Posted inଫୁରସତ

ଦୁନିଆରେ ସବୁଠୁ ସୁନ୍ଦର ଏହି ଯୁବତୀଙ୍କର ହସ୍ତାକ୍ଷର, କମ୍ପ୍ୟୁଟର ଟାଇପିଂଠାରୁ ବି ଅଧିକ ସୁନ୍ଦର

ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ହସ୍ତଲିଖନ ସୁନ୍ଦର ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ। ଆଜି ବି ପିଲାମାନେ ବିଦ୍ୟାଳୟରେ ଏହା କରିବାକୁ ଉତ୍ସାହିତ ହୁଅନ୍ତି । ଏପରିକି ପୁରସ୍କାର ମଧ୍ୟ ଦିଆଯାଏ। କିନ୍ତୁ ସମସ୍ତଙ୍କର ହସ୍ତଲିଖନ ଶୈଳୀ ଅଲଗା ହୋଇଥାଏ।

କିଛି ଛାତ୍ର ଭଲ ପାଠ ପଢ଼ନ୍ତି କିନ୍ତୁ ସେମାନଙ୍କର ହସ୍ତାକ୍ଷର ବା ହ୍ୟାଣ୍ଡ ରାଇଟିଂ ଭଲ ନୁହେଁ। ଅନ୍ୟମାନଙ୍କ ଅକ୍ଷର ସବୁଠୁ ସୁନ୍ଦର ହୋଇଥାଏ କିନ୍ତୁ ଶ୍ରେଣୀରେ ଭଲ ପଢ଼ନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ସୁନ୍ଦର ହସ୍ତାକ୍ଷର କାହାର ରହିଛି। ଯାହାଙ୍କ ହସ୍ତଲିଖନ ଦୁନିଆର ସବୁଠୁ ସୁନ୍ଦର ଭାବରେ ପରିଗଣିତ ହୋଇଛି।

ଏମିତି ଜଣେ ଯୁବତୀ ନେପାଳରେ ଅଛନ୍ତି। ଯାହାଙ୍କ ହସ୍ତାକ୍ଷର ଦୁନିଆର ସବୁଠୁ ସୁନ୍ଦର ବୋଲି ପ୍ରମାଣିତ ହୋଇଛି। ତାଙ୍କ ନାମ ପ୍ରକୃତି ମଲ୍ଲା। ଯେତେବେଳେ ସେ ଲେଖନ୍ତି, ଲାଗେ ଯେମିତି ଏହା ଏକ କମ୍ପ୍ୟୁଟରରେ ଟାଇପ୍‌ ହୋଇଛି। ତାଙ୍କର ପ୍ରତ୍ୟେକ ଅକ୍ଷର ଆପଣଙ୍କୁ ମଧ୍ୟ ଆକର୍ଷିତ କରିବ।

canva

ବର୍ତ୍ତମାନ ପ୍ରକୃତିଙ୍କୁ ୧୬ ବର୍ଷ। ୧୪ ବର୍ଷ ବୟସରେ ସେ ନେପାଳର ସୈନିକ ରେସିଡେନ୍ସିଆଲ କଲେଜରେ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ। କିନ୍ତୁ ପ୍ରକୃତିଙ୍କ ଦ୍ୱାରା ଲିଖିତ ପୃଷ୍ଠାଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କ ହସ୍ତଲିଖନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୨୦୨୨ରେ ନେପାଳରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଦୂତାବାସ ପ୍ରକୃତିଙ୍କ ବିଷୟରେ ଏକ ଟୁଇଟ୍‌ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେଳ ସଂଯୁକ୍ତ ଆରବ ଏମିରେଟ୍ସର ୫୧ ତମ ଉତ୍ସବରେ ତାଙ୍କୁ ବିଶ୍ୱ ଶ୍ରେଷ୍ଠ ହସ୍ତଲିଖନ ପୁରସ୍କାରରେ ସମ୍ମାନିତ କରାଯାଇଛି।

ପ୍ରକୃତି ଜଣେ ଅତ୍ୟନ୍ତ ମେଧାବୀ ଛାତ୍ରୀ। ତାଙ୍କ ହସ୍ତଲିଖନ ଶୈଳୀ ମଧ୍ୟ ବହୁତ ଭିନ୍ନ, ଯାହା ତାଙ୍କୁ ଆହୁରି ଅଧିକ ସୁନ୍ଦର କରିଥାଏ। ଯେତେବେଳେ ସେ କାଗଜରେ ଲେଖନ୍ତି, କମ୍ପ୍ୟୁଟରରେ ପ୍ରିଣ୍ଟ ହୋଇଥିବା ପରି ଦେଖାଯଏ। ଏପରିକି କୁହାଯାଏ, ସେ କମ୍ପ୍ୟୁଟର ଅପେକ୍ଷା ଭଲ ଲେଖନ୍ତି।

ବିଶେଷଜ୍ଞମାନେ ମଧ୍ୟ ତାଙ୍କ ହସ୍ତଲିଖନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନୁସନ୍ଧାନ ମଧ୍ୟ କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତି, ପ୍ରକୃତିଙ୍କ ହସ୍ତଲିଖନରେ ପ୍ରତ୍ୟେକ ଅକ୍ଷର ମଧ୍ୟରେ ଦୂରତା ସମାନ। ସେଥିପାଇଁ ଅକ୍ଷରଗୁଡ଼ିକ ସୁନ୍ଦର ଦେଖାଯାଏ। ଯେତେବେଳେ କି ଏହା ଅନ୍ୟମାନେ ଲେଖିପାରନ୍ତି ନାହିଁ। ତାଙ୍କ ହସ୍ତଲିଖନ କେବଳ ନେପାଳରେ ନୁହେଁ ସମଗ୍ର ବିଶ୍ୱରେ ସର୍ବୋତ୍ତମ।

ପ୍ରକୃତି ତାଙ୍କର ଉତ୍କୃଷ୍ଟ ହସ୍ତଲିଖନ ପାଇଁ ନେପାଳ ସଶସ୍ତ୍ର ବାହିନୀ ତରଫରୁ ଏକ ପୁରସ୍କାର ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ଧାଡ଼ିକୁ ଅତି ଯତ୍ନର ସହିତ ଏବଂ ସୁନ୍ଦର ଭାବରେ ଲେଖିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri