ବ୍ୟାସନଗର ଦୁରବସ୍ଥା ଦୂର ହୋଇପାରୁନି

ଯାଜପୁର ଅଫିସ,୨୯ା୧୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ। ସହରର ୨୬ଟି ୱାର୍ଡକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିଣତ ହୋଇସାରିଛି। ବିଶେଷକରି ୨୫ ନମ୍ବର ୱାର୍ଡ ଗୋଶାଳାଛକଠାରୁ ଶିଶୁମନ୍ଦିର ପଛପାର୍ଶ୍ୱ ଛକ ସମେତ ଟିନା ହେଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, କୋପଣ୍ଡ ହରିଜନ ସାହିଠାରୁ କୋପଣ୍ଡ ଛକ, ବ୍ୟାସଦେବ ରାଘବ ଜୀଉ ମନ୍ଦିର, କୁଷ୍ଠାଶ୍ରମ ଏବଂ ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ଅଞ୍ଚଳକୁ ଜାଣିଶୁଣି ଅବହେଳା କରାଯାଇଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏହି ୨୫ ନମ୍ବର ୱାର୍ଡ ଅଞ୍ଚଳରେ ୨୦୧୬-୧୭ରୁ ୨୦୧୮-୧୯ ପର୍ଯ୍ୟନ୍ତ ମାତ୍ର ୭ ପ୍ରକଳ୍ପରେ ୨୯ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କେବଳ କଂକ୍ରିଟ ରାସ୍ତା ଓ ଡ୍ରେନ କାମ ହୋଇଛି। ଏହି କଂକ୍ରିଟ ରାସ୍ତାଗୁଡିକର ବିପର୍ଯ୍ୟସ୍ତ ଅବସ୍ଥା ଏତେ ଶୋଚନୀୟ ଯେ ନ ଦେଖିଲା ଲୋକ ବିଶ୍ୱାସ କରିପାରିବେ ନାହିଁ। ଅନ୍ୟପକ୍ଷେ ଏହି ୱାର୍ଡର ଶିଶୁମନ୍ଦିର ନିକଟରୁ ଶ୍ମଶାନ ଯାଏ ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଅବହେଳା କରି ୨୫ ନମ୍ବର ୱାର୍ଡବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ସହରର ପ୍ରମୁଖ ରାସ୍ତାଗୁଡିକର ମରାମତି, ଛକଗୁଡ଼ିକର ସୌନ୍ଦର୍ଯ୍ୟକରଣ, ପାର୍କ ଓ ବୋଟିଂ କ୍ଲବ ନିର୍ମାଣ କରାଯିବ ବୋଲି ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳୁଛି। ନିକଟରେ ୬.୬୨ କୋଟି ଟଙ୍କା ଖର୍ଚ୍ଚ କରି ସହରର ବିଭିନ୍ନ ବିକାଶ କାର୍ଯ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ ବିଧାୟକ ଅଶୋକ ବଳ ସୂଚନା ଦେଇଛନ୍ତି। ହେଲେ ଏହିସବୁ କେବଳ ପ୍ରତିଶ୍ରୁତି ହୋଇଥିବାବେଳେ ବ୍ୟାସନଗରକୁ ଆସୁଥିବା ଲୋକମାନେ ସହରର ଦୁରବସ୍ଥାକୁ ଦେଖି ନକାରାମତ୍କ ମତ ଦେଉଛନ୍ତି। ସ୍ଥାନୀୟ ନେତୃବୃନ୍ଦଙ୍କୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଦୁରବସ୍ଥାର ଉଦାହରଣ ଭାବେ ୨୫ ନମ୍ବର ୱାର୍ଡକୁ ନିଆଯାଇପାରେ। ୨୦୧୭-୧୮ ବର୍ଷରେ ପ୍ଲଟ ଛକଠାରୁ ଗାନ୍ଧୀନଗର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ଏଥିରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୪ ବର୍ଷରେ ଏହି ରାସ୍ତାର ଅଧିକାଂଶ ଭାଗ ମାଟିରେ ମିଶି ସାରିଛି। ସେହିପରି ପ୍ଲଟ ଛକଠାରୁ ଡ. ପି.କେ. ସାହୁ ରାସ୍ତା ପାଇଁ ୩,୮୬,୭୦୨ ଟଙ୍କା, ୨୦୧୬-୧୭ ବର୍ଷରେ ଥନାପତି ମନ୍ଦିରଠାରୁ ତେଲେଙ୍ଗା ସାହି ଡ୍ରେନ କାର୍ଯ୍ୟ ପାଇଁ ୧,୯୭,୫୯୯ ଟଙ୍କା, ବଙ୍ଗାଳିସାହିଠାରୁ ମହମ୍ମଦ ଇସ୍ରାଏଲ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ପାଇଁ ୩ ଲକ୍ଷ ଟଙ୍କା, ଦେବେଶ୍ୱର ମନ୍ଦିର ଠାରୁ କଲଭର୍ଟ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଲାଗି ୨ ଲକ୍ଷ ଟଙ୍କା, ବରହମପୁର ସାହିଠାରୁ ପ୍ଲଟ ଭାୟା ହଟିଂ ଯାଏ କଂକ୍ରିଟ ରାସ୍ତା ନିମନ୍ତେ ୫ ଲକ୍ଷ ଟଙ୍କା ଏବଂ ୨୦୧୮-୧୯ରେ କୋପଣ୍ଡ ସ୍କୁଲଠାରୁ କୋପଣ୍ଡ ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ଚଳିତବର୍ଷ ଶ୍ମଶାନକୁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ ଏଯାଏ ତିଆରି ହୋଇଥିବା ଫଳକରେ କିଛି ସୂଚନା ଦିଆଯାଇନାହିଁ। ଅଟକଳ ଅନୁଯାୟୀ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନଥିବାରୁ ପୂର୍ବ ରାସ୍ତାଗୁଡିକ ଭଳି ଏହା ମଧ୍ୟ ସେଥିରେ ସାମିଲ ହେବ। ସମ୍ପୃକ୍ତ ଯନ୍ତ୍ରୀଙ୍କ ଅବହେଳା ମନୋଭାବ ଯୋଗୁ ଏହି ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଏବଂ ବିଧାୟକ ବଳଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri