ଗୋଠଛଡ଼ା ଗଜ ପାଇଁ ସ୍ଥିତି ଗମ୍ଭୀର

ଅନୁଗୋଳ ଅଫିସ,୮।୧: ଢେଙ୍କାନାଳରୁ ଅନୁଗୋଳ ବନଖଣ୍ଡକୁ ଚାଲି ଆସିଥିବା ୨୫ ହାତୀ ମଧ୍ୟରୁ ଗୋଟିଏ ଗୋଠଛଡ଼ା ମାଈ ହାତୀ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନା ଅଞ୍ଚଳରେ ଶନିବାର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଭୋର୍‌ ସମୟରେ ଏହି ମାଈ ହାତୀ ଅନୁଗୋଳ ବନଖଣ୍ଡ ଛେଳିଆପଡ଼ାର ସୁବାସ ସାହୁ, ଅଙ୍ଗାରବନ୍ଧର ଅନିରୁଦ୍ଧ ସାହୁ, ବାରସିଂହାର ରମେଶ ଚନ୍ଦ୍ର ସ୍ବାଇଁ ଓ ବଅଁରପାଳ ଥାନା ଗଡ଼ସନ୍ତ୍ରୀ ଗାଁର ଅଜୟ ସାମଲଙ୍କ ଜୀବନ ନେଇ ଏକପ୍ରକାର ଆତଙ୍କିତ ପରିବେଶ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ, ଏହି ୪ ଗଁା ଲୋକଙ୍କ ସହ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ତମାମ ଲୋକେ ଘରୁ ବାହାରକୁ ଯିବାକୁ ଡରୁଥିବା ବେଳେ ସନ୍ଧ୍ୟା ନ ହେଉଣୁ କବାଟ କିଳି ଦେଇଥିବା ଜଣାପଡ଼ିଛି।
ଗୋଟିଏ ଦିନରେ ହାତୀ ଏତେ ଜୀବନ ନେବା ଅନୁଗୋଳ ଜିଲା ପାଇଁ ଦ୍ୱିତୀୟ ଘଟଣା। ପୂର୍ବରୁ ୨୦୧୯ ଏପ୍ରିଲ ୧୯ ଭୋର୍‌ ସମୟରେ ତାଳଚେରରେ ୫ ଜଣଙ୍କ ଜୀବନ ନେଇ ଏପରି ମୃତ୍ୟୁର ତାଣ୍ଡବ ଖେଳାଇଥିଲା ଢେଙ୍କାନାଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ଚାଲି ଆସିଥିବା ନରହନ୍ତା ରାକେଶ। ପୂର୍ବରୁ ୧୬ ଜଣଙ୍କ ଜୀବନ ନେଇଥିବା ରାକେଶ ତାଳଚେର ପୌରାଞ୍ଚଳର ଷଣ୍ଢ ଗାଁରେ ପଶି ସେଠାରେ ରହୁଥିବା ପାଲଲହଡା ଗୋବିନ୍ଦପୁର ଅଞ୍ଚଳର କାଳିଆ ସିଂ (୨୫), ଦେଢ଼ବର୍ଷର ଝିଅ ଅନିଷା ଓ ସାରଥି ସିଂ (୧୬)ଙ୍କୁ ଦଳି ଦେଇଥିଲା। ପରେ କାଳିଆଙ୍କ ଘର ନିକଟରେ ରହୁଥିବା ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ସୁନିତା ସେଠ (୩୫)ଙ୍କ ଜୀବନ ନେଇଥିଲା। ଏହାପରେ ସେଠାରୁ ୨ କି.ମି. ଦୂର ସନ୍ଥପଡା ଗ୍ରାମରେ ପଶି ଭ୍ରମରବର ସାମଲ (୭୦)ଙ୍କୁ ଆକ୍ରମଣ କରି ମାରିଦେଇଥିଲା। ଏହି ଘଟଣା ସେତେବେଳେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଣି ଅନୁଗୋଳ ଜିଲାରେ ଶନିବାର ହାତୀ ୪ ଗଁାରେ ପଶି ୪ଜଣଙ୍କ ଜୀବନ ନେବା ଚର୍ଚ୍ଚାର ବିଷୟ ହୋଇଛି।

 

ଅପାରଗ ବନ ବିଭାଗ
ବନ ବିଭାଗ ଓ ପ୍ରଶାସନର ଅପାରଗତା ପାଇଁ ହାତୀ ଆକ୍ରମଣରେ ଜିଲାରେ ଗୋଟିଏ ପରେ ଗୋଟିଏ ଜୀବନହାନି ହେଉଛି। ୪ରୁ ୫ ମାସ ହେଲା ଢେଙ୍କାନାଳରୁ ଆସିଥିବା ଉକ୍ତ ହାତୀ ପଲ ଅନୁଗୋଳରେ ଉପଦ୍ରବ କରୁଛନ୍ତି। କିନ୍ତୁ ବନ ବିଭାଗ ଲୋକଙ୍କୁ ସଚେତନ କି ସତର୍କ କରୁନାହିଁ। ଲୋକେ ମଲା ପରେ ଆସି ଟଙ୍କା ବାଣ୍ଟିଲେ କି ସମବେଦନା ଜଣାଇଲେ କିଛି ଲାଭ ନାହିଁ। କେତେଜଣ ରାଜନେତା ବନ ବିଭାଗ ସହ ସମ୍ପର୍କ ରଖି କେବଳ ଠିକା କାମ କରୁଥିବା ବେଳେ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି।
-ପ୍ରତାପ ଚନ୍ଦ୍ର ପ୍ରଧାନ, ଭାଜପା ନେତା
ଗଁାକୁ ସୁରକ୍ଷିତ ରଖାଯାଉ
ଛେଳିଆପଡ଼ାକୁ ପୂର୍ବରୁ କେବେ ହାତୀ ପଶି ନ ଥିଲେ। ହେଲେ ଏବେ ହାତୀ ପଶି ଧନଜୀବନ ହାନି କରୁଥିବାରୁ ଗଁାକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଉ। ନ ହେଲେ ବାରମ୍ବାର ଏପରି ଅଘଟଣ ଘଟିବାର ଆଶଙ୍କା ରହିଛି।
-ବଳରାମ ସାହୁ, ଛେଳିଆପଡା
ହାତୀକୁ ନିଅଣ୍ଟ ହେଉଛି ଜଙ୍ଗଲ
ହାତୀଙ୍କ ସଂଖ୍ୟା ବଢ଼ୁଛି। ହେଲେ ସେମାନଙ୍କ ଚଲାବୁଲା ପାଇଁ ପର୍ଯ୍ୟାପ୍ତ ହେଉନାହିଁ ଜଙ୍ଗଲ। ତେଣୁ ଖାଦ୍ୟାଭାବର ଶିକାର ହେଉଥିବା ହାତୀ ଗାଁ ମୁହାଁ ହେଉଛନ୍ତି। ଧାନ, ପରିବା ଓ ଆଖୁ ଆଦି ଫସଲ ନଷ୍ଟ କରିବା ସହ ଜୀବନହାନି ଘଟାଉଛନ୍ତି। ଅଭିଯୋଗ କଲେ ବି ବନ ବିଭାଗ ଶୁଣୁନାହିଁ।
-ପବନା ସାହୁ, ଗ୍ରାମବାସୀ
ଭୟରେ କବାଟ ଦେଇଦେଲୁ
ଆମ ଗଁାକୁ ହାତୀ ଆସନ୍ତିନି। କେବେ ବି ଏମିତି ଆତଙ୍କର ସମ୍ମୁଖୀନ ହୋଇ ନ ଥିଲୁ। ହେଲେ ଶନିବାର ହଠାତ୍‌ ହାତୀ ପଶିଆସି ଜଣଙ୍କର ଜୀବନ ନେଇଯିବା ଆମକୁ ଆତଙ୍କିତ କରି ଦେଇଛି। ଭୟରେ କବାଟ କିଳିଦେଇଥିଲେ ବି ଆଗକୁ କେମିତି ରହିବୁ ତାହା ଚିନ୍ତା କରୁଛୁ।
-ତିଳ ସାହୁ, ଛେଳିଆପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri