ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୧।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ବନ୍ଦ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଏବଂ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ବନ୍ଦ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌. ଯୋଗମାୟାନନ୍ଦ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରୁ ଜୁନ ଶେଷ ପର୍ଯ୍ୟନ୍ତ ଖୋଲାଯାଇଥାଏ। ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଜିଲା ତଥା ଦେଶରେ ତୀବ୍ର ଗତିରେ ବୃଦ୍ଧି ପାଉଥିବାରୁ ନିର୍ଦ୍ଧାରିତ ସମୟର ୨ମାସ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତି ମିଶ୍ରଙ୍କ ସୋମବାର ଭୋରୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ...

ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ...

ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜ: ଖାଲି ପଡ଼ିଛି ୫୦% ଅଧ୍ୟାପକ ପଦବୀ

ଯାଜପୁର ଅଫିସ,୧୨ା୧୦:  ଯାଜପୁର ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ରାଜନୈତିକ ନେତୃବର୍ଗ ଅନେକ ସମୟରେ ବଡ଼ ବଡ଼ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନିକଟରେ...

ଓଏମ୍‌ବିଏଡିସି ଜିଲା ପାଇଁ ୨୫୭ କୋଟି ଅନୁମୋଦନ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଖଣିଜ ସମ୍ପଦ ଅଞ୍ଚଳ ନିଗମ (ଓଏମ୍‌ବିଏଡିସି) ଜିଲାଗୁଡ଼ିକ ପାଇଁ ୮ଟି ପ୍ରକଳ୍ପ ବାବଦରେ ୨୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ବୁଧବାର ଲୋକସେବା ଭବନଠାରେ...

ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ

ରସୁଲପୁର,୨୧।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)।...

ଏସ୍‌ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…

କଟକ ଅଫିସ ୨୪।୧୧: ଏସ୍‌ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍‌ ନିକଟରେ ସୁରକ୍ଷାକର୍ମୀଙ୍କୁ...

ସ୍ବାବ୍‌ ନମୁନା ସଂଗ୍ରହକୁ ବିରୋଧ: ୩ ଜଣଙ୍କ ନାମରେ ମାମଲା

ବରଗଡ଼ ଅଫିସ,୬ା୭: ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ସଂଗ୍ରହକୁ ବିରୋଧ କରିବା ମହଙ୍ଗା ପଡ଼ିଛି। ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଅଞ୍ଚଳରେ ଏଭଳି ଏକ...

ମୋ ସରକାରକୁ ଫୋନ କଲାରୁ କଥା ରହିଲା

ଭୁବନେଶ୍ୱର,୩।୩(ବ୍ୟୁରୋ): ନିଜ ହାତରୁ ୧୫ଶହ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ମୋ ସରକାର ଫୋନ ନମ୍ବରକୁ ଫୋନ...

Advertisement
Archives

Model This Week