ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଇଣ୍ଟରନେଟ୍‌ ସେବା ଅଚଳ ହୋଇପଡ଼ିଥିବାରୁ ଗ୍ରାହକ ଅତ୍ୟାବଶ୍ୟକ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଅନ୍ୟପକ୍ଷରେ ରସୁଲପୁର ଉପଡାକଘରେ ବିଶେଷ ଅସୁବିଧା ପରିଲକ୍ଷିତ ହୋଇଛି। ବିଏସ୍‌ଏନ୍‌ଏଲ୍‌ ଲିଙ୍କ ଫେଲ ହୋଇଯାଇଥିବାରୁ ଏଠାରେ ୨ ସପ୍ତାହରୁ ଊର୍ଦ୍ଧ୍ୱ ହେବ ସେବା ମିଳିପାରୁ ନାହିଁ। ଏନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି। ଉକ୍ତ ଅସୁବିଧାକୁ ଦୂର କରିବା ଦିଗରେ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଡାକଘର ପକ୍ଷରୁ ନିବେଦନ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା କୁହାଯାଉଛି।
ସୂଚନା ଅନୁସାରେ, ଉକ୍ତ ଶାଖା ଡାକଘର ଅଧୀନରେ ଭୋଟକା, ଖଣ୍ଡିତର, ସଦାନନ୍ଦପୁର, ମଧୁବନ, ଆଦମପୁର ଓ ଦରକୁଣ୍ଡି ଉପଡାକଘର ରହିଛି। ଉକ୍ତ ଡାକଘର ଅଧୀନରେ ପ୍ରାୟତଃ ୧୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକ ଅଛନ୍ତି। ତେବେ ଲିଙ୍କ ଫେଲ ଯୋଗୁ ରେଜିଷ୍ଟ୍ରି ପୋଷ୍ଟ, ସ୍ପିଡପୋଷ୍ଟ, ନୂଆ ଜମାଖାତା, ସୁକନ୍ୟା ଖାତା ଖୋଲିବା, ଜମାଖାତାରେ ଟଙ୍କା ଦାଖଲ କରିବା, ଉଠାଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାରୁ ଗ୍ରାହକ ବଞ୍ଚତ୍ତ ହେଉଛନ୍ତି। ଆବଶ୍ୟକତା ବେଳେ ଗ୍ରାହକ ଟଙ୍କା ଉଠାଇ ନ ପାରି ଡାକକର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଅନେକ ଗ୍ରାହକ ସେମାନଙ୍କ ଜମାଖାତାକୁ ବନ୍ଦ କରିଦେବାକୁ ଶାଖା ଡାକ ଅଧିକାରୀକୁ ଧମକ ବି ଦେଉଛନ୍ତି। ତେବେ କର୍ମଚାରୀମାନେ ଗ୍ରାହକଙ୍କୁ ବୁଝାଶୁଝା କରି ଶାନ୍ତ କରାଉଛନ୍ତି। ଏନେଇ ଡାକ ସୁପରିଟେଣ୍ଡେଣ୍ଟ୍‌ ଦିଲ୍ଲୀପ କୁମାର ସାମଲ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ ଏବଂ ଓସ୍ବାନ ନେଟୱର୍କଠାରୁ ଇଣ୍ଟରନେଟ୍‌ ସଂଯୋଗ ନେବା ପାଇଁ ନିୟମ ରହିଛି। ସେଥି ପାଇଁ ଅସୁବିଧା ଦେଖାଦେଉଛି। ଏବେ ଏୟାରଟେଲ ନେଟୱାର୍କରୁ ସଂଯୋଗ ନେବା ପାଇଁ ଯୋଜନା କରାଯାଉଛି। ଏହାଛଡ଼ା ସମସ୍ୟା ଦିଗରେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସମସ୍ୟା ଶୀଘ୍ର ସମାଧାନ ହେବ। ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ସରୋଜ ସୁବୁଦ୍ଧି କହିଛନ୍ତି, ଏ ସମ୍ପର୍କରେ ସେ ଅବଗତ ନାହାନ୍ତି। ହେଲେ ସେ ଅଞ୍ଚଳରେ କାମ କରୁଥିବା କର୍ମଚାରୀଙ୍କଠାରୁ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ପରେ ସମାଧାନ କରିବାକୁ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri