ଚମକ ଚାଲିଯାଇଛି

ଆମେରିକୀୟ ସାମ୍ବାଦିକ ବବ୍‌ ଉଡ୍‌ୱାର୍ଡ (ଓ୍ବାଟରଗେଟ ଦୁର୍ନୀତିର ରିପୋର୍ଟ ପାଇଁ ପ୍ରସିଦ୍ଧ) ବିଲ୍‌ କ୍ଲିଣ୍ଟନ୍‌ଙ୍କ ପରଠାରୁ ଆମେରିକାର ରାଷ୍ଟ୍ରପତିମାନଙ୍କ କାର୍ଯ୍ୟକାଳ ଏବଂ ଘଟଣାଗୁଡ଼ିକ ବିଷୟରେ ବହି ଲେଖିଆସୁଛନ୍ତି। ଭାରତେରେ ରାଜଦୀପ ସର୍ଦ୍ଦେଶାଇ ସମାନ କାର୍ଯ୍ୟ କରୁଛନ୍ତି ଏବଂ ଗତ ତିନିଟି ଲୋକ ସଭା ଉପରେ ବହି ଲେଖି ଆସିଛନ୍ତି। ସେ ୨୦୧୪ ଏବଂ ୨୦୧୯ ନିର୍ବାଚନ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ସହ ପୁସ୍ତକ ଲେଖିଛନ୍ତି ଏବଂ ଏବେ ସେ ‘୨୦୨୪: ନିର୍ବାଚନ ଯାହା ଭାରତକୁ ଆଶ୍ଚର୍ଯ୍ୟ କରିଛି’ ଶୀର୍ଷକ ଏକ ବହି ପ୍ରକାଶ କରିଛନ୍ତି। ସ୍ବାଭାବିକ ଭାବରେ ନିର୍ବାଚନ ପ୍ରଚାର ବିଷୟରେ ପୁସ୍ତକ ଲେଖାଯାଇଥିଲେ ମଧ୍ୟ ଏଥିରେ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନାଗତ ଅପାରଗତା ଉପରେ ଏକ ଅଧ୍ୟାୟ ଅଛି। ଆଉ ଏକ ଅଧ୍ୟାୟ କୃଷକଙ୍କ ଆନ୍ଦୋଳନ ଉପରେ ରହିଛି। ସମ୍ଭବତଃ ମୋଦି ସରକାରଙ୍କ ଅବନତି ୨୦୧୯ ମସିହାର ଶେଷ ଭାଗରେ ଶାହିନ ବାଗ ଆନ୍ଦୋଳନରୁ ଆରମ୍ଭ ହୋଇ ୨୦୨୧ ଶେଷଭାଗରେ କୃଷକଙ୍କ ନିକଟରେ ଆତ୍ମସମର୍ପଣ କରିବାବେଳେ ଶୀର୍ଷରେ ପହଞ୍ଚତ୍ଥିବା ଲକ୍ଷ୍ୟ କରାଯାଏ। ବହିର ଶେଷଭାଗରେ ଆକର୍ଷଣୀୟ ବିଷୟ ରହିଛି, ଯେଉଁଥିରେ ସର୍ଦ୍ଦେଶାଇଙ୍କୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ସେଥିମଧ୍ୟରୁ ତିନୋଟି ବିଷୟ ଆଲୋଚନା କରିବା। ପ୍ରଥମଟି ହେଉଛି: ମୋଦି ଯୁଗ ଧୀରେ ଧୀରେ ଶେଷ ହୋଇ ଆସୁଛି କି? କିଛି କାରଣ ପାଇଁ ଉତ୍ତରରେ ସର୍ଦ୍ଦେଶାଇ ନା କହିଛନ୍ତିି। ଏହା ବୁଝିବା ଜରୁରୀ ଯେ, ଏହି ପ୍ରଶ୍ନ ଉପରେ ତାଙ୍କ ଦୃଷ୍ଟିକୋଣ ଭିନ୍ନ ଏବଂ ତାହା ହେଉଛି, ମୋଦି କ୍ଷମତାରୁ ଚାଲିଯାଉଛନ୍ତି କି? ସେ ଲେଖିଛନ୍ତି ଯେ, ଦୃଢ଼ ପ୍ରତିବଦ୍ଧତା ଏବଂ କ୍ଷମତାରେ ରହିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରସ୍ତୁତ ଭଳି ମନୋଭାବ ଯୋଗୁ ମୋଦି ତାଙ୍କ ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଏହାର ଏକ ସଙ୍କେତ ଭାବରେ ଲାଟେରାଲ ନିଯୁକ୍ତି ସମେତ ନୀତିରେ ମୋଦି ପଛକୁ ହଟିବା ସ୍ଥିତିକୁ ସେ ସୂଚିତ କରିଛନ୍ତି। ମୋଦିଙ୍କ ‘ସହଯୋଗୀ’ ଅର୍ଥାତ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ତାଙ୍କୁ ସରକାରରେ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ଆଞ୍ଚଳିକ ଏଜେଣ୍ଡାଗୁଡ଼ିକ ରହିଛି ଏବଂ ସେମାନଙ୍କ ବ୍ୟବସ୍ଥାକୁ ଅସ୍ଥିର କରିବାକୁ ସେମାନେ ଚାହୁଁନାହାନ୍ତି। ଏହାବାଦ୍‌ ସଫଳତାର ଆଉ ଏକ ସୁଯୋଗ ଅଛି। ସର୍ଦ୍ଦେଶାଇ କହିଛନ୍ତି ଆର୍‌ଏସ୍‌ଏସ୍‌ ସ୍ବୀକାର କରେ ଯେ, ମୋଦି ଭାଜପାଠାରୁ ଅଧିକ ଲୋକପ୍ରିୟ (ସର୍ଭେ ଅନୁଯାୟୀ)। ଚାରି ଜଣ ଭୋଟରଙ୍କ ମଧ୍ୟରୁ ଜଣେ କହନ୍ତି ଯେ, ସେମାନେ ମୋଦି ପାଇଁ ପାର୍ଟିକୁ ଆସିଛନ୍ତି। ଏହି ଅନୁପାତ ୨୦୧୯ ତୁଳନାରେ ହ୍ରାସ ପାଇଛି ଓ ସେତେବେଳେ ପ୍ରତି ତିନି ଜଣରେ ଜଣେ ଏହି କଥା କହୁଥିଲେ। ଏବେ ଆଭ୍ୟନ୍ତରୀଣ ଝଗଡ଼ା ନ ଥିବାରୁ ମୋଦି ତାଙ୍କ ୭୫ତମ ଜନ୍ମଦିନ (ବର୍ଷକରୁ କମ୍‌ ସମୟ ଅଛି) ପରେ ମଧ୍ୟ ଶାସନ ଜାରି ରଖିବେ। ଦ୍ୱିତୀୟ ପ୍ରଶ୍ନଟି ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ରହିଛି। ଜଣେ ରାଜନେତା ଭାବେ ରାହୁଲ ଗାନ୍ଧୀ ସରକାର ଚଳାଇବାକୁ ଯୋଗ୍ୟ କି? ଏହି ପ୍ରଶ୍ନର ଉତ୍ତରରେ ସର୍ଦ୍ଦେଶାଇ ହଁ କହିଥିଲେ ବି ସମ୍ପୂର୍ଣ୍ଣ ଏକମତ ହୋଇନାହାନ୍ତି। ସେ କହିଛନ୍ତି, ଅତୀତ ତୁଳନାରେ ଏକ ପରିବର୍ତ୍ତନ ଆସିଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଏବଂ ନିର୍ବାଚନ ଫଳାଫଳ ଏବଂ ଏହା ପରେ ସଂସଦରେ ପରିବର୍ତ୍ତନ ଏହାର ପ୍ରମାଣ। ତେବେ କିଛି କାର୍ଯ୍ୟ ବାକି ଅଛି ବୋଲି ସର୍ଦ୍ଦେଶାଇ ଲେଖିଛନ୍ତି ଏବଂ ରାଜ୍ୟ ନିର୍ବାଚନରୁ ଗାନ୍ଧୀଙ୍କ ନେତୃତ୍ୱର ପରାକାଷ୍ଠା ଏବଂ ଦକ୍ଷତା ବିଷୟରେ ଅଧିକ ଜଣାପଡ଼ିବ। ସେ ଉଲ୍ଲେଖ କରିଥିବା ତୃତୀୟ ପ୍ରଶ୍ନ ହେଉଛି: ଗଣତନ୍ତ୍ର ମୋଦି ଯୁଗରେ ତିଷ୍ଠି ରହିବ କି? ଏହାର ଉତ୍ତରରେ ଲେଖକ ଦୁଇଟି ବିଷୟକୁ ମାନକ ଭାବରେ ଆଲୋଚନା କରିଛନ୍ତି। ପ୍ରଥମେ ଅର୍ଥନୈତିକ ବିକାଶର ବ୍ୟାପକ ଦୁର୍ବଳତା ଏବଂ ଦ୍ୱିତୀୟରେ ମୋଦିଙ୍କ ଶାସନରେ ଏକଚ୍ଛତ୍ରବାଦ ଆଡ଼କୁ ଗତି କରିବା। ଯଦି ପ୍ରଶ୍ନର ଉତ୍ତର ‘ହଁ’ ହେବ, ତେବେ ଉଭୟଙ୍କୁ ଦୂର କରାଯିବା ଆବଶ୍ୟକ।
ସର୍ଦ୍ଦେଶାଇ ଯାହା କହିଛନ୍ତି ସେସବୁ ସାଧାରଣ କଥା। ଆଉ ଏକ ଉପାୟରେ ମୋଦିଯୁଗ ଏବଂ ଏହା ଶେଷ ହେଉଛି କି ନାହିଁ ତାହାର ଉତ୍ତର ଦିଆଯାଇପାରେ। ବାସ୍ତବରେ ଯୁଗର ଅର୍ଥ କ’ଣ ଥିଲା? ଏହା ଏକ ସମୟ ବା ଦଶନ୍ଧି, ଯେଉଁଥିରେ ବ୍ୟକ୍ତିଗତ ଭାବରେ ଜଣେ ଏକ ପରିବର୍ତ୍ତନ ଆଣି ଯାହା ହୋଇ ପାରି ନ ଥିଲା ସେସବୁ କରନ୍ତି ବୋଲି ଦାବି କରୁଥିଲେ। ଗତ ଦଶନ୍ଧିର ଏକ ବାସ୍ତବ ମୂଲ୍ୟାଙ୍କନ ଦେଖିଲେ ଜଣାଯାଏ ଯେ, ଏହି ଦାବି ଅସତ୍ୟ ଏବଂ ଏହାର ପ୍ରଭାବ କିଛି ନାହିଁ। ୨୦୧୪ ତୁଳନାରେ ଆଜି ଅଧିକାଂଶ ଭାରତୀୟଙ୍କ ଜୀବନ ମଧ୍ୟ ଭିନ୍ନ ନୁହେଁ। ସଂସଦରେ ପଶ୍ଚାତ୍‌ଗତିରୁ ଏହା ଦେଖାଯାଇଛି ଯେ, ମୋଦିଙ୍କ କ୍ଷମତା ସୀମିତ। ସେ ୨୪୦ଜଣ ସାଂସଦଙ୍କୁ ନେଇ ଏଚଚାଟିଆ ଭାବେ କିଛି କରିପାରିବେ ନାହିଁ। ସେ ଆଉ ସ୍ବତନ୍ତ୍ର ଏବଂ ଅନନ୍ୟ ବୋଲି ଦାବି କରିବାର କୌଣସି ପ୍ରଶ୍ନ ନାହିଁ। ବିମୁଦ୍ରୀକରଣ ଓ ଲକ୍‌ଡାଉନ ସମ୍ପର୍କରେ କ୍ୟାବିନେଟ୍‌ ନ ଜାଣିପାରିବା ମୋଦିଙ୍କ ଏଜେନ୍ସି ‘ମାଷ୍ଟରଷ୍ଟ୍ରୋକ୍‌’ କହୁଥିଲେ। ଏବେ ତାହା ଆଉ ଶୁଣାଯାଉନାହିଁି। ସହଯୋଗୀମାନଙ୍କୁ ନିୟନ୍ତ୍ରଣ କରିବା ତଥା କୌଣସି ଆଭ୍ୟନ୍ତରୀଣ ମତଭେଦ ନ ହେବା ପାଇଁ ବହୁ ସମୟ ଓ ଶକ୍ତି ବିନିଯୋଗ କରାଯାଉଛି ଏବଂ ଆଗକୁ ହେବ ବୋଲି ସର୍ଦ୍ଦେଶାଇ ଉଲ୍ଲେଖ କରିଛନ୍ତି। ସେ ଏବେ ଆଉ ଏକ ପ୍ରକାର ରାଜନେତା ଏବଂ ସର୍ବେସର୍ବାର ଚମକ ସବୁଦିନ ପାଇଁ ଚାଲିଯାଇଛି। ସର୍ଦ୍ଦେଶାଇ ଉଲ୍ଲେଖ କରିଥିବା କାରଣଗୁଡ଼ିକ ପାଇଁ ସମ୍ଭବତଃ ସେ ଏହି ପାଳିର ଅବଶିଷ୍ଟ ସମୟ କ୍ଷମତାରେ ରହିପାରନ୍ତି। ୨୦୧୪ ଏବଂ ୨୦୧୯ରେ ଲୋକମାନେ ତାଙ୍କୁ ଯାହା ଭାବିଥିଲେ, ସେହି ସ୍ତରରେ ସେ ଅଛନ୍ତି ବୋଲି ମନେକଲେ ମୋଦି କ୍ଷମତାରେ ରହିପାରିବେ ନାହିଁ। ମନେରଖିବାକୁ ହେବ ଯେ, ଆମେ ନିୟମିତ ରାଜନୀତିର ଏକ ସମୟକୁ ଫେରିଛୁ। ଆମେ ୫୦ ଲକ୍ଷ ଲୋକଙ୍କୁ କିଭଳି ଦାରିଦ୍ର୍ୟରୁ ସମୃଦ୍ଧି ପଥକୁ ନେବା ଏବଂ ଏକ ସମୟରେ ଅନେକ କୋଟି ନିଯୁକ୍ତି ସୃଷ୍ଟି କରିବା ତାହା ଉପରେ ଗୁରୁତ୍ୱ ଦେବା। ପୂର୍ବାପେକ୍ଷା ଏହା ଏବେ ଅଧିକ କଷ୍ଟ ହୋଇଥିଲେ ମଧ୍ୟ ଆମେ ହାସଲ କରିପାରିବା। ଯଦି ଆମେ ଏହା କରିବାକୁ ସକ୍ଷମ ହେବା, ତେବେ ଏହା ହେବ ଗଣତନ୍ତ୍ରର ସର୍ବୋତ୍ତମ ସଫଳତା।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri