ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ ଆଦିବାସୀ ବହୁଳ ବାଘୁଆମେଦ ଗ୍ରାମରେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗ୍ରାମରେ ଥିବା ଚାଳଛପର ଘରେ ଆଣ୍ଠୁଏଁ ଲେଖାଏ ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ରାସ୍ତାରେ ମଧ୍ୟ ୨ ଫୁଟର ପାଣି ଚାଲିଛି। ଫଳରେ ଯିବା ଆସିବା ବାଧାପ୍ରାପ୍ତ ହୋଇଛି। ନଳକୂପ ବୁଡିଯାଇଥିବାରୁ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଗ୍ରାମବାସୀ ପାଣି ନିଷ୍କାସନ ପାଇଁ ଦାବି କରିଛନ୍ତି।