Categories: ଜାତୀୟ

ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା

ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍‌ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍‌ ବର୍ଗର ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ସେ ଉତ୍ତର ପ୍ରଦେଶରୁ ନିର୍ବାାଚନ ରାଲି ସାରି ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ମାଡ ହୋଇଥିଲା। ଗୁଳି ମାଡରେ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ କିନ୍ତୁ ସୁରକ୍ଷିତ ଦିଲ୍ଲୀ ଫେରି ପାରିଛନ୍ତି। ଏହି ଘଟଣାରେ ପୋଲିସ୨ ଜଣଙ୍କ ଗିରଫ କରିଛି। ଗୁଳିମାଡରେ ଓଓ୍ବାଇସଙ୍କ ଗାଡି ଚକା ଫାଟି ଯାଇଥିବା ବେଳେ ଗାଡିରେ ମଧ୍ୟ ଦୁଇଟି ଗୁଳିର ଦାଗ ଥିବା ଭଳି ଫଟୋ ସାମ୍ନାକୁ ଆସିଛି। ଦିଲ୍ଲୀ-ମୀରଟ ହାଇୱେରେ ଏପରି ଘଟିଥିଲା।

Share