ମେଢ଼ ଖୋଜୁଛି ମଣ୍ଡପ

ବଅଁରପାଳ,୧୮ା୯(ଡି.ଏନ.ଏ.) ପୂଜା ପାଇଲେ ଦେବଶିଳ୍ପୀ। ରୀନିନୀତି ଅନୁଯାୟୀ କରାଗଲା ଆବାହନ। ହେଲେ ନା’ ଦୂରକୁ ଶୁଭିଲା ପଣ୍ଡିତଙ୍କ ମନ୍ତ୍ରପାଠ ନା’ ଉତ୍ସବମୁଖର ହେଲା ନାଲ୍‌କୋନଗର। ପୂଜା କେଉଁଠି ହେଲା, କେମିତି ହେଲା, ତାହା ଜାଣିପାରିଲେନି ଅଞ୍ଚଳବାସୀ। କୋଭିଡ୍‌ କାଳ ହୋଇ ନ ଥିଲେ ଏତେବେଳକୁ ଝଲମଲ ହେଉଥାନ୍ତା ଅନୁଗୋଳ ଜିଲାର ଏହି ଆଲୁମିନିୟମ ନଗରୀ। ଆଖି ଝଲାସାଇ ଦେବାଭଳି ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂରି ଉଠୁଥାନ୍ତା ବିଭିନ୍ନ ମଣ୍ଡପ। ଛାତିଫଟା ଭିଡ଼ରେ ଜମୁଥାନ୍ତା ପୂଜା ମଉଜ। କିନ୍ତୁ ଗତ ଦୁଇବର୍ଷ ହେଲା ସ୍ଥିତି ବିଗାଡ଼ି ଦେଇଛି ମହାମାରୀ। ସେଥିପାଇଁ ଆଡ଼ମ୍ବରକୁ ଦିଆଯାଉନି ଅନୁମତି। ଫଳରେ ଯେଉଁ ମଣ୍ଡପରେ ବିଶ୍ୱନିୟନ୍ତା ବିରାଜମାନ କରିଥାନ୍ତେ, ସେଠି ଏବେ ରାଜୁତି କରୁଛି ଘାସବଣ।
ନାଲ୍‌କୋର ସ୍ମେଲଟର ଓ ସିପିପି ପ୍ଲାଣ୍ଟର ମୋଟ୍‌ ୨୩ଟି ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା କରାଯାଏ। ୭ ଦିନିଆ ଏହି ଉତ୍ସବକୁ ଅତ୍ୟନ୍ତ ଆକର୍ଷଣୀୟ କରିବାକୁ ମାସ ମାସ ପୂର୍ବରୁ କମିଟିଗୁଡ଼ିକ ପକ୍ଷରୁ ସୁଚିନ୍ତିତ ଯୋଜନା କରାଯାଇଥାଏ। ପଟ୍‌ଲାଇନ୍‌, କାଷ୍ଟ ହାଉସ, ରୋଡିଂ ଶପ୍‌, ଆରପିୟୁ, ସିଭିଲି, ଉଦ୍ୟାନ, ସିପିପି ଅପରେଶନ, ଇଲେକ୍ଟ୍ରିକାଲ, କାର୍ବନ ଏରିଆ, ଠିକାଦାର ସଂଘ ମଧ୍ୟରୁ କିଏ ସାଜସଜ୍ଜାରେ ବାଜିମାରିବ ତାହା ହିଁ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥାଏ। ସେଥିପାଇଁ ରାଜ୍ୟ ବାହାରୁ କାରିଗରଙ୍କ ସହ ବିଭିନ୍ନ ସାମଗ୍ରୀ ମଗାଯାଇଥାଏ। ବହୁ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅତି ଜାକଜମକରେ ଏହାର ଆୟୋଜନ କରାଯାଇଥାଏ। ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦୋଳି, ମିନାବଜାର ଓ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲର ଆକର୍ଷଣ ରାଜ୍ୟବାସୀଙ୍କୁ ଆକର୍ଷିତ କରିଥାଏ। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ନାଲ୍‌କୋନଗରରେ ବିନା ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି। ମଣ୍ଡପଗୁଡ଼ିକରେ ମେଢ ପରିବର୍ତ୍ତେ ଅନୁଷ୍ଠାନ ମଧ୍ୟରେ କେବଳ ଫଟୋ ଓ ଛୋଟ ମୂର୍ତ୍ତି ପୂଜାରେ ଏହାକୁ ସୀମିତ ରଖାଯାଇଛି। ସେହିପରି ଭସାଣିକୁ ନେଇ ମଧ୍ୟ ସେପରି କିଛି ଯୋଜନା କରାଯାଇ ନାହିଁ। ସେଥିପାଇଁ ପ୍ରତିବର୍ଷ ପୂଜା ବେଳେ ଜନଗହଳି ଲାଗୁଥିବା ଏହି ଆଲୁମିନିୟମ ନଗରୀରେ ଏବେ ଜନଶୂନ୍ୟ ପରିବେଶ ସୃଷ୍ଟି ହୋଇଛି।
କୋଭିଡ୍‌ ଛଡ଼ାଇ ନେଇଛି ଉତ୍ସବ
ନାଲ୍‌କୋ ଅଞ୍ଚଳର ମୁଖ୍ୟ ଉତ୍ସବ କହିଲେ ବିଶ୍ୱକର୍ମା ପୂଜାକୁ ବୁଝାଏ। ହେଲେ ମହାମାରୀ କୋଭିଡ୍‌ କାରଣରୁ ଗତ ୨ ବର୍ଷ ହେଲା ଏହା ପୂର୍ବଭଳି ଆଡ଼ମ୍ବରରେ ପାଳନ ହୋଇପାରୁ ନାହିଁ। ତେଣୁ ପୂଜା ହେଉଥିଲେ ମଧ୍ୟ ତାହା ଉତ୍ସବ ଭଳି ଅନୁଭବ ହେଉନାହିଁ କି ଅଞ୍ଚଳବାସୀ ଖୁସି ପାଇପାରୁ ନାହାନ୍ତି।
-ସଂଗ୍ରାମ ମିଶ୍ର, ଅନୁଗୋଳ
କଳା ପ୍ରଦର୍ଶନ, ରୋଜଗାର ନାହିଁ
ପ୍ରତ୍ୟେକ ବର୍ଷ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଦଣ୍ଡନୃତ୍ୟ ଠାରୁ ଆରମ୍ଭ କରି ନାଟକ ପରିବେଷଣ କରାଯାଇଥାଏ। ଫଳରେ ସ୍ଥାନୀୟ ଅଞ୍ଚଳର ବହୁ କଳାକାର କଳା ପ୍ରଦର୍ଶନ ସହ ରୋଜଗାର କରିପାରିଥାନ୍ତି। କିନ୍ତୁ ୨ ବର୍ଷ ହେଲା ସେଥିରୁ ଆମେ ବଞ୍ଚିତ। ଞ୍ଚଳବାସୀ ଖୁସି ପାଇପାରୁ ନାହାନ୍ତି।
-ବାମଦେବ ସେଠ, ଦଣ୍ଡ କଳାକାର, କୁଲାଡ
ପୂଜା ବୁଲିବାର ମଜା ପାଉନୁ
ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଛି। କିନ୍ତୁ ଏହା କେମିତି ପାଳନ ହେଉଛି ତାହା କହିଲା ବେଳେ ଆଖିରେ ଲୁହ ଜକେଇ ଆସୁଛି। ପ୍ରତିବର୍ଷ ଏହି ଦିନକୁ ଅନୁଗୋଳ, ଢେଙ୍କାନାଳ ସହ ଅନ୍ୟ ଜିଲାର ଜନସାଧାରଣ ଚାହିଁ ରହିଥାନ୍ତି। କିନ୍ତୁ ୨ ବର୍ଷ ହେଲା ଆଡ଼ମ୍ବର ନାହିଁ କି ମଜା ମିଳୁନି।
-ଜୟଶ୍ରୀ ପଟ୍ଟନାୟକ, ହିନ୍ଦୋଳ
୨ ବର୍ଷ ହେଲା କ୍ଷତି ସହୁଛୁ
ବିଶ୍ୱକର୍ମା ପୂଜାର ମାସେ ଆଗରୁ ମଣ୍ଡପ ନିର୍ମାଣ ଆରମ୍ଭ ହୁଏ। ପ୍ରତିଯୋଗିତାମୂଳକ ସାଜସଜ୍ଜା କରାଯାଉଥିବାରୁ ରାଜ୍ୟ ବାହାରୁ କାରିଗରଙ୍କୁ ଅଣାଯାଏ। ନାଲ୍‌କୋ ସହ ଜିଲାର ବିଭିନ୍ନ ସ୍ଥାନରୁ ଟେଣ୍ଟ ସାମଗ୍ରୀ ନିଆଯାଉଥିବାରୁ ଲକ୍ଷାଧିକ ଟଙ୍କା ମିଳିଥାଏ। କିନ୍ତୁ ଏହି ମହାମାରୀ ବ୍ୟବସାୟକୁ ମାରିଦେଇଛି।
-କୁନାଲ ସେଠ, ଟେଣ୍ଟହାଉସ
ମାଲିକ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri