କେସିଙ୍ଗାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକୋ

କେସିଙ୍ଗା, ୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ସୋମବାର କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସକାଳ ୮ଟାରୁ ଦୁର୍ଗା ମଣ୍ଡପ ନିକଟ ଜାତୀୟ ରାଜପଥଠାରେ ରାସ୍ତାରୋକୋ କରାଯାଇଛି। କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାରିକ ଜିନିଷ ଦରବୃଦ୍ଧିକୁ ନେଇ ଏହି ଗଣଧାରଣା ଓ ରାସ୍ତାରୋକୋ କରାଯାଇଛି। ଏହି ବନ୍ଦ ଡାକରାରେ କଂଗ୍ରେସ ଟାଉନ ସଭାପତିଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। କେସିଙ୍ଗା ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ଲକ, ଏନ.ଏ.ସି. କାର୍ଯ୍ୟାଳୟ ବନ୍ଦ ରହିଛି।