‘ପୂର୍ବ ସ୍ଥିତି ଫେରିନି, ଆଉ ୮ ମାସର ମାଗଣା ରାଶନ ଦିଅ’

ଭୁବନେଶ୍ୱର, ୨୨।୧୧(ବ୍ୟୁରୋ): କୋଭିଡ୍‌ ମହାମାରୀ ପୂର୍ବରୁ ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ଥିଲା, ଏପର୍ଯ୍ୟନ୍ତ ସେ ସ୍ଥିତି ଫେରିନି। ଏବେବି ଲୋକେ ଜୀବନଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରି ସ୍ଥିତିରେ ସରକାର ଲୋକଙ୍କୁ ଆଶ୍ୱସ୍ତ ପ୍ରଦାନ କରିବା ଆବଶ୍ୟକ। ତେଣୁ ଗତ ମେ’ ମାସରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରଥମେ ୨୦୨୦ ଏପ୍ରିଲରୁ ନଭେମ୍ବର ଏବଂ ପରେ ୨୦୨୧ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ କେନ୍ଦ୍ର ସରକାର ପିଏମ୍‌ଜିକେଏୱାଇ ଅଧୀନରେ ମାଗଣା ଚାଉଳ ଯୋଗାଉଛନ୍ତି। କୋଭିଡ୍‌ ମହାମାରୀ ଭଳି ସଙ୍କଟମୟ ସମୟରେ ମାଗଣାରେ ଲୋକଙ୍କୁ ଖାଦ୍ୟ ଶସ୍ୟ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଥିବାରୁ କେହି ଜଣେ ମଧ୍ୟ ଲୋକ ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହୋଇନାହାନ୍ତି। ପିଏମ୍‌ଜିକେଏୱାଇ-୩ କୋଟାରେ ଆସିଥିବା ଖାଦ୍ୟଶସ୍ୟ ବଣ୍ଟନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶା ୨୦୨୧ ନଭେମ୍ବର ୫ତାରିଖ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଏହା ପ୍ରଦାନ କରିସାରିଛି। ସେହିଭଳି ରାଜ୍ୟ ମଧ୍ୟ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସମାନ ସୁବିଧା ଯୋଗାଇ ଦେଇଛି। ଏପର୍ଯ୍ୟନ୍ତ କୋଭିଡ୍‌ ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଯାଇନି। ରାଜ୍ୟବ୍ୟାପୀ ଟିକାକରଣ ଅଭିଯାନ ତ୍ୱରିତ ଭାବେ ଚାଲିଥିଲେ ମଧ୍ୟ ନୂତନ ସଂକ୍ରମଣ ମାମଲା ଆସିବା ଜାରି ରହିଛି। ମହାମାରୀ ସ୍ଥିତିରେ ସମ୍ବେଦନଶୀଳ ଏବଂ ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ସୁରକ୍ଷା ଏକ ଆହ୍ବାନ। ସରକାରଙ୍କ ପାଖରେ ଏବେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ତେଣୁ ଆଗାମୀ ୮ ମାସ ପାଇଁ ଅତିରିକ୍ତ ଚାଉଳ ହିତାଧିକାରୀଙ୍କ ପାଇଁ ମଞ୍ଜୁର କରିବା ନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ଓ କାର୍ଡ ପିଛା ୧ କେଜି ଡାଲି ମାଗଣାରେ ଯୋଗାଇ ଦିଆଯାଉଛି। ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ସ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri