କାମ ନ ସରୁଣୁ ଧସିଲା ସୁରକ୍ଷା ପାଚେରି

ଖଇରା(ଉତ୍କଳବନ୍ଧୁ ପଣ୍ଡା)/ ଔପଦା(ଧରିତ୍ରୀ ପଣ୍ଡା),୨୬ା୬: ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲଜର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ବିଶେଷ ଭାବେ ବାଲେଶ୍ବରରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ଗଣ୍ଡିବେଡ଼-ଔପଦା ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ କାମ ଚାଲୁଥିବା ବେଳେ ସୁରକ୍ଷା ପାଚେରି ଧସି ଯାଇଛି। ଫଳରେ କାମର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଚେରୀ ଧସିବାରୁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ପୂର୍ବରୁ ମଧ୍ୟ ରସ୍ତା କାମ ଆରମ୍ଭ ସମୟରେ କିଛି ସ୍ଥାନରେ ରାସ୍ତା ପାଶର୍‌ବ ପାଚେରି ଧସି ଡ୍ରେନରେ ଗଳି ପଡିବା, କିଛି କଲଭର୍ଟ ଓ ପୋଲରେ ଫାଟ ଦେଖାଯିବା ନେଇ ଅଭିଯୋଗ ହେବା ପରେ ପୁନଃନିର୍ମାଣ କରାଯାଇଥିଲା। ବାରମ୍ବାର ଏଭଳି ବିଭ୍ରାଟ ଯୋଗୁ ୧୨ କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି କୁହାଯାଉଛି। ଗୋଟିଏ ପଟେ ରାସ୍ତା ପର୍ଯ୍ୟାୟ କ୍ରମେ ନଷ୍ଟ ହୋଇ ଚାଲିଥିବା ବେଳେ ଠିକାଦାରଙ୍କୁ ସନ୍ତୁଷ୍ଟ କରିବାକୁ ଅତିରିକ୍ତ ଅର୍ଥ ଦିଆଯିିବା ଅଧିକାରୀଙ୍କ ଠିକାଦାର ପ୍ରୀତିକୁ ପ୍ରମାଣିତ କରୁଛି। ଭିଜିଲାନ୍ସ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ପ୍ରଘଟ କରିବାକୁ ସାଧାରଣରେ ଦାବି ହୋଇଛି।
ଏହି ୬କି.ମି. ରାସ୍ତା ପାଇଁ ୧୨କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଗତ ଜୁଲାଇ ମାସରେ ଏହାର ଶିଳାନ୍ୟାସ କରାଯାଇଥିଲା। ୯ମାସ ମଧ୍ୟରେ କାମ ଶେଷ ହେବା କଥା। ହେଲେ ୧୧ମାସ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏବେ ମଧ୍ୟ ଆହୁରି ୨୦ଭାଗ କାମ ବାକି ଅଛି। ରାସ୍ତା,ପାଶର୍‌ବ ସୁରକ୍ଷା ପାଚେରି ଏଷ୍ଟିମେଟ ଅନୁଯାୟୀ ହୋଇ ନ ଥିବାରୁ ବାରମ୍ବାର ପାଚେରି ଭାଙ୍ଗିବା ଏବଂ ଧସୁଥିବା ନେଇ ଅଭିଯୋଗ ହୋଇଛି। ଘଟଣାକ୍ରମେ ଶନିବାର ରାସ୍ତାର ସରସତିଆ ପେଟ୍ରୋଲ ପମ୍ପ ନିକଟରେ ୧୦୦ଫୁଟର ପାଚେରୀ ଧସିବା ଉକ୍ତ ରାସ୍ତାର ସ୍ଥାୟିତ୍ୱ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହା ବ୍ୟତୀତ ବାରାପୁର-ଧୋବାଗଡ଼ିଆ, କୁପାରୀ-ଶାରିଶୁଆ ରାସ୍ତା ମଧ୍ୟ ବେପରୁଆ ଢଙ୍ଗରେ ଚାଲୁଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ସେ ପାଚେରି ଧସିବା ସ୍ଥାନକୁ ଯାଇ ଏହାର ତଦାରଖ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri