‘କାଶୀପୁରରେ ସୁଧୁରୁଛି ସ୍ଥିତି’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାୟଗଡ଼ାଜିଲା କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖି ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି ବୋଲି ବୁଧବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ ଆହୁରୀ କହିଛନ୍ତି ଯେ, ରାୟଗଡ଼ା, କୋରାପୁଟର ସ୍ବାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି । ବିଶୋଧନ କାର୍ଯ୍ୟକ୍ରମ ଚାଲିଛି। କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି। ଏଠାରୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇଥିଲେ । ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଯାଇଛନ୍ତି । ବେ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ।