ସିନେମା ହଲ୍‌ ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୧୩ା୯: ଓଡ଼ିଆ ସିନେମା ଇତିହାସ ପାଇଁ ଅଭୁଲା ୧୯୩୬। ଏହି ବର୍ଷ ପରଦାକୁ ଆସିଥିଲା ପ୍ରଥମ କଳାଧଳା ଚଳଚ୍ଚିତ୍ର ‘ସୀତାବିବାହ’। ଏହାର ଦୀର୍ଘ ଚାରି ଦଶନ୍ଧି ପରେ ୧୯୭୬ରେ ବଡ଼ ପରଦାରେ ରିଲିଜ୍‌ ହୋଇଥିଲା ପ୍ରଥମ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’। ପରଦାରୁ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ପ୍ରଦର୍ଶନ ଧାରା ଏବେ ପହଞ୍ଚତ୍ଛି ମଲ୍ଟିପ୍ଲେକ୍ସରେ। ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଏଚ୍‌ଡି ପରଦା ସହିତ ଡଲ୍‌ବି ସାଉଣ୍ଡ୍‌ରେ କମ୍ପୁଛି ପ୍ରେକ୍ଷାଳୟ। ବଡ଼ ସହରରେ ମନକୁ ବୁଝିବା ଭଳି କରାଯାଇଥିବା ଏଭଳି ବ୍ୟବସ୍ଥା ଊଣା ଅଧିକେ ଲୋକଙ୍କୁ ବାନ୍ଧି ରଖୁଛି। ହେଲେ ଆଧୁନିକତା ସହିତ ତାଳ ଦେଇ ପାରୁ ନ ଥିବାରୁ ଛୋଟ ସହରରେ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିବା ସିନେମା ହଲ୍‌ଗୁଡ଼ିକର ସ୍ଥିତି ସଙ୍ଗୀନ ହୋଇଗଲାଣି।

ସତୁରି ଦଶକରୁ ଦୁଇ ଦଶନ୍ଧି ଧରି ମନୋରଞ୍ଜନର ବଡ଼ ମାଧ୍ୟମ ସାଜିଥିଲା ସିନେମା। ଓଡ଼ିଆ ପରିବାରର କଥାକାହାଣୀ, କଳାସଂସ୍କୃତିକୁ ଆଧାର କରି ବଡ଼ ପରଦାରେ ପ୍ରଦର୍ଶିତ ହେଉଥିବା ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଲାଗୁଥିଲା ନାହିଁ ନ ଥିବା ଭିଡ଼। ଗୋଟିଏ ଗୋଟିଏ ସିନେମା ୫୦ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା ଏବଂ ପାଳନ ହେଉଥିଲା ସିଲ୍‌ଭର ଏବଂ ଗୋଲ୍‌ଡେନ ଜୁବିଲି। ଏଥିରୁ ମୋଟାଅଙ୍କର ଅର୍ଥ ରୋଜଗାର କରୁଥିଲେ ସିନେମା ହଲ୍‌ ମାଲିକ। ହେଲେ ଡିଜିଟାଲ ଯୁଗ ସହିତ ତାଳ ଦେଇପାରୁ ନ ଥିବାରୁ ଛୋଟ ସହରର ପ୍ରେକ୍ଷାଳୟଗୁଡ଼ିକ ଏବେ ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ପରିଚାଳନା ପାଇଁ ଅର୍ଥାଭାବରୁ ସିନେମା ହଲ୍‌ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଟେକ୍ନୋଲୋଜିର ସମୟରେ କାର୍ଡ, ଚିପ୍ସ ଓ ପେନ୍‌ଡ୍ରାଇଭରେ ଗୋଟିଏ ସ୍ଥାନରୁ ବିଭିନ୍ନ ଫିଲ୍ମ ହଲ୍‌ ଜରିଆରେ ସିନେମା ପ୍ରସାରଣ ହେଉଛି। ତେଣୁ ଉଚ୍ଚକୋଟୀର ସିନେମା ମଧ୍ୟ ୭ଦିନ ଚାଲୁନାହିଁ। ଏଭଳି ସ୍ଥିତିରେ ୨୦୧୯ ଯାଏ କଷ୍ଟେମଷ୍ଟେ ବ୍ୟବସାୟ ଚଳାଇ ରଖିଥିବା ହଲ୍‌ଗୁଡ଼ିକ ୨୦୨୦ ପରଠାରୁ କରୋନା ଯନ୍ତ୍ରଣାରେ ପେଷି ହୋଇଯାଇଛନ୍ତି। କଟକଣା ମଧ୍ୟରେ ପ୍ରେକ୍ଷାଳୟ ଖୋଲିବା ଏବଂ ବ୍ୟବସାୟ କରିବା ବାଧୁଥିବାବେଳେ ସଙ୍ଗିନ ହୋଇଗଲାଣି ସିନେମା ହଲ୍‌ ସ୍ଥିତି।
ଢେଙ୍କାନାଳ ଜିଲାରେ ୧୯୭୦ରୁ ୧୯୯୦ ମଧ୍ୟରେ ୮ ସିନେମା ହଲ୍‌ ଭଲ ବ୍ୟବସାୟ କରୁଥିଲେ। ସେଥିରୁ କେବଳ ଢେଙ୍କାନାଳ ସହରରେ ଥିଲା ୪ ପ୍ରେକ୍ଷାଳୟ। ଏହାକୁ ବାଦ୍‌ଦେଲେ ଭୁବନ ଏବଂ କାମାକ୍ଷାନଗରରେ ୨ଟି ଲେଖାଏ ଫିଲ୍ମ ହଲ୍‌ ଥିଲା। ହେଲେ ଏସବୁ ସିନେମା ହଲ୍‌ରେ ତାଲା ଝୁଲୁଛି। ଢେଙ୍କାନାଳରେ ୩ ବର୍ଷ ତଳେ ଖୋଲିଥିବା ଡିଜିଟାଲ ହଲ୍‌ଟି କଟକଣା ଯୋଗୁ ବନ୍ଦପଡ଼ିଛି। ଜିଲାର ସିନେମା ହଲ୍‌ ଇତିହାସରେ ପ୍ରଥମ ପ୍ରେକ୍ଷାଳୟ ‘କଥାଚିତ୍ର’ ୭୦ ଦଶକରେ ବନ୍ଦ ହୋଇଯାଇଥିଲା। ଏହି କ୍ରମରେ ୧୯୭୨ରେ ଆରମ୍ଭ ହୋଇଥିବା ‘ଜଲାରାମ ସିନେମା ହଲ୍‌’ ୧୯୯୭ରେ, ୧୯୮୫ରେ ଆରମ୍ଭ ହୋଇଥିବା ‘ମହାଲକ୍ଷ୍ମୀ ସିନେମା ହଲ୍‌’ ୨୦୧୭ରେ, ୧୯୯୦ରେ ଆରମ୍ଭ ହୋଇଥିବା ‘ଅମରନାଥ ସିନେମା ହଲ୍‌’ ୨୦୧୮ରେ ବନ୍ଦ ହୋଇଯାଇଛି। ସେହିପରି ଭୁବନରେ ୧୯୬୯ ଆରମ୍ଭ ହୋଇଥିବା ‘ହନୁମାନ ଟକିଜ୍‌’ ୧୯୮୦ରେ, ୧୯୮୭ରୁ ଆରମ୍ଭ ହୋଇଥିବା ସାଇ ଟକିଜ୍‌ ୨୦୧୮ରୁ ବନ୍ଦ ହୋଇଯାଇଛି। ଅନୁରୂପ ଭାବେ କାମାକ୍ଷାନଗରରେ ୧୯୬୮ରେ ଆରମ୍ଭ ହୋଇଥିବା ବହୁ ପୁରାତନ ‘ଆପୋଲୋ ଟକିଜ୍‌’ରେ ୧୯୮୬ରୁ ତାଲା ଝୁଲୁଛି। କାମାକ୍ଷାନଗରରେ ଥିବା ନଟରାଜ ଟକିଜ୍‌ କୋଭିଡ୍‌ କଟକଣା ଯୋଗୁ ବର୍ଷେରୁ ଅଧିକ ସମୟ ହେଲା ବନ୍ଦପଡ଼ିଛି।
କେତେକ ସିନେମା ହଲ୍‌ ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଥିବାବେଳେ ସାଧାରଣ ଲୋକଙ୍କ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ବନ୍ଦ ହୋଇଯାଇଛି। ଫଳରେ ଏହା ଉପରେ ନିର୍ଭରଶୀଳ ଶତାଧିକ କର୍ମଚାରୀଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଇତିମଧ୍ୟରେ ରାଜ୍ୟର ପ୍ରତି ବ୍ଲକରେ ସିନେମା ହଲ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହାର କାର୍ଯ୍ୟକାରିତା ନାଲିଫିତା ତଳେ ଅଟକି ରହିଛି। ଏଥିଲାଗି ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ କରା ନ ଗଲେ ସିନେମା ହଲ୍‌ ସଂସ୍କୃତି ଲୋପ ପାଇଯିବ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି।
ପରିଧି ବଢ଼ିଛି, ପୁରୁଣା ଢାଞ୍ଚା ନାହିଁ
୭୦ରୁ ୯୦ ଦଶକଯାଏ ବଡ଼ ପରଦାରେ ପ୍ରଦର୍ଶିତ ୭୦% ଓଡ଼ିଆ ଫିଲ୍ମରେ ବେଶ୍‌ ଲାଭ ହେଉଥିଲା। ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ମାସ ମାସ ଧରି ହଲ୍‌ରେ ଚାଲୁଥିଲା। ଏବେ ସିନେମା ଶିଳ୍ପର ପରିଧି ବଢ଼ିଛି। ପୁରୁଣା ଢାଞ୍ଚା ଆଉ ନାହିଁ। ଟେଲିଭିଜନ ଚ୍ୟାନେଲ ସଂଖ୍ୟା ବୃଦ୍ଧି, ବହୁ ସିରିୟାଲର ପ୍ରବେଶ ଲୋକଙ୍କୁ ଘରେ ବାନ୍ଧି ରଖୁଛି। ହଲ୍‌କୁ ଆସି ସିନେମା ଦେଖିବାର ଆଗ୍ରହ କମିଗଲାଣି।
-ନବୀନଚନ୍ଦ୍ର ନାରାୟଣ ଦାସ, ଜଲାରାମ ସିନେମା ହଲ୍‌ ମାଲିକ
ଅଧିକାଂଶ ପ୍ରେକ୍ଷାଳୟରେ ତାଲା ଝୁଲୁଛି
କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍‌ଫର୍ମର ଆଦର ବଢ଼ିଛି। ବିଭିନ୍ନ ଭାଷାରେ ଚଳଚ୍ଚିତ୍ର, ଧାରାବାହିକ ଟେଲିଭିଜନରେ ପ୍ରଦର୍ଶିତ ହେଉଛି। ଏହାର ସିଧାସଳଖ ପ୍ରଭାବ ସିନେମା ହଲ୍‌ ଶିଳ୍ପ ଉପରେ ପଡ଼ିଛି। ଅଧିକାଂଶ ପୁରୁଣା ସିନେମାହଲ୍‌ ବନ୍ଦ ହୋଇଗଲାଣି। ଯେଉଁଗୁଡ଼ିକ ଚାଲିଛି, ସେଥିରେ ବ୍ୟବସାୟ ସ୍ଥିତି ଅତି ସାଂଘାତିକ।
-ଦେବାଶିଷ ମିଶ୍ର, ଧାରାବାହିକ ପ୍ରଯୋଜକ
ମନୋରଞ୍ଜନର ବଡ଼ ମାଧ୍ୟମ ପ୍ରଭାବିତ
ଢେଙ୍କାନାଳରେ ସିନେମା ହଲ୍‌କୁ ବାଦ୍‌ଦେଲେ ମନୋରଞ୍ଜନର ସେପରି ବଡ଼ ମାଧ୍ୟମ ନାହିଁ। ସପ୍ତାହରେ ଅନ୍ତତଃ ଥରେ ସପରିବାର ସିନେମା ହଲ୍‌ ଯିବା ଅଧିକାଂଶଙ୍କ ଅଭ୍ୟାସ। ହେଲେ ଚିତ୍ତ ବିନୋଦନର ବଡ଼ ମାଧ୍ୟମ ଏବେ ପ୍ରଭାବିତ ହୋଇଛି। କରୋନା କଟକଣା ପାଇଁ ପିଏସ୍‌ଆର୍‌ ହଲ୍‌ ମଧ୍ୟ ବନ୍ଦ ହୋଇଯାଇଛି। ଆଗାମୀ ଦିନରେ ସିନେମା ହଲ୍‌ ଚାଲିବ କି ନାହଁି ତାହା ଏବେ ବଡ଼ ପ୍ରଶ୍ନବାଚୀ।
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା
ଦୁର୍ବିଷହ ହୋଇପଡ଼ିଛି ଜୀବନ ଜୀବିକା
ଭୁବନର ହନୁମାନ ଟକିଜ୍‌ରୁ ଅପରେଟିଂ କାମରୁ ୩୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ହନୁମାନ ଟକିଜ୍‌ ବନ୍ଦ ହେବାପରେ ସାଇ ଟକିଜ୍‌ରେ ୧୫୦୦ ଟଙ୍କା ବେତନରେ ଚାକିରି ମିଳିଥିଲା। ଏବେ ପରିସ୍ଥିତି ବଦଳିଯାଇଛି। ସିନେମା ହଲ୍‌ ବନ୍ଦ ହୋଇଯିବା ପରେ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। କେବୁଲ ଟିଭି, ମୋବାଇଲ, ଇଣ୍ଟରନେଟ୍‌ ସିନେମା ହଲ୍‌ ବ୍ୟବସାୟକୁ ବନ୍ଦ କରିଦେଇଛି ା
-ଶ୍ୟାମସୁନ୍ଦର ମିଶ୍ର, ସିନେମା ଅପରେଟର, ଭୁବନ


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri