକତା ଅନୁଯାୟୀ ସକ୍ରିୟ ହେଉ ନଥିବା ଯୋଗୁ ଜିଲାରେ ଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଉଦ୍ୟୋଗୀମାନଙ୍କ ଦ୍ୱାରା ଲଘୁ ଉଦ୍ୟୋଗ ସ୍ଥାପନ ପାଇଁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ବେକାର ଯୁବତୀଯୁବକମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ, ହେଲେ ଏଥିରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇ ପାରୁନାହାନ୍ତି। ଏହାର ରାଜନୈତିକ ପ୍ରଭାବ ରହିଛି ଏବଂ ଯେଉଁମାନେ ଋଣ ଶୁଝିବାର ଆର୍ଥିକ କ୍ଷମତା ରଖୁଛନ୍ତି ସେମାନଙ୍କୁ ଅଧିକ ଅଗ୍ରାଧିକାର ମିଳୁଥିବା ଅଭିଯୋଗ ହେଉଛି। ଫଳରେ ଏହି ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ତାହା ସଙ୍କୁଚିତ ହେଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଓ ଯୋଜନା ଅନ୍ତର୍ଗତ ନୀତି ନିୟମ ଭିତରେ ଉତ୍ତୀର୍ଣ୍ଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଉପରୋକ୍ତ ହିତାଧିକାରୀ ଚୟନ କରିବାକୁ ଜିଲା ଟାସ୍କଫୋର୍ସ କମିଟି ରହିଛି, ଯେଉଁଥିରେ ଜିଲାପାଳ ଅଧ୍ୟକ୍ଷ ଭାବେ ରହିଛନ୍ତି। ଗ୍ରାମାଞ୍ଚଳରେ ଶିଳ୍ପ ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଇପିଓମାନେ ଉପଯୁକ୍ତ ଦାୟିତ୍ୱ ନିର୍ବାହ କରୁନାହାନ୍ତି। ଯୋଜନାରେ ସାମିଲ ହେବା ପାଇଁ ଶତାଧିକ ବେକାର ଯୁବତୀଯୁବକ ଦୈନିକ ବ୍ଳକ, ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି। ଏତଦ୍‌ଭିନ୍ନ କେତେଜଣ ପ୍ରାର୍ଥୀଙ୍କୁ ଋଣ କରାଇ ଦେବାର ଲୋଭ ଦେଖାଇ ମୋଟା ଅଙ୍କର ଲାଞ୍ଚ ନିଆଯାଉଥିବା ଅଭିଯୋଗ ହେଉଛି। ସେହିପରି ଆଶାୟୀ ଥିବା ହିତାଧିକାରୀ ପ୍ରକଳ୍ପ ରିପୋର୍ଟ ଓ ବୈଷୟିକ ସହାୟତା ଚାହଁୁଥିବା ଲୋକେ ବ୍ୟାପକ ହଇରାଣ ହେଉଛନ୍ତି। ଶିଳ୍ପକେନ୍ଦ୍ର ଦ୍ୱାରା ଜିଲାରେ କେତେକ ହାତଗଣତିି ପ୍ଲାଷ୍ଟିକ ଉପତ୍ାଦନ କାରଖାନା ଥିବା ଜଣାପଡ଼ିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ଏମାନେ ଚାହିଦା ମୁତାବକ ସାମଗ୍ରୀ ଯୋଗାଇ ପାରୁ ନ ଥିବାରୁ ବାହାରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ରପ୍ତାନି ହେଉଥିବା ଜଣାପଡିଛି। ଶତାଧିକ ଯୁବତୀଯୁବକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆବେଦନ କରିଛନ୍ତି। ହେଲେ ଉପଯୁକ୍ତ ସହଯୋଗ ଅଭାବରୁ ଆବେଦନ ପତ୍ରଗୁଡିକ ଫାଇଲ ଭିତରେ ଚପି ରହିଯାଇଛି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଜିଲା ଶିଳ୍ପକେନ୍ଦ୍ରର ଆଞ୍ଚଳିକ ମ୍ୟାନେଜର ଅଭୟ କୁମାର ନାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri