ଜୋସ୍‌ ଭରିଲା ଦାଣ୍ଡିଆ କାର୍ନିଭାଲ୍‌ର ଦ୍ୱିତୀୟ ସା

ଭୁବନେଶ୍ୱର,୨୨ା୧୦(ଶର୍ମିଷ୍ଠା ପାଣିଗ୍ରାହୀ)ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ଭକ୍ତି ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବାବେଳେ ଏହାକୁ ଆହୁରି ମୁଖରିତ କରିଛି ଦାଣ୍ଡିଆ ମହୋତ୍ସବ। ସହରବାସୀଙ୍କୁ ଏକାଠି କରି ଉତ୍ସବର ନିଆରା ଅନୁଭବ ଦେବାକୁ ନେଟ୍‌ୱର୍କ ଇଭେଣ୍ଟ ଆଣ୍ଡ୍‌ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନ ଭେଟି ଦେଇଛି ଆଉଏକ ବଡ଼ ମଞ୍ଚ। ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଦାଣ୍ଡିଆ କାର୍ନିଭାଲ। ୪ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରତି ସାରେ ଜମୁଛି ଦାଣ୍ଡିଆର ଆସର। ଭିନ୍ନ ଭିନ୍ନ ତାରକାଙ୍କ ସହ ଦାଣ୍ଡିଆ ନାଚି ମଜାମସ୍ତି କରିବାର ସୁଯୋଗ ପାଉଛନ୍ତି ଲୋକେ। ଶନିବାର ସାର ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ନାଭ୍ୟା ଓ ତାଙ୍କ ବ୍ୟାଣ୍ଡ୍‌। ନାଭ୍ୟାଙ୍କ ଗୀତଗୁଡ଼ିକ ଜୋସ୍‌ ଆଣିଥିଲା। ଗୀତର ତାଳେ ତାଳେ ନାଚି ଉଠିଥିଲେ ଲୋକେ। ସେହିପରି ଡିଜେ ପାର୍ଥୋ ମଧ୍ୟ କିଛି କମ୍‌ ନ ଥିଲେ। ଲୋକଙ୍କ ପସନ୍ଦ ମୁତାବକ ସଙ୍ଗୀତର ଡିଜେ ରିମିକ୍ସ ସେ ପରିବେଷଣ କରିଥିଲେ। ଅନ୍ୟପକ୍ଷେ ଡିଜେ ରାଜ୍‌ସ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନକୁ ବଢ଼ାଇ ଦେଇଥିଲେ। ସାରେ ଏହି ୩ କଳାକାର ଲୋକଙ୍କ ମଧ୍ୟରେ ଜୋସ୍‌ ଭରିବା ସହ କାର୍ନିଭାଲର୍‌ ଦ୍ୱିତୀୟ ସାର ମାହୋଲକୁ ରଙ୍ଗାରଙ୍ଗ କରିଦେଇଥିଲେ। ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଲୋକ ଦାଣ୍ଡିଆ କାର୍ନିଭାଲକୁ ଉପଭୋଗ କରିଥିବାବେଳେ ଉପସ୍ଥାପିକା ପୁଣ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri