ସ୍କୁଟି ଚାଳକଙ୍କୁ ପଛରୁ ପିଟିଲା ଟ୍ରକ

ଚୌଦ୍ୱାର,୨୩ା୧୨(ଡି.ଏନ୍‌.ଏ.): ୫୫ ନଂ. ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଛକ ଏକ ହୋଟେଲ ନିକଟରେ ଗୁରୁବାର ସକାଳେ ଟ୍ରକ ଦୁର୍ଘଟଣାରେ ଜଣକର ଶୋଚନୀୟ ମୃତ୍ୟୁ ହୋଇଛି ା

ମିଳିଥିବା ସୁଚନା ଅନୁଯାୟୀ, ମଙ୍ଗୁଳିରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ ସ୍କୁଟି ଆରୋହୀଙ୍କୁ ଏକ ଦଶଚକିଆ ଟ୍ରକ ପଛରୁ ଧକ୍କା ଦେଇ ଚାଲି ଯାଇଥିଲା ା ଫଳରେ ସ୍କୁଟି ଆରୋହୀ ଜଣକ ଟ୍ରକ୍‌ର ପଛ ଚକାତଳେ ପଡ଼ି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଚୌଦ୍ୱାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୃତକ ଜଣଙ୍କର ପରିଚୟ ମିଳିପାରିନାହଁି ା