ଯୋକଡ଼ିଆରେ ନିର୍ମାଣ ହେବ ୨ୟ ବ୍ୟାରେଜ

ରସୁଲପୁର,୧୩।୭(ଡି.ଏନ.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକ ଅଧୀନ ଯୋକଡ଼ିଆଠାରେ ୧୩୮ବର୍ଷ ପରେ ୨ୟ ବ୍ୟାରେଜ ନିର୍ମାଣ ହେବାର ପରିକଳ୍ପନା କରାଯାଇଛି। ଉକ୍ତ ବ୍ୟାରେଜ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବିଭାଗର ଏହି ପ୍ରସ୍ତାବକୁ ଏକପ୍ରକାର ମଞ୍ଜୁରୀ ମିଳିସାରିଛି। ଉକ୍ତ ପ୍ରକଳ୍ପ ନିର୍ମାଣ ସକାଶେ ନାବାର୍ଡରୁ ୨୫୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଜାରକା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉକ୍ତ ବ୍ୟାରେଜ ନିର୍ମାଣ ପୂର୍ବରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାଏ, କୋରେଇ ବିଧାୟକ ଅଶୋକ ବଳ ଓ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଉପନିର୍ବାହୀଯନ୍ତ୍ରୀ କାମଦେବ ଦାସ, ସହକାରୀ ଯନ୍ତ୍ରୀ ସୁବାସ ସାହୁ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ଏହାର ସ୍ଥିତାବସ୍ଥା ଦେଖିଛନ୍ତି। ଇଂରେଜମାନେ ନିର୍ମାଣ କରିଥିବା ବ୍ୟାରେଜ କ୍ରମଶଃ ଦୁର୍ବଳ ହୋଇଯିବା ସହ ତାର ଜଳ ଧାରଣ କ୍ଷମତା କମିଯାଉଛି। ନୂତନ ଜ୍ଞାନକୌଶଳରେ ନିର୍ମାଣ ହେବାକୁ ଥିବା ବ୍ୟାରେଜର ଜଳଧାରଣ କ୍ଷମତା ବୃଦ୍ଧି ପାଇବ। ନଦୀଜଳକୁ ନଦୀରେ ବୋହିବାକୁ ଦିଆ ନ ଯାଇ ତା’ର ଉପଯୋଗିତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ ସାହୁ ପ୍ରକାଶ କରିଛନ୍ତି।

୧୮୮୨ରେ ଇଂରେଜମାନେ ଏଠାରେ ବ୍ୟାରେଜ କରିଥିଲେ। ଯାଜପୁର ରୋଡ୍‌ ରେଲୱେ ଷ୍ଟେସନ ସହ ବ୍ୟାରେଜର ସଂଯୋଗ ଥିଲା। ଏହି ଜରିଆରେ ସହଜରେ ସାମଗ୍ରୀ ପରିବହନ ହୋଇପାରୁ ଥିଲା। ବ୍ୟାରେଜ ଉପରେ ଗମନାଗମନ ସୁବିଧା ରହିଥିଲା। ଏହା କ୍ରମଶଃ ଦୁର୍ବଳ ହୋଇଯିବାରୁ ବ୍ୟାରେଜଠାରୁ ୨୦୦ମିଟର ତଳକୁ ଆଉ ଏକ ପୋଲ ନିର୍ମାଣ କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ୧୫ବର୍ଷ ତଳେ ଏହି ପୋଲି ନିର୍ମାଣ କରାଯାଇଥିଲା। ଏଠାରେ ହେବାକୁ ଥିବା ନୂତନ ବ୍ୟାରେଜଟି ପୁରୁଣା ବ୍ୟାରେଜ ଓ ନୂତନ ପୋଲ ମଧ୍ୟସ୍ଥଳରେ ହେବ ବୋଲି ବିଭାଗ ପକ୍ଷରୁ ସ୍ଥାନ ନିରୂପଣ କରାଯାଇଛି। ଏହି ସୂଚନା ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କୁ ଆନନ୍ଦିତ କରିଛି।
ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ହାଇଲେଭଲ କେନାଲ-୨ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହେବ। ଖରସ୍ରୋତାର ଯୋକଡ଼ିଆଠାରୁ ବାହାରି ଯାଜପୁର ବ୍ଲକର ରୁଢିଆଠାରେ ବୁଢା ନଦୀକୁ ସଂଯୋଗ କରୁଥିବା ଏହି କେନାଲରେ ବର୍ଷସାରା ଜଳ ପ୍ରବାହିତ ହୋଇପାରିବ। ନଦୀର ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ। କେନାଲରେ ଜଳ ପ୍ରବାହିତ ହେଲେ ଜିଲାର କୋରେଇ, ରସୁଲପୁର ଓ ଯାଜପୁର ବ୍ଲକ ଅଞ୍ଚଳର ଶହଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ। ବ୍ୟାରେଜ ଜରିଆରେ ଜଳଧାରଣ କରିବା ଦ୍ୱାରା ବ୍ରାହ୍ମଣୀ ନଦୀରେ ଅଧିକ ଜଳ ପ୍ରଭାବିତ ହୋଇପାରିବ। ଏସବୁ ବାଦ ଜିଲାର ଇସ୍ପାତ ନଗରୀ କଳିଙ୍ଗ ନଗରକୁ ଏହି ନଦୀରୁଜଳ ଯୋଗାଣ କରାଯାଉଛି। ଏଠାରେ ଥିବା ୧୦ରୁ ଊର୍ଦ୍ଧ୍ୱ କାରଖାନାକୁ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଇ ସମ୍ଭବ ହୋଇପାରିବ। ଏଭଳି ଏକ ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri