ନିଃଶବ୍ଦ ଘାତକ: ଉଚ୍ଚ ରକ୍ତଚାପ

କିପରି କରାଯାଏ ରୋଗ ନିର୍ଣ୍ଣୟ
ଉଚ୍ଚ ରକ୍ତଚାପକୁ ନିର୍ଣ୍ଣୟ କରିବା ସବୁଠାରୁ ସହଜ। କାରଣ ରକ୍ତଚାପ ମାପିଦେଲେ ରୋଗ ଧରାପଡ଼ିଯାଏ। ତେବେ ଭିନ୍ନ ଭିନ୍ନ ସମୟରେ ବିଶ୍ରାମ କାଳରେ ରକ୍ତଚାପ ମାପି ଅନ୍ତତଃ ଦୁଇ ଥର ଚାପ ବଢ଼ିଥିବାର ଜଣାପଡ଼ିଲେ ଉଚ୍ଚ ରକ୍ତଚାପ ବୋଲି ନିର୍ଣ୍ଣୟ କରାଯାଏ। ରୋଗୀକୁ ଧୀରସ୍ଥିର ଭାବରେ ଅନ୍ତତଃ ପାଞ୍ଚ ମିନିଟ୍‌ ବସେଇ ସାରି ରକ୍ତଚାପ ମାପିବା ଉଚିତ। ମାପିବା ସମୟରେ ହାତ ହୃତ୍‌ପିଣ୍ଡର ସମାନ ଉଚ୍ଚତାରେ ରହିବା ଦରକାର। ରକ୍ତଚାପ ବଢ଼ିଥିଲେ ପରିସ୍ରା ପରୀକ୍ଷା, ରକ୍ତରେ ଗ୍ଲୁକୋଜ, ୟୁରିଆ କ୍ରିଏଟିନିନ୍‌, ଲିପିଡ ପ୍ରୋଫାଇଲ୍‌, ସୋଡିୟମ୍‌, ପୋଟାସିୟମ୍‌ ଆଦି ପରୀକ୍ଷା କରାଇନେବା ଦରକାର।
ଚିକିତ୍ସା : ରକ୍ତଚାପର କାରଣ ଜଣାଥିଲେ କାରଣକୁ ଚାହିଁ ଚିକିତ୍ସା କରାଯାଏ। ମୂଳ ରୋଗକୁ ଆରୋଗ୍ୟ କରିଦେଲେ ବଢ଼ିଥିବା ରକ୍ତଚାପ ତାହାର ସାଧାରଣ ସ୍ତରକୁ ଫେରିଆସେ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ରକ୍ତଚାପ ବଢ଼ିଥିବାର କାରଣ ଜଣାପଡ଼େନି। ଅଧିକାଂଶ ରୋଗୀ ଏହି ଶେଷୋକ୍ତ ଗୋଷ୍ଠୀର। ତେବେ ରୋଗୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେବା ହିଁ ନିରାପଦ। ଚିକିତ୍ସା ପାଇଁ ନାନା ପ୍ରକାର ଔଷଧ ଓ କେଉଁ ଔଷଧ ଦେଇ ଚିକିତ୍ସା କରାଯିବ ତାହା ଡାକ୍ତର ହିଁ ସ୍ଥିର କରିଥାଆନ୍ତି।
ମାତ୍ର ମନେରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ସାଧାରଣ ଭାବରେ ଉଚ୍ଚ ରକ୍ତଚାପ ରୋଗୀ ଜୀବନସାରା ଔଷଧ ଚିକିତ୍ସାରେ ରହିବା ପାଇଁ ବାଧ୍ୟ। କାରଣ ଉଚ୍ଚ ରକ୍ତଚାପର କୌଣସି ସ୍ଥାୟୀ ଆରୋଗ୍ୟ ନାହିଁ। ତେବେ ରୋଗୀ ତା’ ଔଷଧର ମାତ୍ରା ମନକୁ ମନ ଏପଟ ସେପଟ କରିବା ନିଷେଧ। ବହୁବର୍ଷ ଧରି ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥିଲେ ସେପରି କ୍ଷେତ୍ରରେ ଚିକିତ୍ସା କରୁଥିବା ଡାକ୍ତର ହିଁ କେବଳ ଔଷଧ ବନ୍ଦ କରିଦେବାକୁ ପରାମର୍ଶ ଦେଇପାରନ୍ତି। ଔଷଧ ଖାଇ ରକ୍ତଚାପ ସ୍ବାଭାବିକ ସ୍ତର ପ୍ରାପ୍ତ ହେବାର ଅର୍ଥ ଉଚ୍ଚ ରକ୍ତଚାପରୁ ଆରୋଗ୍ୟ ନୁହେଁ। ତେଣୁ ରକ୍ତଚାପ ସ୍ବାଭାବିକ ହୋଇଗଲେ ଔଷଧ ଖାଇବା ବନ୍ଦ କରିଦେବା ମସ୍ତବଡ଼ ଭୁଲ। ରୋଗୀର ରକ୍ତଚାପ ସ୍ବାଭାବିକ ହୋଇଯାଇଥିଲେ ଔଷଧ ବନ୍ଦ କରିଦେଲେ ରକ୍ତଚାପ ପୁଣି ବଢ଼ିଯାଏ। କାରଣ ରକ୍ତଚାପ ହ୍ରାସ ଔଷଧ ପ୍ରଭାବ ଯୋଗୁ ହୋଇଥାଏ, ହେଲେ ରୋଗର ଆରୋଗ୍ୟ ନୁହେଁ।
ତେବେ ଔଷଧ ସାଙ୍ଗରେ ଖାଇବା ପାଇଁ ପଡ଼ିବ କମ୍‌ ଲୁଣ। ଦିନକ ଭିତରେ ୧୫୦୦ ମିଲିଗ୍ରାମରୁ କମ୍‌ ଖାଇଲେ ଭଲ। ଲୁଣି ବିସ୍କୁଟ ଏବଂ ଲୁଣିଆ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ପନିପରିବା, ଶାଗ, ଫଳ, ଭାତ, ରୁଟି, ଡାଲି, କୁକୁଡା ମାଂସ ମନାନାହିଁ। ପ୍ରତିଦିନ ନିୟମିତ ଭାବରେ ବ୍ୟାୟାମ କରିବାକୁ ପଡ଼ିବ। କେବଳ ବ୍ୟାୟାମ ହିଁ ରକ୍ତଚାପକୁ କିଛି ମାତ୍ରାରେ ହ୍ରାସ କରିଦିଏ। ଧୂମପାନ ସମ୍ପୂର୍ଣ୍ଣ ବର୍ଜନୀୟ। ମଦ୍ୟପାନ ନ କରିବା ଭଲ। ଧ୍ୟାନ, ପ୍ରାର୍ଥନା, ଯୋଗ ଓ ପ୍ରାଣାୟାମ ସୁଫଳ ପ୍ରଦାନ କରିଥାଏ। ୭-୮ ଘଣ୍ଟାର ସୁନିଦ୍ରା ଉପକାରୀ। ତା’ ସହ ମଝିରେ ମଝିରେ ରକ୍ତଚାପ ମପେଇ ନେବା ଜରୁରୀ।
ଖାଦ୍ୟପେୟ : ରକ୍ତଚାପ ଥିଲେ ମୁଢ଼ି, ଚୂଡ଼ା, ଭାତ, ଚୋକଡ଼ମିଶା ରୁଟି, ମାଣ୍ଡିଆ ରୁଟି ଖାଆନ୍ତୁ। ମୁଗ, ହରଡ଼, ବୁଟଡାଲି, ସବୁପ୍ରକାର ଶାଗ, ଆଳୁ, କନ୍ଦମୂଳ, ବାଇଗଣ, ଭେଣ୍ଡି, ଟମାଟୋ, କଲରା, ପୋଟଳ, ଗାଜର, ବିନ୍ସ, ବନ୍ଧାକୋବି, ଫୁଲକୋବି, ଲାଉ, କଖାରୁ, ମୂଳା ଆଦି ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। କଦଳୀ, ଅଙ୍ଗୁର, ଆକପଲ, ନାସ୍‌ପାତି, ପିଜୁଳି, ଆମ୍ବ, ସପୁରି, ତରଭୁଜ, ଅମୃତଭଣ୍ଡା ଆଦି ଫଳ ଖାଆନ୍ତୁ। ସରକଢ଼ା କ୍ଷୀର, ସରକଢ଼ା କ୍ଷୀରରୁ ପ୍ରସ୍ତୁତ ଦହି ଓ ଛେନା ଖାଆନ୍ତୁ। ମାଛ, ଚର୍ବି କି ଚମ ଲାଗି ନ ଥିବା କୁକୁଡ଼ା ମାଂସ, ଅଣ୍ଡାର କେବଳ ଧଳା ଅଂଶ, ଚିନାବାଦାମ, ଅଖରୋଟ, ପେସ୍ତା, କାଜୁ, କଖାରୁ ମଞ୍ଜି ଖାଇପାରନ୍ତି। ଫାଷ୍ଟଫୁଡଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ।
ମନେରଖନ୍ତୁ: ସବୁବେଳେ ଶରୀର ଓଜନକୁ ନିୟନ୍ତ୍ରିତ ରଖନ୍ତୁ। ବଡି ମାସ୍‌ ଇଣ୍ଡେକ୍ସ ବା ‘ବିଏମ୍‌ଆଇ’ ୨୦-୨୫ ମଧ୍ୟରେ ରହିବା ଦରକାର। ଓଜନକୁ କିଲୋଗ୍ରାମରେ ମାପି ଓ ଉଚ୍ଚତାକୁ ମିଟରରେ ମାପି ସାରି ଓଜନକୁ ଉଚ୍ଚତାର ବର୍ଗ ଦ୍ୱାରା ଭାଗ କଲେ ବିଏମ୍‌ଆଇ ମିଳିଯିବ। ଦୈନିକ ଲୁଣ ଖାଇବାର ପରିମାଣ ୫ ଗ୍ରାମରୁ କମ୍‌। ଏଥିରେ ଡାଲି, ତରକାରି, ଭଜା, ସନ୍ତୁଳା ଇତ୍ୟାଦିରେ ପଡ଼ିଥିବା ଲୁଣ ଅନ୍ତର୍ଭୁକ୍ତ। କୌଣସି ଲୁଣିଆ ଖାଦ୍ୟ କମ୍‌ ଖାଇବା ଦରକାର। ପ୍ରତିଦିନ ବ୍ୟାୟାମ କରନ୍ତୁ। ଦିନକୁ ୩୦ ମିନିଟରୁ ଅଧିକ ସମୟ ଚାଲନ୍ତୁ କିମ୍ବା ସାଇକେଲ ଚଲାନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ମାନସିକ ଚାପ ହ୍ରାସ ହେବା ନିହାତି ଦରକାର। ନିୟମିତ ସମୟ ଅନ୍ତରାଳରେ ରକ୍ତଚାପ ମାପିନିଅନ୍ତୁ। ସବୁବେଳେ ସକାରାତ୍ମକ ମନୋଭାବ ରଖନ୍ତୁ। ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।
– ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩, ଅଭିନବ ବିଡ଼ାନାସୀ, କଟକ-୧୪

(ଶେଷ ଭାଗ)


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri