ଦ୍ୱିତୀୟ ଭଗବାନ୍‌ ବି ଯମ ହୋଇପାରେ

ସହଦେବ ସାହୁ

 

 

ଅକ୍ଟୋବର ୧୯ରେ ଏହି ସ୍ତମ୍ଭରେ ‘ଧବଳଟଗର ଉପରେ କଳା ଆବରଣ’ ଅଗ୍ରଲେଖରେ କଟକ ସହରରେ କେତେକ ଔଷଧ ଦୋକାନୀ ଭେଜାଲ ଔଷଧ ବିକ୍ରି କରି କଟକର ବଦନାମ କରୁଛନ୍ତି ବୋଲି ଦର୍ଶାଇଥିଲି; ତାହା ପଢ଼ି ଆପଣମାନେ ଭାବୁଥିବେ ଓଡ଼ିଶାର ନିରୀହ ଲୋକେ ଏମିତି ଠକିଯାଉଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଏହାଠାରୁ ଗୁରୁତର କାଣ୍ଡ ଘଟୁଛି ବୋଲି ମୁଁ ଦିଲ୍ଲୀରେ ଥିବାବେଳେ ୧୭ ତାରିଖର ଏକ ଖବର ପଢ଼ିଲି- ତିଆରିଠାରୁ ଆରମ୍ଭ କରି ବିତରଣ (ବିକ୍ରି) ପର୍ଯ୍ୟନ୍ତ ସବୁ ସ୍ତର ହାତେଇଥିବା ଏକ ସିଣ୍ଡିକେଟ୍‌ (ବ୍ୟବସାୟ ଗୋଷ୍ଠୀ) କର୍କଟ ରୋଗୀଙ୍କୁ ଭେଜାଲ ଯୋଗାଉଥିବା ଘଟଣା ଦିଲ୍ଲୀର ପୋଲିସ୍‌ କମିଶନର (କ୍ରାଇମ୍‌) ଶ୍ରୀ ଯାଦବ ଧରିଛନ୍ତି, ତହିଁର କର୍ଣ୍ଣଧାର ଜଣେ ଡାକ୍ତର। ରୋଗୀର ଚିନ୍ତାରେ ଦ୍ୱିତୀୟ ଭଗବାନ୍‌ ମନେ ହେଉଥିବା ଡାକ୍ତର ଜଣକ ରୋଗୀକୁ ସିଧାସଳଖ ଯମପୁରକୁ ପଠାଉଛନ୍ତି!
ଶଲ୍ୟଚିକିତ୍ସା ଆଳରେ ରୋଗୀର ବୃକକ୍‌ ଭଳି ଅଙ୍ଗ ଚୋରି କରିନେବା, ପ୍ରସୂତିର ଚିକିତ୍ସା ଆଳରେ କନ୍ୟାଭ୍ରୂଣ ହତ୍ୟା କରିବା ଆଦି ବାସ୍ତବ ଘଟଣା ହୋଇଗଲାଣି। ଜାଣିଲା ପରେ ମନେହୁଏ ମୁଷ୍ଟିମେୟ ହେଲେ ବି କେତେ ଜଣ ଡାକ୍ତର ପ୍ରଚୁର ଟଙ୍କା ଲାଳସାରେ ଯମ ହୋଇଯାଉଛନ୍ତି। କର୍ମ ଅନୁଯାୟୀ ମଣିଷକୁ ଦଣ୍ଡ ମିଳେ ଓ ସେହି ଦଣ୍ଡ ଭୋଗିବା ଲାଗି ଯମ ହିଁ ମଣିଷକୁ ଯମପୁରକୁ ନେଇଥାଏ: ଏ କଥା ପୁରାଣ ଭିତରେ ରହିଯାଇନାହିଁ, ପଇସା ଲୋଭ ଏବକାର କେତେକ ଡାକ୍ତରଙ୍କୁ ଯମର ଆସିଷ୍ଟାଣ୍ଟ କରିଦେଲାଣି। କେତେକ ପ୍ରବଞ୍ଚକ ଡାକ୍ତରଙ୍କ ଅମାନବୀୟ କାଣ୍ଡ ଯେଉଁ ଲୋକେ ଜାଣିନଥା’ନ୍ତି, ସେମାନେ ଡାକ୍ତରଙ୍କୁ ଦୋଷ ଦିଅନ୍ତି ନାହିଁ, ଭଗବାନ୍‌ଙ୍କ ଉପରେ ସବୁ ସମର୍ପଣ କରିଦିଅନ୍ତି! ଯେଉଁ କତିପୟ ଲୋକେ ଚିକିତ୍ସାରେ ଅବହେଳାକୁ ଦାୟୀ କରନ୍ତି, ସେମାନେ ଚିକିତ୍ସାଳୟ ଓ ସମ୍ପୃକ୍ତ ଚିକିତ୍ସକଙ୍କ ବିରୋଧରେ କୋର୍ଟର ଆଶ୍ରୟ ନିଅନ୍ତି। ଓଡ଼ିଶାର ଉଦାହରଣ ଦେବା ଉଚିତ୍‌ ହେବ ନାହିଁ। ବିହାରର ଗୋଟିଏ ସଦ୍ୟ ଘଟଣା ଶୁଣିଲେ ଆମେ ଚିହିଙ୍କି ଉଠିବା: ମୂତ୍ରନଳୀ ସଂକ୍ରମଣ ଦୂର କରିବା ପାଇଁ ସର୍ଜରି କରିବା ବାହାନାରେ ବିହାରର ମୁଜାଫରପୁର ସହରର ଡାକ୍ତର ଆର୍‌. କେ. ସିଂ ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ ୩ ସେପ୍ଟେମ୍ବର ୨୦୨୨ରେ ୩୮ ବର୍ଷୀୟା ସୁନୀତା ଦେବୀଙ୍କ ଶରୀରରୁ ବୃକ୍‌କ କାଢ଼ି ନେଇଛନ୍ତି। ସେ ଡାକ୍ତର ନିଜ କିଡ୍‌ନୀ ମୋତେ ଦିଅନ୍ତୁ ବୋଲି ଏବେ ଡାୟାଲିସିସରେ ଥିବା ସୁନୀତା ସରକାରଙ୍କ ନିକଟରେ ଅର୍ଜି କରିଛି। ଡାକ୍ତର ସିଂ ଲୁଚିଛନ୍ତି କେଉଁଠି ଜଣାନାହିଁ। ଦିଲ୍ଲୀର ଘଟଣା ଜଣାଏ କିପରି ପାଠଶାଠ ପଢ଼ିଥିବା ଲୋକ ବି ଭଲ ଔଷଧର ଛାପ ଦେଖି କେବେ ସନ୍ଦେହ କରିନପାରି ନକଲି ଔଷଧର କ୍ୟାପ୍‌ସୁଲ୍‌ କିଣୁଛି। କର୍କଟ ରୋଗର ଚିକିତ୍ସା ପାଇଁ ଯେଉଁସବୁ ଔଷଧ ସୁପାରିସ କରାଯାଏ, ସେଗୁଡ଼ିକ ଭିତରେ ଅଛି (୧) ଅଷ୍ଟ୍ରାଜେନେକା କମ୍ପାନୀର ଟାଗ୍ରିସୋ ୮୦ ମିଲିଗ୍ରାମ ବଟିକା, (୨) ବିକନ୍‌ ଫର୍ମାର ଟାଗ୍ରିକ୍ସ ୮୦ ମି.ଗ୍ରା., (୩) ଇନ୍‌ସେପ୍ଟା ଫର୍ମାର ଓସିସେଣ୍ଟ ୮୦ ମି.ଗ୍ରା., (୪) ଏଭେରେଷ୍ଟ ଫର୍ମାର ଓଲାନିବ୍‌ ୧୫୦ ମି.ଗ୍ରା., ପାଲବକ୍ସେନ୍‌ ୧୨୫ ମି.ଗ୍ରା., ଓସିମର୍ଟ ୮୦ ମି.ଗ୍ରା., ପାଲବୋସେଣ୍ଟ ୧୨୫ ମି.ଗ୍ରା., ଓ ଭେଣ୍ଟୋକ୍ସେନ ୧୦୦ ମି.ଗ୍ରା. ା ସେଗୁଡ଼ିକର ନକଲି ବା ଭେଜାଲ୍‌ କରି ଅଧା ଦରରେ ବିକୁଥିଲା ଏକ ସିଣ୍ଡିକେଟ୍‌। ଚାଇନାର ହୁବେଇ ବିଶ୍ୱବିଦ୍ୟାଳୟରୁ ଏମ୍‌ବିବିଏସ୍‌ ପରେ ଫରେନ୍‌ ମେଡିକାଲ୍‌ ଗ୍ରାଜୁଏଟ୍‌ ଏଗ୍‌ଜାମିନେସନ୍‌ ପାସ୍‌ କରି ପବିତ୍ର ମୋହନ ପ୍ରଧାନ ଯଥାକ୍ରମେ ଦିଲ୍ଲୀର ଜିଟିବି ହସ୍ପିଟାଲ୍‌, ସୁପରସ୍ପେସାଲିଟି କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ ଓ ପରେ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଜୁନିଅର ରେସିଡେଣ୍ଟ ଭାବେ କାମ କଲେ। ତାଙ୍କ ସାଙ୍ଗରେ ପଢ଼ିଥିବା ବାଂଲାଦେଶର ଜଣେ ଛାତ୍ରର ପ୍ରରୋଚନାରେ ବହୁତ ପଇସା ରୋଜଗାର କରିବା ନିଶାରେ ସେ କ୍ୟାନ୍‌ସର ରୋଗର ମେଡିସିନ୍‌ ତିଆରି କମ୍ପାନୀ ବସାଇଲେ, ନିଜ ସମ୍ପର୍କୀୟ ଭାଇ ଶୁଭମ୍‌ ମାନ୍ନା ଓ ରାମ କୁମାରଙ୍କୁ ତହିଁରେ ନିଯୁକ୍ତ କଲେ। ମାନ୍ନା ବି.ଟେକ୍‌. କରି ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ସେ ତିଆରି କଲେ ବାର୍‌ କୋଡ୍‌, ବ୍ୟାଚ୍‌ ନମ୍ବର ଏମ୍ବସିଂ ଓ ଏକ୍ସପାରି ଡେଟ୍‌। ରାମ କୁମାର ହରିୟାଣାର ଗାନାଉରଠାରେ ଆର୍‌ଡିଏମ୍‌ ବାୟୋଟେକ୍‌ ନାମରେ ଏକ କାରଖାନା ଖୋଲି ଔଷଧ ତିଆରିର ଆକ୍ଟିଭ୍‌ ଫର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରେଡିଏଣ୍ଟ (ଏପିଆଇ) କିଛି କିଣି ପ୍ରାୟ ୨୧ଟିରୁ ବେଶି ନାମକରା କର୍କଟ ରୋଗର ଔଷଧ ନାଁରେ ଭେଜାଲ ଔଷଧ ତିଆରି କଲେ। ଚଣ୍ଡିଗଡ଼ରେ ମେଡ୍‌ୟର୍କ ନାଁରେ ଏକ ଫାର୍ମା କମ୍ପାନୀ ଖୋଲିଥିବା ଆଉ ଜଣେ ଏକାଂଶ ବର୍ମା ଏଥିରେ ସାମିଲ ହେଲେ। ବାଂଲାଦେଶର ବ୍ରାଣ୍ଡ୍‌ ଇନସେପ୍‌ଟା ନଁାରେ ସେ ଲକ୍ଷେ କ୍ୟାପ୍‌ସୁଲ୍‌ ଯୋଗାଇଥିଲେ। ବର୍ମା ଇଣ୍ଡିଆମାର୍ଟ କମ୍ପାନୀର ୱେବ୍‌ସାଇଟ୍‌ରୁ କେଉଁ ଲୋକେ କେବଳ କ୍ୟାନ୍‌ସର ମେଡିସିନ ଖୋଜୁଛନ୍ତି, ସେମାନଙ୍କ ମୋବାଇଲ ନମ୍ବର ନିଆଗଲା ଓ ସେମାନଙ୍କ ସହ ସମ୍ପର୍କ କରି ଶସ୍ତାରେ ଔଷଧ ଯୋଗାଇବେ ବୋଲି କଣ୍ଟାକ୍ଟ କଲେ, ୫୦% ମାର୍ଜିନ୍‌ ନେଇ ବିକିବେ ବୋଲି କହିଲେ ା ପ୍ରଭାତ କୁମାର ନାମକ ଆଉ ଜଣେ ଦିଲ୍ଲୀ ଚାନ୍ଦନିଚୌକର ଭଗୀରଥ ପ୍ୟାଲେସ୍‌ରେ ଆଦିତ୍ୟ ଫାର୍ମା ଅଫିସ ଖୋଲି ଅଙ୍କୋଲଜି ଓ ନେଫ୍ରୋଲଜି ସମ୍ପର୍କିତ ଔଷଧର ହୋଲ୍‌ସେଲ୍‌ ବିଜ୍‌ନେସ୍‌ କଲେ। ଆଇଟିଆଇ ଡିପ୍ଲୋମାଧାରୀ ପଙ୍କଜ କୁମାର ପ୍ୟାକିଂ କରନ୍ତି। ଆଉ ଜଣେ ଆଇଟିଆଇ ଡିପ୍ଲୋମାଧାରୀ ଅଙ୍କିତ ଶର୍ମା କୋରିଅର୍‌ ଓ ଡେଲିଭରି କାମ କଲେ। ସେମାନଙ୍କ ଏହି ସିଣ୍ଡିକେଟ୍‌ ଏଭଳି ବ୍ୟବସାୟ କଲା, ଯେପରି ସାଧାରଣ ସାଧୁ ବ୍ୟବସାୟୀଟିଏ କରିଥାଏ। ଷ୍ଟାଣ୍ଡାର୍ଡ ମେଡିସିନ୍‌ ଭଳି ସେମାନଙ୍କ ଔଷଧ ବିକ୍ରିହେଲା, ଅସଲି ଔଷଧର ତନଖି ପାଇଁ ଯେଉଁ କ୍ୟୁଆର୍‌ କୋଡ୍‌ ବ୍ୟବହାର ହୁଏ, ତାହା ଭଳି କ୍ୟୁଆର୍‌ କୋଡ୍‌ ଏବଂ ଔଷଧର ବ୍ୟବହାରଯୋଗ୍ୟ ଶେଷ ତାରିଖ (ଏକ୍ସପାଏରି ଡେଟ୍‌) ବି ଥିଲା। ତେଣୁ ରୋଗୀ ଓ ତା’ର ସମ୍ପର୍କୀୟ ଗରାଖମାନେ ସନ୍ଦେହରେ ନ ଥିଲେ, ବରଂ ଶସ୍ତାରେ ପାଇ ଖୁସି ହେଉଥିଲେ। ଗୋପନୀୟ ସୂତ୍ରରୁ ଖବର ପାଇ ଦିଲ୍ଲୀର ସ୍ପେଶାଲ୍‌ କମିଶନର (କ୍ରାଇମ୍‌) ଯାଦବଙ୍କ ଅଧୀନରେ ପୋଲିସ୍‌ ଚଢ଼ାଉ କରି ଏ ନରହନ୍ତା କାରବାର ଧରିଛି।
ରୋଗୀର ପଇସାରେ ରୋଗୀକୁ ଯମପୁରକୁ ପଠାଇବାର ଏ ତରିକାର ମୁଖ୍ୟ ହେଉଛି ଡ. ପ୍ରଧାନ, ହିପ୍ପୋକ୍ରାଟିକ୍‌ ଓଥ୍‌ (ବୃତ୍ତିଗତ ନୈତିକତାକୁ ରକ୍ଷା କରିବାର ଶପଥ) ନେଇଥିବା ଜଣେ ମେଡିକାଲ୍‌ ଡିଗ୍ରୀଧାରୀ। ମୃତ୍ୟୁମୁଖକୁ ଠେଲିଦେବା, ହତ୍ୟାର ଉଦ୍ରେକ (ଆବେଟମେଣ୍ଟ ଅଫ୍‌ ମର୍ଡର) କରୁଥିବା ଅପରାଧରେ ସେ ଫାଶିଦଣ୍ଡ ପାଇବା କଥା, ମାତ୍ର ଆମ ଭାରତ ପିଙ୍ଗଳ ସଂହିତା (ଆଇପିସି)ରେ ବର୍ଷକରୁ କମ୍‌ କାରାଦଣ୍ଡ ଓ କିଛି ଜରିମାନା ଦଣ୍ଡର ବ୍ୟବସ୍ଥା ଅଛି। କେତେକ ପ୍ରଦେଶ ‘ଆଇପିସି’ର ରାଜ୍ୟସ୍ତରୀୟ ସଂଶୋଧନ ଆଣି ଆଜୀବନ କାରାଦଣ୍ଡର ପ୍ରାବଧାନ କରିଛନ୍ତି, କିନ୍ତୁ ଓଡ଼ିଶା କରିନାହିଁ। ଫଳରେ ରାଜନୈତିକ ଦଳକୁ ଚାନ୍ଦା ଦେଇ (ଅବଶ୍ୟ ଲୋଭୀ ପୋଲିସ୍‌ କର୍ମଚାରୀଙ୍କୁ ହାତ କରି) ଓଡ଼ିଶାର ଯମମାନେ ଧରାପଡ଼ୁନାହାନ୍ତି। ଯଦି କତିପୟ ଧରାପଡ଼ୁଛନ୍ତି ତ୍ରୁଟିଶୂନ୍ୟ ଦୋଷାରୋପ ପତ୍ର ଯୋଗୁ ଅଥବା ପୋଲିସ୍‌ ମକଦ୍ଦମା ଚଳାଇବାରେ ଏତେ ବିଳମ୍ବ କରୁଛି ଯେ କୋର୍ଟରେ ଅଭିଯୁକ୍ତମାନେ ଖସିଯାଇ ପାରୁଛନ୍ତି। ରାଜନୀତିର ଏକ ବଡ଼ ନୀତି ହୋଇଗଲାଣି ଯେ ଭୋଟ କିଣିବା ଲାଗି ଫ୍ରିବି ଓ ନଗଦନାରାୟଣ ଦିଆଯିବ ଏବଂ ତାହା ପାଇଁ ଚାନ୍ଦା ଦେବାକୁ ଏମିତିକା ଠକମାନେ ଆଗେଇ ଆସିବେ,-କେବଳ ଔଷଧରେ ନୁହେଁ ମଦ ଓ ତେଜରାତି ସାମଗ୍ରୀରେ ମିଶାମିଶି କରୁଥିବା ଲୋକେ- ସେମାନଙ୍କ କାରବାର ଉପରେ ଯେତେ ଢିଲା ତନଖି ହେବ, ସେତେ ବେଶି ଚାନ୍ଦା ମିଳିବ, ଲୋକେ ରସାତଳକୁ ବା ଯମପୁରକୁ ଯାଆନ୍ତୁ ପଛକେ!
ଆମେ ପରା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପଇସାର ପ୍ରଭାବ କିପରି ଧର୍ମାଧିକାରୀମାନଙ୍କ ଆଚରଣରେ ପଡ଼େ ଦେଖିଛୁ, ଅଧିକ ପଇସା ନ ପାଇଲେ ମୁଣ୍ଡରେ ବେତ ମାଡ଼ ଦେଇ କେତେକେ କହନ୍ତି ପରା ‘ବେହି ପୋ ନରକକୁ ଯା’! ଆମ ରାଜନେତାମାନେ ତ ସବୁବେଳେ ଗୁଣୁଗୁଣୁ ହେଉଛନ୍ତି- ଲୋକଙ୍କ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଗାଦି ଉଦ୍ଧାର ହେଉ!

ସହଦେବ ସାହୁ
– sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri