ସୌରଜଗତରେ ବୁଦ୍ଧିମାନ ଜୀବ ସନ୍ଧାନ

କୋଟି କୋଟି ଗାଲାକ୍ସିକୁ ନେଇ ବିଶ୍ୱ ଗଠିତ ଏବଂ ପ୍ରତ୍ୟେକ ଗାଲାକ୍ସିରେ କୋଟି କୋଟି ନକ୍ଷତ୍ର ଅଛନ୍ତି। ଆମ ସୌରଜଗତର ମୁଖ୍ୟ ସୂର୍ଯ୍ୟ ଆକାଶଗଙ୍ଗା ଗାଲାକ୍ସିରେ ଥିବା ଅନେକ ନକ୍ଷତ୍ର ମଧ୍ୟରୁ ଗୋଟିଏ। ସୂର୍ଯ୍ୟଠାରୁ ଅନୁକୂଳ ଦୂରତାରେ ଅବସ୍ଥାନ କରିଥିବାରୁ ପୃଥିବୀରେ ଜୀବଜଗତ ଗଢ଼ିଉଠିଛି। ବିଶ୍ୱର ଅସଂଖ୍ୟ ନକ୍ଷତ୍ର ମଧ୍ୟରେ ପୃଥିବୀ ଭଳି ଗ୍ରହ ମଧ୍ୟ ଥାଇପାରେ ଏବଂ ସେଠାରେ ମଧ୍ୟ ଆମ ଭଳି ଉନ୍ନତ ସଭ୍ୟତା ଥାଇପାରେ। କିନ୍ତୁ ଅତ୍ୟଧିକ ଦୂରତା ଏବଂ ବିଜ୍ଞାନ ବିକାଶ ସୀମିତତା ହେତୁ ଆମେ ସେମାନଙ୍କ ସମ୍ବନ୍ଧରେ ଜାଣିପାରୁନାହୁଁ। ସେମାନଙ୍କର ସନ୍ଧାନ ନେବା ପାଇଁ କିଛି ବର୍ଷ ତଳୁ ଚେଷ୍ଟା ଆରମ୍ଭ ହୋଇଛି। ଏହାର ନାମ ଦିଆଯାଇଛି Search for Extraterrestrial।ntelligence ବା ସଂକ୍ଷେପରେ ‘ସେଟି’। ଏହାର ଅର୍ଥ ହେଉଛି ‘ପୃଥିବୀ ବାହାରେ ବୁଦ୍ଧିମାନ ଜୀବର ସନ୍ଧାନ’।
ପୃଥିବୀ ବାହାରେ ବୁଦ୍ଧିମାନ ଜୀବର ସମ୍ଭାବନା ସମ୍ପର୍କରେ ମତ ଦେଇଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଆମେରିକାର ଜ୍ୟୋତିର୍ବିଦ୍‌ ଫ୍ରାଙ୍କ ଡ୍ରେକ୍‌ ହେଉଛନ୍ତି ଅନ୍ୟତମ। ସେମାନଙ୍କୁ ଅନ୍ବେଷଣ କରିବାର ପ୍ରୟାସ ସେ ହିଁ ପ୍ରଥମେ ଆରମ୍ଭ କରିଥିଲେ। ସେ ଗାଣିତିକ ଉପାୟରେ ଆକାଶଗଙ୍ଗା ଗାଲାକ୍ସିରେ ଥିବା ଉନ୍ନତ ସଭ୍ୟତା ସଂଖ୍ୟାର ଏକ ଆକଳନ କରିଥିଲେ। ଏଥିପାଇଁ ସେ ପ୍ରକାଶ କରିଥିବା ସମୀକରଣକୁ ତାଙ୍କ ନାମ ଅନୁସାରେ ‘ଡ୍ରେକ୍‌ ସମୀକରଣ’ କୁହାଯାଏ।
ଫ୍ରାଙ୍କ୍‌ ଡ୍ରେକ୍‌ ୧୯୩୦ ମେ ୨୮ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ସିକାଗୋଠାରେ ଭୂମିଷ୍ଠ ହୋଇଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ଥିଲେ। ତାଙ୍କର ପିତା ରିଚାର୍ଡ ଜଣେ ରାସାୟନିକ ଇଞ୍ଜିନିୟର ଓ ମା’ ଉଇନଫ୍ରେଡ୍‌ ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ ଥିଲେ। ପିଲାଦିନୁ ତାଙ୍କର ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ଥିଲା। ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୯୫୨ରେ ଇଞ୍ଜିନିୟରିଂ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତିନି ବର୍ଷ ନୌବାହିନୀରେ ଇଲେକ୍‌ଟ୍ରୋନିକ୍ସ ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସେଠାରୁ ୧୯୫୮ରେ ଜ୍ୟୋତର୍ବିଜ୍ଞାନରେ ସ୍ନାତକୋତ୍ତର ଓ ପି.ଏଚଡି ଡିଗ୍ରୀ ଲାଭ କରିଥିଲେ।
ଡ୍ରେକ୍‌ ଏହାପରେ ହାର୍ଭାର୍ଡ ଗ୍ରୀନବ୍ୟାଙ୍କଠାରେ ଥିବା ‘ଜାତୀୟ ରେଡିଓ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର’ରେ କାର୍ଯ୍ୟ କଲେ। ସେଠାରେ ସେ ‘ଓଜ୍‌ମା’ ନାମକ ପ୍ରକଳ୍ପରେ ବାହ୍ୟଜଗତରେ ବୁଦ୍ଧିମାନ ଜୀବର ସନ୍ଧାନ ପାଇଁ କାର୍ଯ୍ୟକଲେ। ଆମଠାରୁ ୧୧ ଆଲୋକବର୍ଷ ଦୂରରେ ଥିବା ସୂର୍ଯ୍ୟଭଳି ଦୁଇଟି ନକ୍ଷତ୍ର ‘ତାଉସେଟି’ ଏବଂ ‘ଏପାଲିସନ ଇରିଡାନି’କୁ ଦୂରବୀକ୍ଷଣ ଯନ୍ତ୍ରରେ ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିଥିଲେ। ଏହାର ଏକ ବର୍ଷ ପରେ କାର୍ଲ ସାଗନ, ଜନ୍‌ ଲିଲି ଓ ଅନ୍ୟ କେତେକ ଜ୍ୟୋତିର୍ବିଦ୍‌ଙ୍କ ସହିତ ମିଶି ସେ ‘ସେଟି’ ସମ୍ବନ୍ଧରେ ଆଲୋଚନା କଲେ।
ଏଭଳି ଏକ ଉଦ୍ଭଟ କଳ୍ପନା କରିଥିବାରୁ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବା ଭୟରେ ସେ ଏହାକୁ ଗୁପ୍ତ ରଖିଥିଲେ। ଡ୍ରେକ୍‌ ଏହି ପର୍ଯ୍ୟବେକ୍ଷଣଗାରରେ ତାଙ୍କର ପ୍ରସିଦ୍ଧ ସମୀକରଣକୁ ପ୍ରକାଶ କରିଥିଲେ। ଆଇନଷ୍ଟାଇନଙ୍କ ଶକ୍ତି-ବସ୍ତୁତ୍ୱ ସମୀକରଣ ପରେ ଏହାକୁ ବିଜ୍ଞାନରେ ଦ୍ୱିତୀୟ ଶ୍ରେଷ୍ଠ ସମୀକରଣର ଆଖ୍ୟା ଦିଆଯାଏ।
ଡ୍ରେକ୍‌ ଏହାପରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦରେ ଯୋଗଦେଲେ ଏବଂ ପରେ ପରେ ଜାତୀୟ ଜ୍ୟୋତିର୍ବିଜ୍ଞାନ ଓ ଆୟନମଣ୍ଡଳ କେନ୍ଦ୍ରର ନିର୍ଦ୍ଦେଶକ ହୋଇଥିଲେ। ଏହି କେନ୍ଦ୍ରରେ ଥିବା ବୃହତ୍‌ ୩୦୦ ମିଟର ଏଣ୍ଟିନା ପୃଥିବୀର ଶ୍ରେଷ୍ଠ ‘ସେଟି ଯନ୍ତ୍ର’ ଥିଲା। ସେଠାରେ ଥିବାବେଳେ ଡ୍ରେକ୍‌ ବୃହସ୍ପତି ଗ୍ରହ ଆୟନମଣ୍ଡଳ ଓ ଚୁମ୍ବକମଣ୍ଡଳ ଆବିଷ୍କାର କରିଥିଲେ। ସେ ମଧ୍ୟ ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ବିଷଦ ଅଧ୍ୟୟନ କରିଥିଲେ।
ଅନ୍ୟଗ୍ରହରେ ବୁଦ୍ଧିମାନ ଜୀବର ସନ୍ଧାନର ଗବେଷଣା ପାଇଁ ଅନେକ ବୈଜ୍ଞାନିକ ଓ ଅନୁଷ୍ଠାନ ଆକୃଷ୍ଟ ହେଲେ। ୧୯୭୫ରେ ‘ସାଇକ୍ଲୋପ୍‌ ପ୍ରକଳ୍ପ’ ଅଧୀନରେ ସୌରଜଗତରେ ଜୀବର ସନ୍ଧାନ ପାଇଁ ଅଧ୍ୟୟନ କରାଗଲା। ଡ୍ରେକ୍‌ଙ୍କ ଲିଖିତ ପୁସ୍ତକ ‘ମହାକାଶ ବୁଦ୍ଧିମାନ ଜୀବ’ର ମୂଳ ବିଷୟବସ୍ତୁ ଥିଲା ବିଶ୍ୱରେ ବୁଦ୍ଧିମାନ ଜୀବଙ୍କୁ ଖୋଜିବା ପାଇଁ। ‘ନାସା’ ୧୦୦ ମିଟର ବ୍ୟାସବିଶିଷ୍ଟ ୧୦୦୦ଟି ରେଡିଓ ଦୂରବୀକ୍ଷଣ ଯନ୍ତ୍ରର ଏକ ସମାହାର ଯୋଜନା କରିଥିଲା ଏବଂ ଆମଠାରୁ ୧୦୦୦ ଆଲୋକବର୍ଷ ଦୂରତା ପର୍ଯ୍ୟନ୍ତ ବିଶ୍ୱକୁ ଏହାଦ୍ୱାରା ପର୍ଯ୍ୟବେକ୍ଷଣ କରିବା ପାଇଁ ଡିଜାଇନ୍‌ ହୋଇଥିଲା। ଦଶ ବିଲିୟନ ଡଲାରର ଏହି ପ୍ରକଳ୍ପ ପାଇଁ ଅର୍ଥ ଦେବାକୁ ସରକାର ମନା କରିଦେବାରୁ ଏହା ବନ୍ଦ ହୋଇଗଲା। ମାତ୍ର ‘ସେଟି’ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିଲା। ଅନେକ ବେସରକାରୀ ସଂସ୍ଥା ମଧ୍ୟ ଏଥିପାଇଁ ଆଗେଇ ଆସିଲେ। ‘ସେଟି ଇନ୍‌ଷ୍ଟିଚ୍ୟୁଟ୍‌’ ସ୍ଥାପିତ ହୋଇ ଏହା ସମ୍ବନ୍ଧରେ ଅଧ୍ୟୟନ ଓ ଗବେଷଣା ହେଉଛି। ‘ନାସା’ ମହାକାଶକୁ ୧୯୭୨ ଓ ୧୯୭୩ରେ ଯଥାକ୍ରମେ ‘ପାଇଓନିୟର-୧୦’ ଏବଂ ‘ପାଇଓନିୟର-୧୧’ ଯାନ ପ୍ରେରଣ କରିଥିଲା। ଡ୍ରେକ୍‌ ଓ କାର୍ଲ ସାଗନ୍‌ ଡିଜାଇନ୍‌ କରିଥିବା ଗୋଟିଏ ଫଳକ ଏଥିରେ ଥିଲା। ଏଥିରେ ଜଣେ ପୁରୁଷ ଓ ମହିଳାର ନଗ୍ନ ଚିତ୍ର ସହିତ ଏହା କେଉଁଠାରୁ ଯାଇଛି ତାହାର ମାନଚିତ୍ର ଥିଲା। ସେହିପରି ୧୯୭୭ରେ ‘ନାସା’ର ‘ଭୋୟେଜର-୧’ ଏବଂ ‘ଭୋୟେଜର-୨’ ଯାନରେ ମଧ୍ୟ ଡ୍ରେକ୍‌ ଓ ସାଗନ ୧୨ ଇଞ୍ଚର ସୁନା ପ୍ରଲେପିତ ତମ୍ବା ରେକର୍ଡ ଥାଳିଆ ଖଞ୍ଜିଥିଲେ, ଯେଉଁଥିରେ ପୃଥିବୀ ପୃଥିବୀବାସୀଙ୍କ ଶବ୍ଦ ଓ ଦୃଶ୍ୟ ଥିଲା। ଡ୍ରେକ୍‌ ୧୯୭୪ ନଭେମ୍ବର ୧୬ରେ ‘ଏମ୍‌-୧୩’ ନକ୍ଷତ୍ରମଣ୍ଡଳ ଆଡ଼କୁ ୨୦ ଟ୍ରିଲିୟନ ଓ୍ବାଟ୍‌ କ୍ଷମତାର ଏକ ବାର୍ତ୍ତା ପଠାଇଥିଲେ। ଉଦ୍ଦେଶ୍ୟ ଥିଲା ଯଦି ପୃଥିବୀ ବାହାରର ବୁଦ୍ଧିମାନ ଜୀବନ ଏସବୁକୁ ପାଇବେ, ତାହାହେଲେ ସେମାନେ ଆମର ଅନେଷ୍ବଣ କରି ଆମ ସହିତ ସମ୍ପର୍କ ସ୍ଥାପନ କରିପାରିବେ।
ଡ୍ରେକ୍‌ ୧୯୮୪ରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ଏବଂ ‘ସେଟି’ ଇନ୍‌ଷ୍ଟିଚ୍ୟୁଟର ସଭାପତି ମଧ୍ୟ ହେଲେ। ସେହି ବର୍ଷ ସେପ୍ଟେମ୍ବର ୨ ତାରିଖରେ ସେ ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ସମ୍ମାନରେ ଗୋଟିଏ ଗ୍ରହାଣୁର ନାମ ‘୪୭୭୨ ଫ୍ରାଙ୍କ୍‌ ଡେଡ୍‌’ ରଖାଯାଇଛି। ସେଟି ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିବର୍ଷ ସେଟି ସମ୍ବନ୍ଧରେ ଉନ୍ନତ ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ‘ଡ୍ରେକ୍‌ ପୁରସ୍କାର’ ପ୍ରଦାନ କରୁଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri