ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି: ହଟ୍‌ସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ କରାଯାଇଛି । ବାହାର ଜିଲାର ହଟ୍‌ସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଶଟ୍‌ଡାଉନ ଘୋଷଣା ପରେ ଦାରିଙ୍ଗବାଡ଼ ବ୍ଲକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୁ ପଦାକୁ ବାହାରିବାକୁ ମନା କରାଯାଇଛିା କେବଳ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳେ ଉକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି । ସେ ଦାରିଙ୍ଗବାଡ଼ିର ଚାରିଛକ ସମେତ ତିନିଛକ ବଜାର, ଶିବମନ୍ଦିର ଛକ, ସିମନବାଡ଼ିର ଛକ ଓ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରିଛନ୍ତି।
ସେହିପରି କନ୍ଧମାଳ-ଗଞ୍ଜାମ ସୀମା ଡବେରୀ ଏବଂ କନ୍ଧମାଳ-ଗଜପତି ସୀମା ଝିଞ୍ଜିରିଗୁଡ଼ାଠାରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ସହ ପାଟ୍ରୋଲିଂ କରାଯାଉଛି ।