ଦାଉ ସାଧୁଛି କରୋନା: ମିନି ଷ୍ଟାଡିୟମକୁ ଘୁଞ୍ଚିଲା ଦୋକାନ

ଗଞ୍ଜାମ,୨୭।୪(ଡି.ଏନ୍‌.ଏ.): ଗଞ୍ଜାମରେ ଦିନକୁ ଦିନ କରୋନା ମହାମାରୀ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଦିନରେ ୩୨୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି l ଏ ନେଇ ଜିଲାକୁ ରେଡ୍‌ ଜୋନ ମଧ୍ୟ ଘୋଷଣା କରାଯାଇଛିି। ପ୍ରତେକ ସ୍ତରରେ ଏହାର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି l ଗଞ୍ଜାମ ସହରକୁ ଦୈନନ୍ଦିନ ପରିବା ବିକ୍ରି କରିବାକୁ ଆସୁଥିବା ଉଠା ପରିବା ଦୋକାନଗୁଡିକୁ ଭାରତୀ ବିଦ୍ୟା ପୀଠ ମିନିଷ୍ଟାଡିୟମକୁ ଘୁଞ୍ଚାଇ ଦିଆଯାଇଛି। କରୋନା ବ୍ୟାପିବା ଆଶଙ୍କାରେ ପୋଲିସ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏନ୍‌ଏସି କାର୍ଯ୍ୟର୍ନିବାହୀ ଅଧିକାରୀ ରୋନିତ କୁମାର ସୂଚନା ଦେଇଛନ୍ତି l