ମେଢ଼ ଖୋଜୁଛି ମଣ୍ଡପ

ବଅଁରପାଳ,୧୮ା୯(ଡି.ଏନ.ଏ.) ପୂଜା ପାଇଲେ ଦେବଶିଳ୍ପୀ। ରୀନିନୀତି ଅନୁଯାୟୀ କରାଗଲା ଆବାହନ। ହେଲେ ନା’ ଦୂରକୁ ଶୁଭିଲା ପଣ୍ଡିତଙ୍କ ମନ୍ତ୍ରପାଠ ନା’ ଉତ୍ସବମୁଖର ହେଲା ନାଲ୍‌କୋନଗର। ପୂଜା କେଉଁଠି ହେଲା, କେମିତି ହେଲା, ତାହା ଜାଣିପାରିଲେନି ଅଞ୍ଚଳବାସୀ। କୋଭିଡ୍‌ କାଳ ହୋଇ ନ ଥିଲେ ଏତେବେଳକୁ ଝଲମଲ ହେଉଥାନ୍ତା ଅନୁଗୋଳ ଜିଲାର ଏହି ଆଲୁମିନିୟମ ନଗରୀ। ଆଖି ଝଲାସାଇ ଦେବାଭଳି ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂରି ଉଠୁଥାନ୍ତା ବିଭିନ୍ନ ମଣ୍ଡପ। ଛାତିଫଟା ଭିଡ଼ରେ ଜମୁଥାନ୍ତା ପୂଜା ମଉଜ। କିନ୍ତୁ ଗତ ଦୁଇବର୍ଷ ହେଲା ସ୍ଥିତି ବିଗାଡ଼ି ଦେଇଛି ମହାମାରୀ। ସେଥିପାଇଁ ଆଡ଼ମ୍ବରକୁ ଦିଆଯାଉନି ଅନୁମତି। ଫଳରେ ଯେଉଁ ମଣ୍ଡପରେ ବିଶ୍ୱନିୟନ୍ତା ବିରାଜମାନ କରିଥାନ୍ତେ, ସେଠି ଏବେ ରାଜୁତି କରୁଛି ଘାସବଣ।
ନାଲ୍‌କୋର ସ୍ମେଲଟର ଓ ସିପିପି ପ୍ଲାଣ୍ଟର ମୋଟ୍‌ ୨୩ଟି ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା କରାଯାଏ। ୭ ଦିନିଆ ଏହି ଉତ୍ସବକୁ ଅତ୍ୟନ୍ତ ଆକର୍ଷଣୀୟ କରିବାକୁ ମାସ ମାସ ପୂର୍ବରୁ କମିଟିଗୁଡ଼ିକ ପକ୍ଷରୁ ସୁଚିନ୍ତିତ ଯୋଜନା କରାଯାଇଥାଏ। ପଟ୍‌ଲାଇନ୍‌, କାଷ୍ଟ ହାଉସ, ରୋଡିଂ ଶପ୍‌, ଆରପିୟୁ, ସିଭିଲି, ଉଦ୍ୟାନ, ସିପିପି ଅପରେଶନ, ଇଲେକ୍ଟ୍ରିକାଲ, କାର୍ବନ ଏରିଆ, ଠିକାଦାର ସଂଘ ମଧ୍ୟରୁ କିଏ ସାଜସଜ୍ଜାରେ ବାଜିମାରିବ ତାହା ହିଁ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥାଏ। ସେଥିପାଇଁ ରାଜ୍ୟ ବାହାରୁ କାରିଗରଙ୍କ ସହ ବିଭିନ୍ନ ସାମଗ୍ରୀ ମଗାଯାଇଥାଏ। ବହୁ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅତି ଜାକଜମକରେ ଏହାର ଆୟୋଜନ କରାଯାଇଥାଏ। ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦୋଳି, ମିନାବଜାର ଓ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲର ଆକର୍ଷଣ ରାଜ୍ୟବାସୀଙ୍କୁ ଆକର୍ଷିତ କରିଥାଏ। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ନାଲ୍‌କୋନଗରରେ ବିନା ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି। ମଣ୍ଡପଗୁଡ଼ିକରେ ମେଢ ପରିବର୍ତ୍ତେ ଅନୁଷ୍ଠାନ ମଧ୍ୟରେ କେବଳ ଫଟୋ ଓ ଛୋଟ ମୂର୍ତ୍ତି ପୂଜାରେ ଏହାକୁ ସୀମିତ ରଖାଯାଇଛି। ସେହିପରି ଭସାଣିକୁ ନେଇ ମଧ୍ୟ ସେପରି କିଛି ଯୋଜନା କରାଯାଇ ନାହିଁ। ସେଥିପାଇଁ ପ୍ରତିବର୍ଷ ପୂଜା ବେଳେ ଜନଗହଳି ଲାଗୁଥିବା ଏହି ଆଲୁମିନିୟମ ନଗରୀରେ ଏବେ ଜନଶୂନ୍ୟ ପରିବେଶ ସୃଷ୍ଟି ହୋଇଛି।
କୋଭିଡ୍‌ ଛଡ଼ାଇ ନେଇଛି ଉତ୍ସବ
ନାଲ୍‌କୋ ଅଞ୍ଚଳର ମୁଖ୍ୟ ଉତ୍ସବ କହିଲେ ବିଶ୍ୱକର୍ମା ପୂଜାକୁ ବୁଝାଏ। ହେଲେ ମହାମାରୀ କୋଭିଡ୍‌ କାରଣରୁ ଗତ ୨ ବର୍ଷ ହେଲା ଏହା ପୂର୍ବଭଳି ଆଡ଼ମ୍ବରରେ ପାଳନ ହୋଇପାରୁ ନାହିଁ। ତେଣୁ ପୂଜା ହେଉଥିଲେ ମଧ୍ୟ ତାହା ଉତ୍ସବ ଭଳି ଅନୁଭବ ହେଉନାହିଁ କି ଅଞ୍ଚଳବାସୀ ଖୁସି ପାଇପାରୁ ନାହାନ୍ତି।
-ସଂଗ୍ରାମ ମିଶ୍ର, ଅନୁଗୋଳ
କଳା ପ୍ରଦର୍ଶନ, ରୋଜଗାର ନାହିଁ
ପ୍ରତ୍ୟେକ ବର୍ଷ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଦଣ୍ଡନୃତ୍ୟ ଠାରୁ ଆରମ୍ଭ କରି ନାଟକ ପରିବେଷଣ କରାଯାଇଥାଏ। ଫଳରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର କଳା ପ୍ରଦର୍ଶନ ସହ ରୋଜଗାର କରିପାରିଥାନ୍ତି। କିନ୍ତୁ ୨ ବର୍ଷ ହେଲା ସେଥିରୁ ଆମେ ବଞ୍ଚିତ। ଞ୍ଚଳବାସୀ ଖୁସି ପାଇପାରୁ ନାହାନ୍ତି।
-ବାମଦେବ ସେଠ, ଦଣ୍ଡ କଳାକାର, କୁଲାଡ
ପୂଜା ବୁଲିବାର ମଜା ପାଉନୁ
ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। କିନ୍ତୁ ଏହା କେମିତି ପାଳନ ହେଉଛି ତାହା କହିଲା ବେଳେ ଆଖିରେ ଲୁହ ଜକେଇ ଆସୁଛି। ପ୍ରତିବର୍ଷ ଏହି ଦିନକୁ ଅନୁଗୋଳ, ଢେଙ୍କାନାଳ ସହ ଅନ୍ୟ ଜିଲାର ଜନସାଧାରଣ ଚାହିଁ ରହିଥାନ୍ତି। କିନ୍ତୁ ୨ ବର୍ଷ ହେଲା ଆଡ଼ମ୍ବର ନାହିଁ କି ମଜା ମିଳୁନି।
-ଜୟଶ୍ରୀ ପଟ୍ଟନାୟକ, ହିନ୍ଦୋଳ
୨ ବର୍ଷ ହେଲା କ୍ଷତି ସହୁଛୁ
ବିଶ୍ୱକର୍ମା ପୂଜାର ମାସେ ଆଗରୁ ମଣ୍ଡପ ନିର୍ମାଣ ଆରମ୍ଭ ହୁଏ। ପ୍ରତିଯୋଗିତାମୂଳକ ସାଜସଜ୍ଜା କରାଯାଉଥିବାରୁ ରାଜ୍ୟ ବାହାରୁ କାରିଗରଙ୍କୁ ଅଣାଯାଏ। ନାଲ୍‌କୋ ସହ ଜିଲାର ବିଭିନ୍ନ ସ୍ଥାନରୁ ଟେଣ୍ଟ ସାମଗ୍ରୀ ନିଆଯାଉଥିବାରୁ ଲକ୍ଷାଧିକ ଟଙ୍କା ମିଳିଥାଏ। କିନ୍ତୁ ଏହି ମହାମାରୀ ବ୍ୟବସାୟକୁ ମାରିଦେଇଛି।
-କୁନାଲ ସେଠ, ଟେଣ୍ଟହାଉସ
ମାଲିକ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri