Posted inଜାତୀୟ

ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା

ନୂଆଦିଲ୍ଲୀ, ୪।୬(ଆଇଏଏନ୍‌ଏସ୍‌):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ତେବେ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାରେ ପ୍ରଭାବ ଭଲ ରହିଥିବାରୁ ଆସନ୍ତା ଅଗଷ୍ଟ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛିି। ଇତିମଧ୍ୟରେ କେନ୍ଦ୍ର ସରକାର ଉକ୍ତ କମ୍ପାନୀଠାରୁ ୩୦ କୋଟି ଡୋଜ୍‌ ଟିକା କିଣିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏ ବାବଦରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୧,୫୦୦ କୋଟି ଟଙ୍କା ଅଗ୍ରିମ ପୈଠ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କର୍ବେଭାକ୍ସ ହେଉଛି ରିସେପ୍ଟର ବାଇଣ୍ଡିଂ ଡୋମେନ୍‌ (ଆର୍‌ବିଡି) ପ୍ରୋଟିନ୍‌ ସବ୍‌ୟୁନିଟ୍‌ ଟିକା। ଆମେରିକାର ଟେକ୍ସାସ୍‌ସ୍ଥିତ ବେଲୋର କଲେଜ୍‌ ଅଫ୍‌ ମେଡିସିନ (ବିସିଏମ୍‌) ସହ ମିଳିତ ଭାବେ ବାୟୋଲୋଜିକାଲ-ଇ ଏହି ଟିକାକୁ ବିକଶିତ କରିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍‌ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କୋଭାକ୍ସିନ୍‌ ପରେ କର୍ବେଭାକ୍ସ ହେଉଛି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭାରତର ଦ୍ୱିତୀୟ କୋଭିଡ୍‌ ଟିକା। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଆବଶ୍ୟକ ଡୋଜ୍‌ ଉତ୍ପାଦନ ହୋଇଯିବ ଏବଂ ଆଗାମୀ କିଛି ମାସରେ ଏହା ଉପଲବ୍ଧ ହେବ ବୋଲି ମନ୍ତ୍ରଣାଳୟ କହିଛି। ଟିକା ଅଭାବକୁ ନେଇ କେନ୍ଦ୍ର ସରକାର ସମାଲୋଚିତ ହୋଇଥିବାବେଳେ ଏହି ଦ୍ୱିତୀୟ ଦେଶୀ ଭାକ୍ସିନ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ ବୋଲି କୁହାଯାଉଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବାୟୋଟେକ୍‌ନୋଲୋଜି ବିଭାଗ ବାୟୋଲୋଜିକାଲ-ଇକୁ ୧୦୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଥିଲା। ନୂଆ କୋଭିଡ୍‌ ଭାକ୍ସିନକୁ ସହାୟତା ପାଇଁ ଏହା ସରକାରଙ୍କ ମିଶନ୍‌ର ଅଂଶବିଶେଷ। ଉକ୍ତ ଟିକାକୁ ଭାକ୍ସିନ୍‌ ଆଡମିନିଷ୍ଟ୍ରେଶନ ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ଅନୁମୋଦନ ପାଇଁ ସୁପାରିସ କରାଯାଇଛି। ଏହା ବ୍ୟତୀତ ବାୟୋଲୋଜିକାଲ-ଇ ଜନ୍‌ସନ ଆଣ୍ଡ ଜନ୍‌ସନ କମ୍ପାନୀ ଟିକା ବାର୍ଷିକ ୬୦ କୋଟି ଡୋଜ୍‌ ପ୍ରସ୍ତୁତ କରିବା ଲାଗି ଅନ୍ୟ ଏକ ଚୁକ୍ତି ସ୍ବାକ୍ଷର କରିଛି। ଭାରତରେ ଏମ୍‌ଆର୍‌ଏନ୍‌ଏ କୋଭିଡ୍‌-୧୯ ଟିକା ଉତ୍ପାଦନ ପାଇଁ ଉକ୍ତ କମ୍ପାନୀ ପ୍ରୋଭିଡେନ୍ସ ଥେରାପ୍ୟୁଟିକ୍ସ ହେଲ୍ଡିଂସ୍‌ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୩ ପ୍ରକାର କୋଭିଡ୍‌ ଟିକା ଉପଲବ୍ଧ ହେଉଛି। କୋଭିଶିଲ୍ଡ ବ୍ରିଟେନରେ ବିକଶିତ ହୋଇଥିବାବେଳେ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଏହାକୁ ଉତ୍ପାଦନ କରୁଛି। ସେହିପରି ରୁଷିଆରେ ବିକଶିତ ‘ସ୍ପୁଟ୍‌ନିକ-ଭି’ର ଭାରତୀୟ ଉତ୍ପାଦନକାରୀ କମ୍ପାନୀ ହେଉଛି ହାଇଦ୍ରାବାଦର ଡକ୍ଟର ରେଡ୍ଡୀସ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri