ଦେଢ଼ବର୍ଷରେ ପଡ଼ିରହିଛି ୮୧୩ ଅଭିଯୋଗ

ଯାଜପୁର ଅଫିସ,୧୧।୬: ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ଜନଶୁଣାଣି ପୋର୍ଟାଲରେ ମାତ୍ର ଦେଢ଼ବର୍ଷରେ ସମୁଦାୟ ୮୧୩ ଅଭିଯୋଗ ପଡ଼ିରହିଛି। ବିଶେଷକରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଏଥିରେ ରହିଛି। କେତେକ ଅଞ୍ଚଳରେ ଭେଣ୍ଡିଆ ଟୋକା ଭତ୍ତା ପାଉଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ବାସ୍ତବ ହିତାଧିକାରୀ ଭତ୍ତା ଅପେକ୍ଷାରେ ରହିଛନ୍ତି। ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧାବୃଦ୍ଧ ଭତ୍ତା ନ ପାଇ ଅସହାୟ ଜୀବନ ବିତାଉଥିବା ନଜିର ରହିଛି। ଏଭଳି ଅଭିଯୋଗଗୁଡ଼ିକର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି। ଏହିକ୍ରମରେ ଏସ୍‌ଏସ୍‌ଇପିଡି ପକ୍ଷରୁ ଅନୁସଚିବ ଜେ. ପଦ୍ମିନୀ ୯ା୬ା୨୩ରେ ଅଗ୍ରାଧିକାର ଭିତ୍ତିରେ ଅଭିଯୋଗଗୁଡ଼ିକର ପ୍ରତିକାର କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଏବଂ ସମସ୍ୟାର ସମାଧାନ ହେଉଛି ଜିଲା ପ୍ରଶାସନର ଏକ ଅଂଶ ବିଶେଷ। ଲୋକମାନଙ୍କ ସମସ୍ୟାଗୁଡ଼ିକୁ ତ୍ୱରିତ ସମାଧାନ କରି ପରିଚାଳନାରେ ସ୍ବଚ୍ଛତା ଆଣିବା ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ। ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇପାରିବ। ଏସ୍‌ଏସ୍‌ଇପିଡିରୁ ମିଳିଥିବା ସୂଚନା ଅନୁସାରେ ୧ା୧ା୨୦୨୨ରୁ ୩ା୬ା୨୦୨୩ ପର୍ଯ୍ୟନ୍ତ ରାଜ୍ୟର ୩୦ ଜିଲାରୁ ୪୩୨୩ଟି ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇଛି। ସେଥିରୁ ୩୪୪୨ଟି ଅଭିଯୋଗର ସମାଧାନ ହୋଇଥିବାବେଳେ ୮୧୩ଟି ପଡ଼ିରହିଛି। ଅନ୍ୟ ୬୮ଟି ଅଭିଯୋଗର ରଦ୍ଦ କରାଯାଇଛି। ଏହିସବୁ ଅଭିଯୋଗଗୁଡ଼ିକ ଜନଶୁଣାଣି ପବ୍ଲିକ ଗ୍ରିଭାନ୍ସ ରିଡ୍ରେସେଲ ପୋର୍ଟାଲରେ କେବଳ ଗଡୁଛି। ଏଥିରୁ ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ଶତାଧିକ ଅଭିଯୋଗ ବିଚାର କରାଯାଉ ନ ଥିବାରୁ ବାସ୍ତବ ହିତାଧିକାରୀମାନେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଥିବା ମତପ୍ରକାଶ ପାଇଛି।
ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ସାମ୍ନାକୁ ଆସୁଛି। ବାର୍ଦ୍ଧକ୍ୟଭତ୍ତା ପାଇଁ ଆଇନ ଅନୁଯାୟୀ ୬୦ ବର୍ଷ ହୋଇ ନ ଥିବା ଏକାଧିକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିବା ପୂର୍ବରୁ ଯାଜପୁର ଜିଲା ବଡଚଣା ବ୍ଲକର ଗ୍ରାମବାସୀ ତଥ୍ୟଭିତ୍ତିକ ରିପୋର୍ଟ ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବ ମଦନମୋହନ ବେହେରା ତୁରନ୍ତ ଅଭିଯୋଗର ତଦନ୍ତ କରି ବାର୍ଦ୍ଧକ୍ୟ ଭତ୍ତା ଗାଇଡ୍‌ଲାଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ୩୦ା୯ା୨୦୨୨ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାଏ ଏହି ଦୁର୍ନୀତି ଅଭିଯୋଗ ଉପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଖବର ମିଳି ପାରିନାହିଁ।
ଜିଲାସ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଜାରି ହୋଇଛି। ହେଲେ ଏବେବି ଜିଲାରେ ଭତ୍ତା ଟଙ୍କା ହରିଲୁଟ କରିବାକୁ କେତେଜଣ ଅସାଧୁ କର୍ମଚାରୀ ଡିଜିଟାଲ ମାଧ୍ୟମକୁ ଗ୍ରହଣ କରିବାକୁ ରାଜି ହୋଇନାହାନ୍ତି। ଏହିକ୍ରମରେ ୪ରୁ ୫ ବର୍ଷ ହେବ ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇସାରିଥିଲେ ହେଁ କେତେଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ନକଲି ଟିପ ଚିହ୍ନ ଦେଇ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ କରାଯାଉଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ୨୦୧୯ ଅଗଷ୍ଟରେ ବିଞ୍ଝାରପୁର ବ୍ଲକରେ ମୃତ ବ୍ୟକ୍ତି ଆକ୍ୟୁଟାନ୍ସ ରିପୋର୍ଟରେ ଟିପ ଚିହ୍ନ ଦେଇ ବିଭିନ୍ନ ଭତ୍ତା ଯୋଜନାରେ ହିତାଧିକାରୀ ପିଛା ମାସକୁ ୫୦୦, ୭୦୦ ଓ ୧୦୦୦ ଟଙ୍କା ଲେଖାଏ ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା। ୨୦ରୁ ଊର୍ଦ୍ଧ୍ୱ ଜଣ ମୃତ ବ୍ୟକ୍ତିଙ୍କ ନାମରେ ସରପଞ୍ଚଙ୍କ ଜଣେ ନିକଟତମ ବ୍ୟକ୍ତି ଟିପ ଚିହ୍ନ ଦେଇ ୫ ବର୍ଷ ହେଲା ହରିଲୁଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। କିନ୍ତୁ ଉଚ୍ଚପଦାଧିକାରୀ ଅତି ଚତୁରତାର ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାରୁ ଅଭିଯୋଗ ମାମଲା ଫାଇଲ ତଳେ ଦବି ଯାଇଥିଲା। ଜିଲାରେ ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚପଦସ୍ଥ ପର୍ଯ୍ୟନ୍ତ ଯାହାର ଯେତିକି କ୍ଷମତା ସେହି ଅନୁପାତରେ ଏଭଳି ହରିଲୁଟ କରିବା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?