ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ, ୭।୭: ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଛି ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ସୋମବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୪ ଫୁଟ ଗଭୀରରେ ତାଡ଼ି ନେଇଛି ବାଲି। ସ୍ବର୍ଗଦ୍ୱାର ସମ୍ମୁଖ ଭାଗରେ ପ୍ରାୟ ୧୫୦ରୁ ୨୦୦ ମିଟର ଲମ୍ବ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏହା ସମୁଦ୍ରର ସ୍ବାଭାବିକ ପ୍ରକ୍ରିୟା। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଅବକ୍ଷୟ ସ୍ଥାନ ପୁଣି ବାନ୍ଧି ହୋଇଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଦେବାନନ୍ଦ ବେଉରା କହିଛନ୍ତି।
ସମୁଦ୍ରର ଏଭଳି ସ୍ଥିତି ସମ୍ପର୍କରେ ଡ. ବେଉରା କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶାର ତଟ କ୍ଷୟ ହେଉଛି। ବିଶେଷକରି ପୁରୀ, ଗୋପାଳପୁର, ପାରାଦୀପ, ଏରସମାର ଶିଆଳି, କେନ୍ଦ୍ରାପଡ଼ାର ସାତଭାୟା ଏହିସବୁ ସ୍ଥାନରେ ସମୁଦ୍ର କୂଳ ଖାଉଛି। ପୁରୀ ପାଇଁ ଏହା ନୂଆ କଥା ନୁହେଁ। ପୂର୍ବରୁ ୨୦୦୭ରେ ବଳିଆପଣ୍ଡା ଏବଂ ୨୦୧୬ରେ ସ୍ବର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଖାଇ ରାସ୍ତା ପାଖକୁ ମାଡ଼ି ଆସିଥିଲା। ଗତବର୍ଷ ସ୍ବର୍ଗଦ୍ୱାର ଏବଂ ପାନ୍ଥନିବାସ ନିକଟରେ ଉଚ୍ଚ ଢେଉ ଆସି ବେଳାଭୂମିକୁ ଅବକ୍ଷୟ କରିଥିଲା। ତେବେ ଏହାର ବିଭିନ୍ନ କାରଣ ଅଛି। ସାଧାରଣତଃ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ ମୌସୁମୀ ଅଧିକ ସକ୍ରିୟ ରହିଥିବାବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିଥାଏ। ବଡ଼ ବଡ଼ ଢେଉ ଆସି କୂଳରେ ମାଡ଼ ହୁଏ। ତେବେ ପୁରୀ କ୍ଷେତ୍ରରେ ମଙ୍ଗଳା ନଦୀ ମୁହାଣ ସଂକୁଚିତ ହୋଇଯିବା ପ୍ରମୁଖ କାରଣ କୁହାଯାଇପାରେ। କିନ୍ତୁ ଏଥିପାଇଁ ଏତେଟା ଭୟଭୀତ ହେବାର ନାହିଁ। ସମୁଦ୍ରର ଏହା ସ୍ବାଭାବିକ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ଅସ୍ଥାୟୀ।
ସୂଚନାଥାଉ କି, ୨୦୧୬ ଅଗଷ୍ଟରେ ସ୍ବର୍ଗଦ୍ୱାର ସମ୍ମୁଖରେ ବେଳାଭୂମି କ୍ଷୟ ହୋଇଥିଲା। ପ୍ରାୟ ୨୦୦ ଫୁଟରୁ ଊର୍ଦ୍ଧ୍ୱ କୂଳ ଖାଇଥିଲା। ବେଳାଭୂମି ମାର୍ଗ ପର୍ଯ୍ୟନ୍ତ ସମୁଦ୍ର ଛୁଇଁଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନେ ଆସି ସମୁଦ୍ରର ଏଭଳି ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ମଧ୍ୟ ଆସି ଦେଖିଥିଲେ। ତେବେ ପରବର୍ତ୍ତୀ ସମୟରେ ସମୁଦ୍ର ପୁଣି ତା’ ପୂର୍ବ ସ୍ଥିତିକୁ ଫେରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri