Categories: ଜାତୀୟ

ଇନସ୍ପେକ୍ଟରଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଏସ୍‌ଆଇ

ନୂଆଦିଲ୍ଲୀ, ୨୫।୭:  ନୂଆଦିଲ୍ଲୀର ୧୨୨ ସିଆର୍‌ପିଏଫ୍‌ ବାଟାଲିୟନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସବ୍‌ ଇନସ୍ପେକ୍ଟର(ଏସ୍‌ଆଇ) କରନେଲ୍‌ ସିଂ ବରିଷ୍ଠ ଇନସ୍ପେକ୍ଟର ଦଶରଥ ସିଂଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ ଦୁଇଜଣଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କରନେଲ୍‌ ଦଶରଥଙ୍କୁ ଗୁଳି କରିଥିଲେ। ଏହାପରେ ସେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share