ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…

ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍‌ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍‌ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି। ଡ୍ୟାମର ଦ୍ୱିତୀୟ ବନ୍ୟା ଜଳ ଛଡାଯିବା ନେଇ ବଲାଙ୍ଗୀର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲାପାଳ, ବଲାଙ୍ଗୀର ବିଡିଓ ଏବଂ ତହସିଲଦାର ଓ ଲୋଇସିଂହା ବିଡିଓ ଏବଂ ତହସିଲଦାରଙ୍କୁ ଏନେଇ ସୂଚନା ଦିଆଯାଇଛି। ଡ୍ୟାମ୍‌ର ବନ୍ୟା ଜଳ ଛଡାଯିବା ପରେ ଜଳସ୍ତର କମିବା ଆରମ୍ଭ କରିଥିବା ଜଣାପଡିଛି। ପ୍ରାୟ ଦୁଇଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁକ୍ତେଲ ଡ୍ୟାମ୍‌ର ଜଳସ୍ତର ବଢ଼ିଥିଲା। ଏବେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଏଲ ଇରିଗେସନ ଆରମ୍ଭ କରାଯାଇଛି। ଡ୍ୟାମ୍‌ର ବାମ ଏବଂ ଡାହାଣ ପଟେ ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବାରୁ ଏହାକୁ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଦଶହରା ଭେଟି ବୋଲି କୁହାଯାଉଛି। ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯିବା ଯୋଗୁ ୨୦୨୬ରେ ହେବାକୁ ଥିବା ଫାଇନାଲ ଇରିଗେସନ ଟ୍ରାଏଲ ପକ୍କା ହୋଇଥିବା କୁହାଯାଉଛି। ଏହାକୁ ନେଇ ପ୍ରଶାସନ ବିଭାଗ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି । ଅନ୍ୟପଟେ ରବିବାର ଅପରାହ୍ଣ ୪ଟାରୁ ଡ୍ୟାମ୍‌ ଦ୍ବିତୀୟ ବନ୍ୟା ଜଳ ଛଡାଯାଇଥିବାରୁ କୁମିଆପାଲି ଗାଁର ଯେଉଁ କିଛି ଲୋକଙ୍କ ଘର ଭିତରକୁ ପାଣି ପଶିଥିଲା ତାହା କମିବା ଆରମ୍ଭ କରିଛି ବୋଲି କୁହାଯାଉଛି । ସୋମବାର ସକାଳ ସୁଦ୍ଧା ଡ୍ୟାମ୍‌ର ପାଣି ପାଖାପାଖି ୧ ମିଟର କମିଯିବ ବୋଲି ଲୋୟର ସୁକ୍ତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହଠାତ୍‌ ଡ୍ୟାମ ଭିତର ଜଳସ୍ତର ବଢ଼ିଯାଇଥିଲା। ଫଳରେ କୁମିଆପାଲି ଗାଁର ନଦୀଖଣ୍ଡି ପାଖରେ ଥିବା କିଛି ଲୋକଙ୍କ ଘରକୁ ପାଣି
ପଶିଯିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସ୍ଥିତି ଆକଳନ କରାଯାଇ ଡ୍ୟାମ୍‌କୁ ଅପରାହ୍ନରେ ବନ୍ୟାଜଳ ଛଡାଯାଇଛି । ଇତିମଧ୍ୟରେ ଡ୍ୟାମ୍‌ର ଉଭୟ ବାମ ଓ ଡାହାଣ ପଟ ପମ୍ପ ହାଉସରେ ଟ୍ରାଏଲ ରନ କରାଯାଇଛି । ଟ୍ରାଏଲ ଇରିଗେସନ ଆରମ୍ଭହୋଇଯାଇଥିବାରୁ ଚାଷୀଙ୍କ ଜମିକୁ ପାଣି ପହଞ୍ଚିବା ଲକ୍ଷ୍ୟ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ଟ୍ରାଏଲ ଇରିଗେସନ ଆରମ୍ଭ ହୋଇଯାଇଥିବା ଏବଂ ଉଭୟ ବାମ ଓ ଡାହାଣ ପଟ ପମ୍ପ ଠିକ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି । ଆଗକୁ ଟ୍ରାଏଲ ଇରିଗେସନ ଜାରି ରହିବ। ବିଭିନ୍ନ ସ୍ଥାନରେ ପାଇପ ଜଳସେଚନ କିଭଳି ଚାଳିଛି ତାର ନିରୀକ୍ଷଣ କରାଯାଉଛି ବୋଲି ଇଂ ଭୋଇ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri