Categories: ଖେଳ

ବିରାଟ କୋହଲିଙ୍କ ଘରେ ନାହାନ୍ତି ଚାକର, ଅତିଥି ଚର୍ଚ୍ଚା ହୁଏ ଏପରି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଦେଖାଇଥାନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ ଚୟନକର୍ତ୍ତା ସରନଦୀପ ସିଂ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଚରଣ ବିଷୟରେ କିଛି କଥା ପ୍ରକାଶ କରିଛନ୍ତି। ସରନଦୀପ ସିଂ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଆତିଥ୍ୟକୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ସରଦୀପ ସିଂ କହିଛନ୍ତି ଯେ ମୁମ୍ବାଇରେ ଥିବା ବିରାଟ-ଅନୁଷ୍କାଙ୍କ ଘରେ କୌଣସି ଚାକର ନାହାଁନ୍ତି। ବିରାଟ ଏବଂ ଅନୁଷ୍କା ନିଜ ହାତରେ ସମସ୍ତଙ୍କ ଚର୍ଚ୍ଚା କରନ୍ତି। ତେଣୁ ସେ ସେତେଟା ଆକ୍ରମଣାତ୍ମକ ନୁହଁନ୍ତି ବୋଲି ସେ କହିଛନ୍ତି। ବିରାଟ ଏବଂ ଅନୁଷ୍କା ଅତିଥିମାନଙ୍କୁ ନିଜେ ଖାଦ୍ୟ ପରଷିବାକୁ କରିବାକୁ ପସନ୍ଦ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରାଟ ଭମଣ ବିଷୟରେ କଥାବାର୍ତ୍ତା ହେବାକୁ ଚାହାଁନ୍ତି।

Share