ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା ଓ କୂଟନୀତି ଜରିଆରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଆହ୍ବାନ ଦେଇଛି।
ପଶ୍ଚିମ ଏସିଆରେ ନୂଆ ଉତ୍ତେଜନା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଭାରତ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛି, ଏହି ସଂଘର୍ଷକୁ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ବିସ୍ତାର କରା ନ ଯାଉ। ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲା ଏବଂ ସଙ୍ଗଠନର ଅନେକ କମାଣ୍ଡର ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ନିହତ ହେବା ପରେ ଇରାନ୍‌ ଉପରେ ଇସ୍ରାଏଲ୍‌ ପ୍ରାୟ ୨୦୦ ମିଶାଇଲ୍‌ ଆକ୍ରମଣ କରିବା ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପକ୍ଷରୁ ଉପରୋକ୍ତ ପରାମର୍ଶ ଦିଆଯାଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ପଶ୍ଚିମ ଏସିଆରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଗଭୀର ଚିନ୍ତିତ। ଆଲୋଚନା ଓ କୂଟନୈତିକ ଉପାୟରେ ସବୁ ସମସ୍ୟାର ସମାଧାନ କରାଯିବା ଉଚିତ।
ଆମେରିକାର କାର୍ନେଜିଏ ଏଣ୍ଡୋମେଣ୍ଟ ଆଲୋଚନାରେ ଭାଗନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟପ୍ରାଚ୍ୟର ସଂଘର୍ଷ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି, ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ ‘ଏକ ଆତଙ୍କବାଦୀ ଆକ୍ରମଣ’। ଇସ୍ରାଏଲ୍‌କୁ ଏହାର ଉଚିତ ଜବାବ ଦେବା ଆବଶ୍ୟକ ଥିଲା। କିନ୍ତୁ କୌଣସି ଦେଶକୁ ଅନ୍ୟ ରାଷ୍ଟ୍ରର ଜବାବ ଦେବାବେଳେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଇସ୍ରାଏଲର ନୀତି ଓ ସଂଘର୍ଷ ବୃଦ୍ଧି ଆଶଙ୍କା ଉପରେ ଭାରତର ଆଭିମୁଖ୍ୟ ନେଇ ପ୍ରଶ୍ନ କରାଯିବାରୁ ଜୟଶଙ୍କର କହିଛନ୍ତି, ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଗତ ଅକ୍ଟୋବର ୭ରୁ ଆରମ୍ଭ କରିବାକୁ ପଡ଼ିବ। ଏହି ଦିନ ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ଆମେ ଆତଙ୍କବାଦୀ ଆକ୍ରମଣ ବିବେଚନା କରୁ। ଆମେ ବୁଝିପାରୁଛୁ ଯେ, ଇସ୍ରାଏଲକୁ ଏହାର ଜବାବ ଦେବାର ଥିଲା। କିନ୍ତୁ ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ସମ୍ମାନ ଦେଇ ନାଗରିକଙ୍କ ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ଥିଲା।
ପ୍ରକାଶ ଯେ, ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ସଂଘର୍ଷର ଦୁଇ-ରାଷ୍ଟ୍ର ସମାଧାନ ସିଦ୍ଧାନ୍ତକୁ ଭାରତ ସମର୍ଥନ କରିଆସିଛି। ଅକ୍ଟୋବାର ୭ ଆକ୍ରମଣକୁ ପ୍ରଥମେ ନିନ୍ଦା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ ବିଶ୍ୱନେତା। ଅନ୍ୟପକ୍ଷେ ଗାଜାରେ ବିଗୁଡ଼ୁଥିବା ସ୍ଥିତିକୁ ନେଇ ଭାରତ ଅନେକ ଥର ଚିନ୍ତାବ୍ୟକ୍ତ କରିସାରିଛି। ୨୦୨୩ ଅକ୍ଟୋବରରେ ହମାସ୍‌ର ଶତାଧିକ ରକେଟମାଡ଼ରେ ୧୨୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍‌ କବଳରେ ରହିଛନ୍ତି। ସେପେଟ ୟେମେନ୍‌ରେ ହୁଟି ବିଦ୍ରୋହୀ ମଧ୍ୟ ଇସ୍ରାଏଲ୍‌ ଓ ଲୋହିତ ସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଇସ୍ରାଏଲ୍‌ ମଧ୍ୟ ଲେବାନନ୍‌ରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଏହି ସଂଘର୍ଷ ଉତ୍ତେଜନା ବୃଦ୍ଧିର କାରଣ ହୋଇଥିବାବେଳେ ବଡ଼ ଦେଶଗୁଡ଼ିକ ଅସ୍ତ୍ରବିରତି ଓ ପଣବନ୍ଦୀଙ୍କ ମୁକ୍ତି ନେଇ ଡିଲ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଇତିମଧ୍ୟରେ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଇରାନର ମିଶାଇଲ ଆକ୍ରମଣ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଆହରି ସଙ୍ଗିନ କରିଦେଇଛି। ଇରାନୀୟ ରକେଟ୍‌ ମାଡ଼କୁ ଦୃଷ୍ଟିରେ ରଖି ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ବମ୍‌ ସେଲ୍ଟରରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିବା ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଇସ୍ରାଏଲୀଙ୍କ ଗଣହତ୍ୟା ପାଇଁ ହେଜ୍‌ବୋଲ୍ଲା ଯୋଜନା କରୁଥିବାବେଳେ ଆଇଡିଏଫ୍‌ ଏହାକୁ ଭଣ୍ଡୁର କରିଦେଇଥିବାରୁ ସେମାନେ ନିରୀହ ନାଗରିକଙ୍କୁ ମିଶାଇଲ ଆକ୍ରମଣ କରିଥିବା ନେଇ ଏଥିରେ ନିନ୍ଦା କରାଯାଇଛି। ‘ଜେରୁଜେଲମ୍‌ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍‌ ଉପରକୁ ୧୦୨ ମିଶାଇଲ ଛଡ଼ାଯାଇଥିଲା। ସେବେଠୁ ଇସ୍ରାଏଲ୍‌ରେ ଗର୍ଜୁଥିବା ସାଇରନ୍‌ ବନ୍ଦ ହେବାରେ ନଁା ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଉପରେ ଜାରି ରହିଛି ଆକ୍ରମଣ, ଏୟାର ଷ୍ଟ୍ରାଇକରେ ୪୨ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ଜେରୁଜେଲମ,୩।୧୧: ଗାଜାରେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗାଜା ସୀମାରେ ଥିବା ନୁସିରାତ ଶରଣାର୍ଥୀ ଶିବିରରେ ଇସ୍ରାଏଲର ବିମାନ...

ଜଣେ ସାଧାରଣ ଲୋକ ଲଢିପାରିବେ କି ରାଷ୍ଟ୍ରପତି ନିର୍ବାଚନ? ଜାଣନ୍ତୁ ଏହାର ପ୍ରକ୍ରିୟା

ଓ୍ବାଶିଂଟନ୍‌,୩।୧୧: ଆମେରିକାରେ ଆଗକୁ ଅଛି ରାଷ୍ଟ୍ରପତି ନିର୍ବାଚନ । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନ୍ୟ ନିର୍ବାଚନଠାରୁ ଅଲଗା। ଏଠାରେ ଇଲେକ୍ଟର କଲେଜ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ...

ପରମ୍ପରା ଭାଙ୍ଗୁଛି ନେପାଳ! ଭାରତ ନୁହେଁ ଜିନପିଙ୍ଗଙ୍କୁ କରିବାକୁ ଯାଉଛି ସଲାମ

କାଠମାଣ୍ଡୁ,୩।୧୧: ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ପରି ନେପାଳ ମଧ୍ୟ ଚାଇନା ଚାଲ୍‌ର ଶିକାର ହେବାକୁ ଲାଗୁଛି। ଭାରତର ଭଲ ପଡୋଶୀ ନେପାଳ ବର୍ତ୍ତମାନ ଚାଇନା କୋଳରେ...

ଡ୍ରେସ କୋଡକୁ ବିରୋଧ କରି ନିଜର ଡ୍ରେସ ଖୋଲିଦେଲେ ଛାତ୍ରୀ, ଭିଡିଓ ହେଉଛି ଭାଇରାଲ

ତେହେରାନ,୩।୧୧: ଇରାନରେ ଜଣେ ଛାତ୍ରୀଙ୍କ ଭିନ୍ନ ଧରଣର ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଇରାନ ଛାତ୍ରୀ ତାଙ୍କ ବିଶ୍ୱବିଦ୍ୟାଳୟର...

ହାରିଲେ ଫଳାଫଳକୁ ଚ୍ୟାଲେଞ୍ଜ କରିପାରନ୍ତି ଟ୍ରମ୍ପ୍‌

ନ୍ୟୁୟର୍କ, ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୭୨ ଘଣ୍ଟାରୁ କମ୍‌ ସମୟ ରହିଛି। ଭୋଟିଂର ଠିକ୍‌ ପୂର୍ବରୁ ଉଭୟ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ...

ଇସ୍ରାଏଲ୍‌, ଆମେରିକାକୁ ଇରାନ ସୁପ୍ରିମ ଲିଡରଙ୍କ ଧମକ

ଦୁବାଇ,୩ା୧୧: ଇରାନ ଏବଂ ଏହାର ସହଯୋଗୀଙ୍କ ଉପରେ ଆକ୍ରମଣ ହେଲେ ଏହାର ଏକ ଧ୍ୱଂସାତ୍ମକ ଜବାବ ଦିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ...

କାନାଡା ସାଇବର ବିପଦ ତାଲିକାରେ ଭାରତ

ଓଟ୍ଟାଓ୍ବା,୩ା୧୧(ପି.ଟି.): କାନାଡା ଏହାର ସାଇବର ବିପଦ ଆଡଭାଇଜରି ତାଲିକାରେ ପ୍ରଥମ ଥର ପାଇଁ ଭାରତକୁ ଯୋଡ଼ିଛି। ଭାରତ ସରକାରଙ୍କ ପ୍ରାୟୋଜିତ ଆକ୍ଟରମାନେ କାନାଡା ବିରୋଧରେ ଗୁପ୍ତଚରଗିରି କରୁଥାଇପାରନ୍ତି...

କେମି ବାଡେନୋଚ୍‌ ହେଲେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା

ଲଣ୍ଡନ,୨ା୧୧: କେମି ବାଡେନୋଚ୍‌ଙ୍କୁ ଶନିବାର ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍‌ଙ୍କ ସ୍ଥାନରେ ହାଉସ୍‌ ଅଫ୍‌ କମନ୍ସରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri