ସୌରଜଗତରେ ବୁଦ୍ଧିମାନ ଜୀବ ସନ୍ଧାନ

କୋଟି କୋଟି ଗାଲାକ୍ସିକୁ ନେଇ ବିଶ୍ୱ ଗଠିତ ଏବଂ ପ୍ରତ୍ୟେକ ଗାଲାକ୍ସିରେ କୋଟି କୋଟି ନକ୍ଷତ୍ର ଅଛନ୍ତି। ଆମ ସୌରଜଗତର ମୁଖ୍ୟ ସୂର୍ଯ୍ୟ ଆକାଶଗଙ୍ଗା ଗାଲାକ୍ସିରେ ଥିବା ଅନେକ ନକ୍ଷତ୍ର ମଧ୍ୟରୁ ଗୋଟିଏ। ସୂର୍ଯ୍ୟଠାରୁ ଅନୁକୂଳ ଦୂରତାରେ ଅବସ୍ଥାନ କରିଥିବାରୁ ପୃଥିବୀରେ ଜୀବଜଗତ ଗଢ଼ିଉଠିଛି। ବିଶ୍ୱର ଅସଂଖ୍ୟ ନକ୍ଷତ୍ର ମଧ୍ୟରେ ପୃଥିବୀ ଭଳି ଗ୍ରହ ମଧ୍ୟ ଥାଇପାରେ ଏବଂ ସେଠାରେ ମଧ୍ୟ ଆମ ଭଳି ଉନ୍ନତ ସଭ୍ୟତା ଥାଇପାରେ। କିନ୍ତୁ ଅତ୍ୟଧିକ ଦୂରତା ଏବଂ ବିଜ୍ଞାନ ବିକାଶ ସୀମିତତା ହେତୁ ଆମେ ସେମାନଙ୍କ ସମ୍ବନ୍ଧରେ ଜାଣିପାରୁନାହୁଁ। ସେମାନଙ୍କର ସନ୍ଧାନ ନେବା ପାଇଁ କିଛି ବର୍ଷ ତଳୁ ଚେଷ୍ଟା ଆରମ୍ଭ ହୋଇଛି। ଏହାର ନାମ ଦିଆଯାଇଛି Search for Extraterrestrial।ntelligence ବା ସଂକ୍ଷେପରେ ‘ସେଟି’। ଏହାର ଅର୍ଥ ହେଉଛି ‘ପୃଥିବୀ ବାହାରେ ବୁଦ୍ଧିମାନ ଜୀବର ସନ୍ଧାନ’।
ପୃଥିବୀ ବାହାରେ ବୁଦ୍ଧିମାନ ଜୀବର ସମ୍ଭାବନା ସମ୍ପର୍କରେ ମତ ଦେଇଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଆମେରିକାର ଜ୍ୟୋତିର୍ବିଦ୍‌ ଫ୍ରାଙ୍କ ଡ୍ରେକ୍‌ ହେଉଛନ୍ତି ଅନ୍ୟତମ। ସେମାନଙ୍କୁ ଅନ୍ବେଷଣ କରିବାର ପ୍ରୟାସ ସେ ହିଁ ପ୍ରଥମେ ଆରମ୍ଭ କରିଥିଲେ। ସେ ଗାଣିତିକ ଉପାୟରେ ଆକାଶଗଙ୍ଗା ଗାଲାକ୍ସିରେ ଥିବା ଉନ୍ନତ ସଭ୍ୟତା ସଂଖ୍ୟାର ଏକ ଆକଳନ କରିଥିଲେ। ଏଥିପାଇଁ ସେ ପ୍ରକାଶ କରିଥିବା ସମୀକରଣକୁ ତାଙ୍କ ନାମ ଅନୁସାରେ ‘ଡ୍ରେକ୍‌ ସମୀକରଣ’ କୁହାଯାଏ।
ଫ୍ରାଙ୍କ୍‌ ଡ୍ରେକ୍‌ ୧୯୩୦ ମେ ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ସିକାଗୋଠାରେ ଭୂମିଷ୍ଠ ହୋଇଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ଥିଲେ। ତାଙ୍କର ପିତା ରିଚାର୍ଡ ଜଣେ ରାସାୟନିକ ଇଞ୍ଜିନିୟର ଓ ମା’ ଉଇନଫ୍ରେଡ୍‌ ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ ଥିଲେ। ପିଲାଦିନୁ ତାଙ୍କର ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ଥିଲା। ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୯୫୨ରେ ଇଞ୍ଜିନିୟରିଂ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତିନି ବର୍ଷ ନୌବାହିନୀରେ ଇଲେକ୍‌ଟ୍ରୋନିକ୍ସ ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ୧୯୫୮ରେ ଜ୍ୟୋତର୍ବିଜ୍ଞାନରେ ସ୍ନାତକୋତ୍ତର ଓ ପି.ଏଚଡି ଡିଗ୍ରୀ ଲାଭ କରିଥିଲେ।
ଡ୍ରେକ୍‌ ଏହାପରେ ହାର୍ଭାର୍ଡ ଗ୍ରୀନବ୍ୟାଙ୍କଠାରେ ଥିବା ‘ଜାତୀୟ ରେଡିଓ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର’ରେ କାର୍ଯ୍ୟ କଲେ। ସେଠାରେ ସେ ‘ଓଜ୍‌ମା’ ନାମକ ପ୍ରକଳ୍ପରେ ବାହ୍ୟଜଗତରେ ବୁଦ୍ଧିମାନ ଜୀବର ସନ୍ଧାନ ପାଇଁ କାର୍ଯ୍ୟକଲେ। ଆମଠାରୁ ୧୧ ଆଲୋକବର୍ଷ ଦୂରରେ ଥିବା ସୂର୍ଯ୍ୟଭଳି ଦୁଇଟି ନକ୍ଷତ୍ର ‘ତାଉସେଟି’ ଏବଂ ‘ଏପାଲିସନ ଇରିଡାନି’କୁ ଦୂରବୀକ୍ଷଣ ଯନ୍ତ୍ରରେ ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିଥିଲେ। ଏହାର ଏକ ବର୍ଷ ପରେ କାର୍ଲ ସାଗନ, ଜନ୍‌ ଲିଲି ଓ ଅନ୍ୟ କେତେକ ଜ୍ୟୋତିର୍ବିଦ୍‌ଙ୍କ ସହିତ ମିଶି ସେ ‘ସେଟି’ ସମ୍ବନ୍ଧରେ ଆଲୋଚନା କଲେ।
ଏଭଳି ଏକ ଉଦ୍ଭଟ କଳ୍ପନା କରିଥିବାରୁ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବା ଭୟରେ ସେ ଏହାକୁ ଗୁପ୍ତ ରଖିଥିଲେ। ଡ୍ରେକ୍‌ ଏହି ପର୍ଯ୍ୟବେକ୍ଷଣଗାରରେ ତାଙ୍କର ପ୍ରସିଦ୍ଧ ସମୀକରଣକୁ ପ୍ରକାଶ କରିଥିଲେ। ଆଇନଷ୍ଟାଇନଙ୍କ ଶକ୍ତି-ବସ୍ତୁତ୍ୱ ସମୀକରଣ ପରେ ଏହାକୁ ବିଜ୍ଞାନରେ ଦ୍ୱିତୀୟ ଶ୍ରେଷ୍ଠ ସମୀକରଣର ଆଖ୍ୟା ଦିଆଯାଏ।
ଡ୍ରେକ୍‌ ଏହାପରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦରେ ଯୋଗଦେଲେ ଏବଂ ପରେ ପରେ ଜାତୀୟ ଜ୍ୟୋତିର୍ବିଜ୍ଞାନ ଓ ଆୟନମଣ୍ଡଳ କେନ୍ଦ୍ରର ନିର୍ଦ୍ଦେଶକ ହୋଇଥିଲେ। ଏହି କେନ୍ଦ୍ରରେ ଥିବା ବୃହତ୍‌ ୩୦୦ ମିଟର ଏଣ୍ଟିନା ପୃଥିବୀର ଶ୍ରେଷ୍ଠ ‘ସେଟି ଯନ୍ତ୍ର’ ଥିଲା। ସେଠାରେ ଥିବାବେଳେ ଡ୍ରେକ୍‌ ବୃହସ୍ପତି ଗ୍ରହ ଆୟନମଣ୍ଡଳ ଓ ଚୁମ୍ବକମଣ୍ଡଳ ଆବିଷ୍କାର କରିଥିଲେ। ସେ ମଧ୍ୟ ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ବିଷଦ ଅଧ୍ୟୟନ କରିଥିଲେ।
ଅନ୍ୟଗ୍ରହରେ ବୁଦ୍ଧିମାନ ଜୀବର ସନ୍ଧାନର ଗବେଷଣା ପାଇଁ ଅନେକ ବୈଜ୍ଞାନିକ ଓ ଅନୁଷ୍ଠାନ ଆକୃଷ୍ଟ ହେଲେ। ୧୯୭୫ରେ ‘ସାଇକ୍ଲୋପ୍‌ ପ୍ରକଳ୍ପ’ ଅଧୀନରେ ସୌରଜଗତରେ ଜୀବର ସନ୍ଧାନ ପାଇଁ ଅଧ୍ୟୟନ କରାଗଲା। ଡ୍ରେକ୍‌ଙ୍କ ଲିଖିତ ପୁସ୍ତକ ‘ମହାକାଶ ବୁଦ୍ଧିମାନ ଜୀବ’ର ମୂଳ ବିଷୟବସ୍ତୁ ଥିଲା ବିଶ୍ୱରେ ବୁଦ୍ଧିମାନ ଜୀବଙ୍କୁ ଖୋଜିବା ପାଇଁ। ‘ନାସା’ ୧୦୦ ମିଟର ବ୍ୟାସବିଶିଷ୍ଟ ୧୦୦୦ଟି ରେଡିଓ ଦୂରବୀକ୍ଷଣ ଯନ୍ତ୍ରର ଏକ ସମାହାର ଯୋଜନା କରିଥିଲା ଏବଂ ଆମଠାରୁ ୧୦୦୦ ଆଲୋକବର୍ଷ ଦୂରତା ପର୍ଯ୍ୟନ୍ତ ବିଶ୍ୱକୁ ଏହାଦ୍ୱାରା ପର୍ଯ୍ୟବେକ୍ଷଣ କରିବା ପାଇଁ ଡିଜାଇନ୍‌ ହୋଇଥିଲା। ଦଶ ବିଲିୟନ ଡଲାରର ଏହି ପ୍ରକଳ୍ପ ପାଇଁ ଅର୍ଥ ଦେବାକୁ ସରକାର ମନା କରିଦେବାରୁ ଏହା ବନ୍ଦ ହୋଇଗଲା। ମାତ୍ର ‘ସେଟି’ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଲା। ଅନେକ ବେସରକାରୀ ସଂସ୍ଥା ମଧ୍ୟ ଏଥିପାଇଁ ଆଗେଇ ଆସିଲେ। ‘ସେଟି ଇନ୍‌ଷ୍ଟିଚ୍ୟୁଟ୍‌’ ସ୍ଥାପିତ ହୋଇ ଏହା ସମ୍ବନ୍ଧରେ ଅଧ୍ୟୟନ ଓ ଗବେଷଣା ହେଉଛି। ‘ନାସା’ ମହାକାଶକୁ ୧୯୭୨ ଓ ୧୯୭୩ରେ ଯଥାକ୍ରମେ ‘ପାଇଓନିୟର-୧୦’ ଏବଂ ‘ପାଇଓନିୟର-୧୧’ ଯାନ ପ୍ରେରଣ କରିଥିଲା। ଡ୍ରେକ୍‌ ଓ କାର୍ଲ ସାଗନ୍‌ ଡିଜାଇନ୍‌ କରିଥିବା ଗୋଟିଏ ଫଳକ ଏଥିରେ ଥିଲା। ଏଥିରେ ଜଣେ ପୁରୁଷ ଓ ମହିଳାର ନଗ୍ନ ଚିତ୍ର ସହିତ ଏହା କେଉଁଠାରୁ ଯାଇଛି ତାହାର ମାନଚିତ୍ର ଥିଲା। ସେହିପରି ୧୯୭୭ରେ ‘ନାସା’ର ‘ଭୋୟେଜର-୧’ ଏବଂ ‘ଭୋୟେଜର-୨’ ଯାନରେ ମଧ୍ୟ ଡ୍ରେକ୍‌ ଓ ସାଗନ ୧୨ ଇଞ୍ଚର ସୁନା ପ୍ରଲେପିତ ତମ୍ବା ରେକର୍ଡ ଥାଳିଆ ଖଞ୍ଜିଥିଲେ, ଯେଉଁଥିରେ ପୃଥିବୀ ପୃଥିବୀବାସୀଙ୍କ ଶବ୍ଦ ଓ ଦୃଶ୍ୟ ଥିଲା। ଡ୍ରେକ୍‌ ୧୯୭୪ ନଭେମ୍ବର ୧୬ରେ ‘ଏମ୍‌-୧୩’ ନକ୍ଷତ୍ରମଣ୍ଡଳ ଆଡ଼କୁ ୨୦ ଟ୍ରିଲିୟନ ଓ୍ବାଟ୍‌ କ୍ଷମତାର ଏକ ବାର୍ତ୍ତା ପଠାଇଥିଲେ। ଉଦ୍ଦେଶ୍ୟ ଥିଲା ଯଦି ପୃଥିବୀ ବାହାରର ବୁଦ୍ଧିମାନ ଜୀବନ ଏସବୁକୁ ପାଇବେ, ତାହାହେଲେ ସେମାନେ ଆମର ଅନେଷ୍ବଣ କରି ଆମ ସହିତ ସମ୍ପର୍କ ସ୍ଥାପନ କରିପାରିବେ।
ଡ୍ରେକ୍‌ ୧୯୮୪ରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ଏବଂ ‘ସେଟି’ ଇନ୍‌ଷ୍ଟିଚ୍ୟୁଟର ସଭାପତି ମଧ୍ୟ ହେଲେ। ସେହି ବର୍ଷ ସେପ୍ଟେମ୍ବର ୨ ତାରିଖରେ ସେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସମ୍ମାନରେ ଗୋଟିଏ ଗ୍ରହାଣୁର ନାମ ‘୪୭୭୨ ଫ୍ରାଙ୍କ୍‌ ଡେଡ୍‌’ ରଖାଯାଇଛି। ସେଟି ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିବର୍ଷ ସେଟି ସମ୍ବନ୍ଧରେ ଉନ୍ନତ ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ‘ଡ୍ରେକ୍‌ ପୁରସ୍କାର’ ପ୍ରଦାନ କରୁଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?