ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉ ବିଜେ ପୂଜା ପାଉଛନ୍ତି ା ଏଠାକାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଏବଂ ନେତ୍ରୋତ୍ସବରେ ପତିତପାବନ ବାନା ବନ୍ଧାଯାଇଥାଏ ା ଅନ୍ୟାନ୍ୟ ସମୟରେ ଭକ୍ତଙ୍କ ମାନସିକ ପୂରଣ ପାଇଁ ଏହି ବାନା ବନ୍ଧା ହୁଏ ା ପ୍ରଥମେ ଠାକୁରଙ୍କ ଶ୍ରୀଚରଣରରେ ବାନାକୁ ପୂଜାର୍ଚ୍ଚନା କରାଯାଏ ା ତାପରେ ବାନାକୁ ସେବାୟତ ଯୋଡ଼ହସ୍ତରେ ଧରି ବେଢ଼ା ପରିକ୍ରମା ସାରି ଦେଉଳ ଉପରକୁ ଚଢ଼ି ନୀଳଚକ୍ରରେ ବାନ୍ଧିଥାନ୍ତି ା ପତିତପାବନ ବାନ୍ଧୁଥିବା ସେବାୟତ ରଞ୍ଜନ ଗିରି କୁହନ୍ତି, ପୂର୍ବରୁ ପତିତପାବନ ବାନା ବଡ଼ ଆକାରରେ ବନ୍ଧା ହେଉଥିଲା ା ତେବେ ନୀଳଚକ୍ରର ସୁରକ୍ଷା ପାଇଁ ବାନାର ଦୈର୍ଘ୍ୟ କମାଇ ୩ଫୁଟ ରଖାଯାଇଛି ା ଏଥି ପାଇଁ ଏଠାରେ ଦରଜୀ ସେବାୟତ ନ ଥିବାରୁ ବାନା ପ୍ରସ୍ତୁତ ସମ୍ଭବ ହେଉନି ା ଫଳରେ ପୂଜା ଦୋକାନରୁ ବାନା କିଣାଯାଇ ମନ୍ଦିରରେ ବନ୍ଧାଯାଉଛି ା ଦୁଇ ବର୍ଷ ଧରି ଏହି ବାନାକୁ ବାନ୍ଧିବା କାର୍ଯ୍ୟ କରିଆସୁଥିବାରୁ ନିଜକୁ ଭାଗ୍ୟବାନ ମନେକରୁଛି ା ଦେବୀ ସୁଭଦ୍ରାଙ୍କ ପୂଜାପଣ୍ଡା କାମେଶ୍ୱର ତ୍ରିପାଠୀ କହନ୍ତି, ମନ୍ଦିରରେ ପ୍ରତିଦିନ ବାନା ଲାଗି ହେବା ନିୟମ ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବିଧି ରକ୍ଷା ହୋଇପାରୁ ନାହିଁ ା
-ନୀଳାଦ୍ରି ବିହାରୀ ଦଣ୍ଡପାଟ


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri