ଶ୍ରୀମନ୍ଦିର ପାର୍ଶ୍ୱ ଉଚ୍ଛେଦ, ଥଇଥାନକୁ ମୋହର

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶ୍ରୀମନ୍ଦିର ବିକାଶ ଲାଗି ରାଜ୍ୟ ସରକାର ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ୭୫ ମିଟର ଦୂରତାରେ ଥିବା ସମସ୍ତ ବେସରକାରୀ ଜମି, ବାସଗୃହ, ଦୋକାନ ଆଦି ଅଧିଗ୍ରହଣ କରିଛନ୍ତି। ଜମି ହରାଇଥିବା ପରିବାରକୁ ମଙ୍ଗଳାହାଟ ନିକଟବର୍ତ୍ତୀ ୬.୬୧୬ ଏକର ସରକାରୀ ଜମିରେ ଥଇଥାନ କରାଯିବ। ଏଥିସହ ବିସ୍ଥାପିତଙ୍କୁ ନାମ ପଞ୍ଜୀକରଣ ଲାଗି ଆବଶ୍ୟକ ଷ୍ଟାମ୍ପ ଓ ରେଜିଷ୍ଟ୍ରେଶନ ଫି’ ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେଡ୍‌ ଲାଇସେନ୍ସ ବର୍ଷକ ବଦଳରେ ୫ ବର୍ଷ ଲାଗି ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ମ୍ୟୁନିସିପାଲ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟ ସରକାରଙ୍କ ‘୫-ଟି’ ବ୍ୟବସ୍ଥାରେ ଏହାକୁ ସାମିଲ କରାଯାଇଛି। ସେହିପରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନାହିଁ। ଏହା ପରିବର୍ତ୍ତେ ଲିଖିତ ଓ ଦକ୍ଷତା ପରୀକ୍ଷା କରାଯିବ। ଏଥିଯୋଗୁ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରହିବ। ଏସବୁକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।
କାରଖାନା ଆଇନ-୧୯୪୮ର କେତେକ ଧାରାକୁ ରାଜ୍ୟ ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ୨୦୨୦ ମେ ୨୯ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରିଥିଲେ। ଏଥିପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କଠାରୁ ଅନୁମତି ଲୋଡିଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟଠାରୁ ମିଳିଥିବା ପରାମର୍ଶକୁ ଧ୍ୟାନରେ ରଖି ଏକ ଅଧ୍ୟାଦେଶ ମାଧ୍ୟମରେ ଉକ୍ତ ଆଇନକୁ ସଂଶୋଧନ କରିବା ନିମନ୍ତେ କ୍ୟାବିନେଟ୍‌ର ଅନୁମୋଦନ ଲୋଡାଯାଇଥିଲା। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
କାରଖାନା ଆଇନ ପରିସରଭୁକ୍ତ ହେବା ଲାଗି ବିଦ୍ୟୁତ୍‌ ଶକ୍ତି ପରିଚାଳିତ କମ୍ପାନୀରେ ସର୍ବନିମ୍ନ ୧୦ ଏବଂ ବିନା ବିଦ୍ୟୁତ୍‌ ଶକ୍ତି ପରିଚାଳିତ କମ୍ପାନୀରେ ସର୍ବନିମ୍ନ ୨୦ଜଣ ଶ୍ରମିକ ନିୟୋଜନ ସୀମା ନିର୍ଦ୍ଧାରଣ କରାଯାଇଥିଲା। ସଂଶୋଧନ ପରେ ଏହାକୁ ଯଥାକ୍ରମେ ୨୦ ଏବଂ ୪୦କୁ ବୃଦ୍ଧି କରାଯାଇଛି। ଏହାସହ ଶ୍ରମିକମାନଙ୍କ ଛୁଟି, ମହିଳା ଶ୍ରମିକଙ୍କ କାର୍ଯ୍ୟକୁ ନେଇ କେତେକ ସଂଶୋଧନ କରାଯାଇଛି। ମହିଳାମାନେ ସା ୭ରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଏଥିପାଇଁ ସୁରକ୍ଷା ଓ ନିରାପତ୍ତାକୁ ନିଶ୍ଚିତ କରିବାକୁ ପଡିବ। ୩ମାସ ମଧ୍ୟରେ ଶ୍ରମିକମାନଙ୍କ କାର୍ଯ୍ୟ କରିବାର ଅବଧି ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସେହିପରି ଛୁଟି ପାଇଁ ଶ୍ରମିକମାନଙ୍କୁ ୨୪୦ ଘଣ୍ଟା ପରିବର୍ତ୍ତେ ୧୮୦ ଘଣ୍ଟାକୁ କମାଇ ଦିଆଯାଇଛି। ଏହି ଆଇନ ସଂଶୋଧନ ଦ୍ୱାରା ରାଜ୍ୟରେ ଶିଳ୍ପାୟନରେ ଅଧିକ ପୁଞ୍ଜି ବିନିଯୋଗ, ନିଯୁକ୍ତି ସୃଷ୍ଟି ଏବଂ କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଠିକା ଶ୍ରମିକ (ନିୟନ୍ତ୍ରଣ ଓ ନିଷେଧ ଆଇନ) ୧୯୭୦କୁ ମଧ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ ଏହି ଆଇନ ୨୦ଜଣରୁ ଅଧିକ ଶ୍ରମିକ କାମକରୁଥିବା ସଂସ୍ଥା ଏବଂ ଠିକାଦାରଙ୍କ ପ୍ରତି ଲାଗୁ ହେଉଥିଲା। ଏହି ଆଇନ ସଂଶୋଧନ ଫଳରେ ୫୦ ବା ଏହାଠାରୁ ଅଧିକ ଶ୍ରମିକ ନିୟୋଜିତ ହେଉଥିବା ସଂସ୍ଥା କିମ୍ବା ଠିକାଦାରଙ୍କ କ୍ଷେତ୍ରରେ ଲାଗୁ କରାଯିବ। ଏଥିଯୋଗୁ ୫୦ରୁ କମ୍‌ ଶ୍ରମିକଙ୍କୁ ନେଇ କାମ କରୁଥିବା ସଂସ୍ଥା କିମ୍ବା ଠିକାଦାରଙ୍କୁ ରେଜିଷ୍ଟ୍ରେଶନ ସାର୍ଟିଫିକେଟ କିମ୍ବା ଲାଇସେନ୍ସ ନେବାକୁ ପଡିବ ନାହିଁ। ରାଜ୍ୟ ସରକାର ଶିଳ୍ପକୁ ଅଗ୍ରାଧିକାର ଦେବା ଲାଗି ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଏଥିଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶାକୁ ୧୮% ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ରାଜ୍ୟକୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସକାଶେ ରାଜ୍ୟ ସରକାର ୨୦୧୬ ଏବଂ ୨୦୧୮ରେ ‘ମେକ ଇନ୍‌ ଓଡିଶା କନକ୍ଲେଭ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ୨୦୨୦ ନଭେମ୍ବରରେ ଏହାର ତୃତୀୟ ସଂସ୍କରଣ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିସହିତ ୨୦୦୭ ଓ ୨୦୧୫ରେ ଶିଳ୍ପ ନୀତି ଘୋଷଣା କରାଯାଇ ଶିଳ୍ପାନୁଷ୍ଠାନଗୁଡିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ଭାଟ, ପ୍ରବେଶ ଶୁଳ୍କ ଏବଂ ପ୍ରମୋଦ ଟିକସକୁ ହଟାଇ ୨୦୦୭ ଜୁଲାଇ ୧ରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇଛି। ସେଥିପାଇଁ ଶିଳ୍ପ ନୀତି ୨୦୦୭ ଏବଂ ୨୦୧୫ରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ଶିଳ୍ପନୀତି ଅନୁଯାୟୀ ୨୦୧୭ ଜୁଲାଇ ପହିଲାରୁ ଯୋଗ୍ୟ ଶିଳ୍ପସଂସ୍ଥାଗୁଡିକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହି ସଂଶୋଧନ ଦ୍ୱାରା ପ୍ରାୟ ୩୦୦ ଶିଳ୍ପ ନିୟମ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି। ସେହିପରି କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଏବଂ ଭବିଷ୍ୟତରେ ଏହାର ଉପଯୋଗିତା ପାଇଁ ସରକାର କୋର୍ଟ ଫି’ ଅଧିନିୟମ ୧୮୭୦ର ରାଜ୍ୟ ପାଇଁ ପ୍ରୟୋଗ ନେଇ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri