ସଙ୍ଗିନ ହେଉଛି ସ୍ଥିତି

ଅନୁଗୋଳ ଅଫିସ, ୨୯।୪:  ଅନୁଗୋଳ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ଦୁଇଦିନ ଭିତରେ ସଂକ୍ରମଣ ୭୦୦ ପାର୍‌ କରିଛି। ମଙ୍ଗଳବାର ୨ୟ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ (୩୯୩) ଚିହ୍ନଟ ହୋଇଥିବାବେଳେ ବୁଧବାର ୩୩୬ ଜଣ ପଜିଟିଭ୍‌ ବାହାରିଛନ୍ତି। ଏଭଳି ଉପରମୁହଁା କରୋନା ଗ୍ରାଫ୍‌ ପାଇଁ ଚିନ୍ତାରେ ପଡ଼ିଛି ପ୍ରଶାସନ। ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲାର ୨ ବ୍ଲକ ଓ ଗୋଟିଏ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ସ୍ବତଃପ୍ରବୃତ୍ତ ଭାବେ ସରକାର ଧାର୍ଯ୍ୟ କରିଥିବା ସମୟ ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ଆଲୋଚନା କରିଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।
ଜିଲାର ତାଳଚେର ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ବଅଁରପାଳ ଓ ଛେଣ୍ଡିପଦାରେ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକର ୩ ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ସ୍ଥାନରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସର୍ବସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ କାର୍ଯ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ସେହିପରି ତାଳଚେର ପୌରାଞ୍ଚଳରେ ମଧ୍ୟ ପୂର୍ବରୁ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଥିବାବେଳେ ବୁଧବାର ଅନ୍ୟ ଏକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅନୁରୂପ ଭାବେ ଛେଣ୍ଡିପଦା ଓ ବଅଁରପାଳ ବ୍ଲକର ଦୁଇଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଅତି ସଂକ୍ରମିତ ସ୍ଥାନକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ରେଡ୍‌ ଜୋନ୍‌ରେ ଜିଲାର ୧୭୧ ଗ୍ରାମାଞ୍ଚଳ ଥିବାବେଳେ ସହରାଞ୍ଚଳର ୨୬ ୱାର୍ଡ ରହିଛି। ତାଳଚେର ବ୍ଲକର ୩୬ ଗ୍ରାମାଞ୍ଚଳ ରେଡ୍‌ଜୋନ୍‌ରେ ଥିବାବେଳେ ବଅଁରପାଳ ବ୍ଲକର ୩୪, ଅନୁଗୋଳ ବ୍ଲକର ୨୭, ଆଠମଲ୍ଲିକ ବ୍ଲକର ୮, ଛେଣ୍ଡିପଦା ବ୍ଲକର ୬, କଣିହଁା ବ୍ଲକର ୩୧, କିଶୋରନଗର ବ୍ଲକର ୨୧ ଏବଂ ପାଲଲହଡ଼ା ବ୍ଲକର ୧୦ ଗ୍ରାମାଞ୍ଚଳକୁ ରେଡ଼୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଅନୁଗୋଳ ପୌରାଞ୍ଚଳରେ ସବୁ ୱାଡ୍‌ ରେଡ୍‌ଜୋନ୍‌କୁ ଆସିଛି। ତାଳଚେର ପୌରାଞ୍ଚଳର ୧୦ ଓ ୧୭ ନମ୍ବର ୱାର୍ଡ, ଆଠମଲ୍ଲିକ ଏନ୍‌ଏସିର ୬ ନମ୍ବର ୱାର୍ଡକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏସବୁ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ରିନିଂ କରିବାକୁ ଏଏନ୍‌ଏମ୍‌, ପୁରୁଷ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ କମିଟି ଗଠିତ ହୋଇଛି। ଏମାନେ ରେଡ୍‌ଜୋନ୍‌ ଅଞ୍ଚଳର ଘର ଘର ବୁଲି ସ୍କ୍ରିନିଂ କରୁଛନ୍ତି।
କରୋନାର ଏହି ଚେନ୍‌ ଭାଙ୍ଗିବାକୁ ଆଗକୁ ଆସିଛନ୍ତି ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ଅଞ୍ଚଳର ବ୍ୟବସାୟୀ। ସେମାନେ ଦୋକାନ ବନ୍ଦ ରଖିବାକୁ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଅନୁଗୋଳ ସହରାଞ୍ଚଳରେ ସରକାରଙ୍କ ନିର୍ଦ୍ଦେଶନାମା ପୂର୍ବରୁ ଅପରାହ୍ନରେ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଛେଣ୍ଡିପଦା ଓ ବଅଁରପାଳ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିବାକୁ ଆଲୋଚନା କରାଯାଇଛି। ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଇଏସ୍‌ଆଇରେ ଖୋଲିବ ନୂଆ ସିସିସି
ଅନୁଗୋଳ ଜିଲାରେ ଦୁଇ ଦିନ ହେଲା ଦୈନିକ କରୋନା ସଂକ୍ରମଣ ୩ ଶହ ଉପରେ ରହୁଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ତପତ୍ର ହୋଇଉଠିଛି। ଅନୁଗୋଳ ସହର ଉପଖଣ୍ଡ ପଞ୍ଚମହଲାରେ ଖୋଲାଯାଇଥିବା ଜିଲାର ପ୍ରଥମ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ପ୍ରଥମେ ୧୦୦ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହାକୁ ୧୫୦କୁ ବୃଦ୍ଧି କରାଯାଇଛି। ଏଠାରେ ଏବେ ୭୯ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେହିପରି ବଅଁରପାଳ ବ୍ଲକରେ ଥିବା ଇଏସ୍‌ଆଇଠାରେ ମଧ୍ୟ ଆଉ ଗୋଟିଏ ସିସିସି ଖୋଲିବାକୁ ଯୋଜନା କରାଯାଉଛି। ସେଠାରେ ୧୦୦ ଶଯ୍ୟା ବ୍ୟବସ୍ଥା କରାଯିବ। ବେଡ଼୍‌ର ବ୍ୟବସ୍ଥା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି
କରୋନା ସଂକ୍ରମଣ ବଢୁଥିବାର ସରକାର ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରିଛନ୍ତି। ଅନୁଗୋଳ ବ୍ୟବସାୟୀ ସଂଘ ନିଜ ତରଫରୁ ଦୋକାନ ବଜାର ବନ୍ଦ କରିବାକୁ ପ୍ରଶାସନ ସହ ଆଲୋଚନା କରିଛନ୍ତି। ବଅଁରପାଳ, ଛେଣ୍ଡିପଦାରେ ସନ୍ଧ୍ୟା ୬ଟା ପରେ ଏବଂ ଅନୁଗୋଳରେ ଅପରାହ୍ନ ପରେ ଦୋକାନ ବନ୍ଦ ପାଇଁ ଆଲୋଚନା ହୋଇଛି। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

୭ ସ୍ଥାନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌
ତାଳଚେର ଉପଖଣ୍ଡ ଅଞ୍ଚଳର ୭ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଥିରେ ତାଳଚେର ବ୍ଲକର ୫ ସ୍ଥାନ ରହି ଥିବାବେଳେ ପୌରାଞ୍ଚଳରେ ୨ ୱାର୍ଡ ରହିଛି। ଏହି ସମୟରେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ଜଳ ଯୋଗାଣ, ବିଦ୍ୟୁତ୍‌, ପରିମଳ, ଚିକିତ୍ସା ପାଇଁ ଯାତାୟତ କରିବାକୁ ଲୋକଙ୍କୁ ଅନୁମତି ଦିଆଯିବ।
ରଜନୀକାନ୍ତ ସ୍ବାଇଁ, ତାଳଚେର ଉପଜିଲାପାଳ

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରୟାସ
କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ବଅଁରପାଳ ବ୍ଲକର ତୁଳସୀପାଳ, ଛେଣ୍ଡିପଦା ଅଞ୍ଚଳର ଡଙ୍ଗାପାଳ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ନିୟମ ମାନିବାକୁ ପଦକ୍ଷେପ ନିଆଯାଇଛି। ଅନୁଗୋଳ ଉପଖଣ୍ଡରେ ଥିବା ସମସ୍ତ ବ୍ଲକରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ କରୋନା ନିୟମ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।
ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ

ଜନସାଧାରଣ ସହଯୋଗ କରିବା ଜରୁରୀ
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଉପର ମୁହଁା ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କୁ ସଚେତନ କରିବାକୁ ପ୍ରଶାସନିକ ଅଧିକାରୀ ଦିନ ରାତି ଏକ୍‌ କରିଦେଇଛନ୍ତି। ତେଣୁ ଯେ କୌଣସି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ହେବ। ଏହି କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କରିବା ନିତାନ୍ତ ରୁରୀ।
ପ୍ରତାପ ମହାପାତ୍ର, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

CBSE ଦ୍ଵାଦଶ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା; ବିଜ୍ଞାନରେ ପ୍ରୀତି ମଞ୍ଜରୀ,କଳାରେ…

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି।…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri