ନିଃଶବ୍ଦ ଘାତକ: ଉଚ୍ଚ ରକ୍ତଚାପ

କିପରି କରାଯାଏ ରୋଗ ନିର୍ଣ୍ଣୟ
ଉଚ୍ଚ ରକ୍ତଚାପକୁ ନିର୍ଣ୍ଣୟ କରିବା ସବୁଠାରୁ ସହଜ। କାରଣ ରକ୍ତଚାପ ମାପିଦେଲେ ରୋଗ ଧରାପଡ଼ିଯାଏ। ତେବେ ଭିନ୍ନ ଭିନ୍ନ ସମୟରେ ବିଶ୍ରାମ କାଳରେ ରକ୍ତଚାପ ମାପି ଅନ୍ତତଃ ଦୁଇ ଥର ଚାପ ବଢ଼ିଥିବାର ଜଣାପଡ଼ିଲେ ଉଚ୍ଚ ରକ୍ତଚାପ ବୋଲି ନିର୍ଣ୍ଣୟ କରାଯାଏ। ରୋଗୀକୁ ଧୀରସ୍ଥିର ଭାବରେ ଅନ୍ତତଃ ପାଞ୍ଚ ମିନିଟ୍‌ ବସେଇ ସାରି ରକ୍ତଚାପ ମାପିବା ଉଚିତ। ମାପିବା ସମୟରେ ହାତ ହୃତ୍‌ପିଣ୍ଡର ସମାନ ଉଚ୍ଚତାରେ ରହିବା ଦରକାର। ରକ୍ତଚାପ ବଢ଼ିଥିଲେ ପରିସ୍ରା ପରୀକ୍ଷା, ରକ୍ତରେ ଗ୍ଲୁକୋଜ, ୟୁରିଆ କ୍ରିଏଟିନିନ୍‌, ଲିପିଡ ପ୍ରୋଫାଇଲ୍‌, ସୋଡିୟମ୍‌, ପୋଟାସିୟମ୍‌ ଆଦି ପରୀକ୍ଷା କରାଇନେବା ଦରକାର।
ଚିକିତ୍ସା : ରକ୍ତଚାପର କାରଣ ଜଣାଥିଲେ କାରଣକୁ ଚାହିଁ ଚିକିତ୍ସା କରାଯାଏ। ମୂଳ ରୋଗକୁ ଆରୋଗ୍ୟ କରିଦେଲେ ବଢ଼ିଥିବା ରକ୍ତଚାପ ତାହାର ସାଧାରଣ ସ୍ତରକୁ ଫେରିଆସେ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ରକ୍ତଚାପ ବଢ଼ିଥିବାର କାରଣ ଜଣାପଡ଼େନି। ଅଧିକାଂଶ ରୋଗୀ ଏହି ଶେଷୋକ୍ତ ଗୋଷ୍ଠୀର। ତେବେ ରୋଗୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେବା ହିଁ ନିରାପଦ। ଚିକିତ୍ସା ପାଇଁ ନାନା ପ୍ରକାର ଔଷଧ ଓ କେଉଁ ଔଷଧ ଦେଇ ଚିକିତ୍ସା କରାଯିବ ତାହା ଡାକ୍ତର ହିଁ ସ୍ଥିର କରିଥାଆନ୍ତି।
ମାତ୍ର ମନେରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ସାଧାରଣ ଭାବରେ ଉଚ୍ଚ ରକ୍ତଚାପ ରୋଗୀ ଜୀବନସାରା ଔଷଧ ଚିକିତ୍ସାରେ ରହିବା ପାଇଁ ବାଧ୍ୟ। କାରଣ ଉଚ୍ଚ ରକ୍ତଚାପର କୌଣସି ସ୍ଥାୟୀ ଆରୋଗ୍ୟ ନାହିଁ। ତେବେ ରୋଗୀ ତା’ ଔଷଧର ମାତ୍ରା ମନକୁ ମନ ଏପଟ ସେପଟ କରିବା ନିଷେଧ। ବହୁବର୍ଷ ଧରି ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥିଲେ ସେପରି କ୍ଷେତ୍ରରେ ଚିକିତ୍ସା କରୁଥିବା ଡାକ୍ତର ହିଁ କେବଳ ଔଷଧ ବନ୍ଦ କରିଦେବାକୁ ପରାମର୍ଶ ଦେଇପାରନ୍ତି। ଔଷଧ ଖାଇ ରକ୍ତଚାପ ସ୍ବାଭାବିକ ସ୍ତର ପ୍ରାପ୍ତ ହେବାର ଅର୍ଥ ଉଚ୍ଚ ରକ୍ତଚାପରୁ ଆରୋଗ୍ୟ ନୁହେଁ। ତେଣୁ ରକ୍ତଚାପ ସ୍ବାଭାବିକ ହୋଇଗଲେ ଔଷଧ ଖାଇବା ବନ୍ଦ କରିଦେବା ମସ୍ତବଡ଼ ଭୁଲ। ରୋଗୀର ରକ୍ତଚାପ ସ୍ବାଭାବିକ ହୋଇଯାଇଥିଲେ ଔଷଧ ବନ୍ଦ କରିଦେଲେ ରକ୍ତଚାପ ପୁଣି ବଢ଼ିଯାଏ। କାରଣ ରକ୍ତଚାପ ହ୍ରାସ ଔଷଧ ପ୍ରଭାବ ଯୋଗୁ ହୋଇଥାଏ, ହେଲେ ରୋଗର ଆରୋଗ୍ୟ ନୁହେଁ।
ତେବେ ଔଷଧ ସାଙ୍ଗରେ ଖାଇବା ପାଇଁ ପଡ଼ିବ କମ୍‌ ଲୁଣ। ଦିନକ ଭିତରେ ୧୫୦୦ ମିଲିଗ୍ରାମରୁ କମ୍‌ ଖାଇଲେ ଭଲ। ଲୁଣି ବିସ୍କୁଟ ଏବଂ ଲୁଣିଆ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ପନିପରିବା, ଶାଗ, ଫଳ, ଭାତ, ରୁଟି, ଡାଲି, କୁକୁଡା ମାଂସ ମନାନାହିଁ। ପ୍ରତିଦିନ ନିୟମିତ ଭାବରେ ବ୍ୟାୟାମ କରିବାକୁ ପଡ଼ିବ। କେବଳ ବ୍ୟାୟାମ ହିଁ ରକ୍ତଚାପକୁ କିଛି ମାତ୍ରାରେ ହ୍ରାସ କରିଦିଏ। ଧୂମପାନ ସମ୍ପୂର୍ଣ୍ଣ ବର୍ଜନୀୟ। ମଦ୍ୟପାନ ନ କରିବା ଭଲ। ଧ୍ୟାନ, ପ୍ରାର୍ଥନା, ଯୋଗ ଓ ପ୍ରାଣାୟାମ ସୁଫଳ ପ୍ରଦାନ କରିଥାଏ। ୭-୮ ଘଣ୍ଟାର ସୁନିଦ୍ରା ଉପକାରୀ। ତା’ ସହ ମଝିରେ ମଝିରେ ରକ୍ତଚାପ ମପେଇ ନେବା ଜରୁରୀ।
ଖାଦ୍ୟପେୟ : ରକ୍ତଚାପ ଥିଲେ ମୁଢ଼ି, ଚୂଡ଼ା, ଭାତ, ଚୋକଡ଼ମିଶା ରୁଟି, ମାଣ୍ଡିଆ ରୁଟି ଖାଆନ୍ତୁ। ମୁଗ, ହରଡ଼, ବୁଟଡାଲି, ସବୁପ୍ରକାର ଶାଗ, ଆଳୁ, କନ୍ଦମୂଳ, ବାଇଗଣ, ଭେଣ୍ଡି, ଟମାଟୋ, କଲରା, ପୋଟଳ, ଗାଜର, ବିନ୍ସ, ବନ୍ଧାକୋବି, ଫୁଲକୋବି, ଲାଉ, କଖାରୁ, ମୂଳା ଆଦି ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। କଦଳୀ, ଅଙ୍ଗୁର, ଆକପଲ, ନାସ୍‌ପାତି, ପିଜୁଳି, ଆମ୍ବ, ସପୁରି, ତରଭୁଜ, ଅମୃତଭଣ୍ଡା ଆଦି ଫଳ ଖାଆନ୍ତୁ। ସରକଢ଼ା କ୍ଷୀର, ସରକଢ଼ା କ୍ଷୀରରୁ ପ୍ରସ୍ତୁତ ଦହି ଓ ଛେନା ଖାଆନ୍ତୁ। ମାଛ, ଚର୍ବି କି ଚମ ଲାଗି ନ ଥିବା କୁକୁଡ଼ା ମାଂସ, ଅଣ୍ଡାର କେବଳ ଧଳା ଅଂଶ, ଚିନାବାଦାମ, ଅଖରୋଟ, ପେସ୍ତା, କାଜୁ, କଖାରୁ ମଞ୍ଜି ଖାଇପାରନ୍ତି। ଫାଷ୍ଟଫୁଡଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ।
ମନେରଖନ୍ତୁ: ସବୁବେଳେ ଶରୀର ଓଜନକୁ ନିୟନ୍ତ୍ରିତ ରଖନ୍ତୁ। ବଡି ମାସ୍‌ ଇଣ୍ଡେକ୍ସ ବା ‘ବିଏମ୍‌ଆଇ’ ୨୦-୨୫ ମଧ୍ୟରେ ରହିବା ଦରକାର। ଓଜନକୁ କିଲୋଗ୍ରାମରେ ମାପି ଓ ଉଚ୍ଚତାକୁ ମିଟରରେ ମାପି ସାରି ଓଜନକୁ ଉଚ୍ଚତାର ବର୍ଗ ଦ୍ୱାରା ଭାଗ କଲେ ବିଏମ୍‌ଆଇ ମିଳିଯିବ। ଦୈନିକ ଲୁଣ ଖାଇବାର ପରିମାଣ ୫ ଗ୍ରାମରୁ କମ୍‌। ଏଥିରେ ଡାଲି, ତରକାରି, ଭଜା, ସନ୍ତୁଳା ଇତ୍ୟାଦିରେ ପଡ଼ିଥିବା ଲୁଣ ଅନ୍ତର୍ଭୁକ୍ତ। କୌଣସି ଲୁଣିଆ ଖାଦ୍ୟ କମ୍‌ ଖାଇବା ଦରକାର। ପ୍ରତିଦିନ ବ୍ୟାୟାମ କରନ୍ତୁ। ଦିନକୁ ୩୦ ମିନିଟରୁ ଅଧିକ ସମୟ ଚାଲନ୍ତୁ କିମ୍ବା ସାଇକେଲ ଚଲାନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ମାନସିକ ଚାପ ହ୍ରାସ ହେବା ନିହାତି ଦରକାର। ନିୟମିତ ସମୟ ଅନ୍ତରାଳରେ ରକ୍ତଚାପ ମାପିନିଅନ୍ତୁ। ସବୁବେଳେ ସକାରାତ୍ମକ ମନୋଭାବ ରଖନ୍ତୁ। ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।
– ଡା. ନିତ୍ୟାନନ୍ଦ ସ୍ବାଇଁ, ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩, ଅଭିନବ ବିଡ଼ାନାସୀ, କଟକ-୧୪

(ଶେଷ ଭାଗ)


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri