Posted inଫୁରସତ

ପାଦ ଛୁଇଁ ପ୍ରଣାମ ପଛର ବୈଜ୍ଞାନିକ କାରଣ, ଜାଣନ୍ତୁ…

ବଡ଼ଙ୍କୁ ସମ୍ମାନ ଦେବା ଓ ତାଙ୍କ ଆଶୀର୍ବାଦ ନେବାର ଏକ ମାଧ୍ୟମ ହେଉଛି ପାଦ ଛୁଇଁ ପ୍ରଣାମ କରିବା। ଏହା ଆମ ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। ତେବେ ପାଦ ଛୁଇଁ ପ୍ରଣାମ କେବଳ ଆମ ସଂସ୍କୃତି, ପରମ୍ପରାର ଅଂଶ ନୁହେଁ ଏଭଳି କରିବା ପଛରେ ବୈଜ୍ଞାନିକ କାରଣ ବି ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

ପାଦ ଛୁଇଁ ପ୍ରଣାମ କରିବା ହେଉଛି ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। ନିଜ ବୟସଠାରୁ ବଡ଼ ତଥା ବିଦ୍ୱାନ ବ୍ୟକ୍ତିଙ୍କ ସହ ଦେଖା ହେବା ମାତ୍ରେ ଆମେ ମୁଣ୍ଡ ତଳକୁ ନୁଆଇଁ ଦୁଇ ହାତରେ ବ୍ୟକ୍ତିଙ୍କ ପାଦକୁ ସ୍ପର୍ଶ କରି ମୁଣ୍ଡିଆ ମାରୁ। ବଡ଼ଙ୍କୁ ସମ୍ମାନ ଦେବା ଓ ତାଙ୍କ ଆଶୀର୍ବାଦ ନେବାର ଏହା ହେଉଛି ଏକ ମାଧ୍ୟମ। ପାଦ ଛୁଇଁ ପ୍ରଣାମ କେବଳ ଆମ ସଂସ୍କୃତି, ପରମ୍ପରାର ଅଂଶ ନୁହେଁ ଏହାପଛରେ ବୈଜ୍ଞାନିକ କାରଣ ବି ରହିଛି।

ପିଲାଟି ଦିନରୁ ବୟୋଜ୍ୟେଷ୍ଠଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରିବା ପ୍ରତି ଘରେ ଶିଖାଯାଇଥାଏ। ସେ ସ୍କୁଲ ଯିବା ପୂର୍ବରୁ, ଅଫିସ ଯିବା ପୂର୍ବରୁ ହେଉ କି ପ୍ରଥମ କରି କୌଣସି କାର୍ଯ୍ୟ ଆରମ୍ଭ କରିବାବେଳେ ଅବା ବୟୋଜ୍ୟେଷ୍ଠଙ୍କୁ ଭେଟିବା ମାତ୍ରେ ଆମେ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରୁ। ଏହାଦ୍ୱାରା ବଡ଼ମାନଙ୍କ ଆଶୀର୍ବାଦ ତ ଲାଭ ହୁଏ ତା’ସହ ଆମ ଶରୀର ମଧ୍ୟକୁ ତାଙ୍କର ସକାରାତ୍ମକ ଊର୍ଜା ବି ପ୍ରବେଶ କରେ। ସରଳ ଭାଷାରେ କହିବାକୁ ଗଲେ ଆମ ଶରୀରରେ ଅନେକ ତନ୍ତ୍ରିକା ବା ଶୀରା ପ୍ରଶିରା ଅଛି। ଏହି ତନ୍ତ୍ରିକାଗୁଡ଼ିକ ମସ୍ତିଷ୍କରୁ ଆରମ୍ଭ ହୋଇ ହାତ ପାଦର ଅଙ୍ଗୁଳିରେ ଶେଷ ହୁଏ। ତା’ସହ ଆମ ଶରୀରରେ ମସ୍ତିଷ୍କଠାରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ଏହା ଦ୍ୱାରା ଲଗାତାର ଊର୍ଜା ସଂଚାର ହୋଇଥାଏ। ସେଥିପାଇଁ ଆମେ ଯେବେ କାହାରି ପାଦ ସ୍ପର୍ଶ କରୁ ସେହି ବ୍ୟକ୍ତିଙ୍କ ଊର୍ଜା ଆମ ହାତ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରେ। ଆଉ ଦୁହିଁଙ୍କ ମସ୍ତିଷ୍କ ଓ ହୃଦୟ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥାଏ। ଏହାବାଦ୍‌ ଯେବେ ଆମେ ସଠିକ ଉପାୟରେ ଚରଣ ସ୍ପର୍ଶ କରୁ ଅର୍ଥାତ୍‌ ଆମେ ଅଣ୍ଟା ନୁଆଇଁ ବାମ ହାତ ଅଙ୍ଗୁଳି ଦ୍ୱାରା ସାମ୍‌ନାରେ ଥିବା ବ୍ୟକ୍ତିଙ୍କ ଡାହାଣ ପାଦ ଓ ଡାହାଣ ହାତର ଅଙ୍ଗୁଳିରେ ବ୍ୟକ୍ତିଙ୍କ ବାମ ପାଦ ସ୍ପର୍ଶ କରୁ ଶରୀରରେ ବୈଦ୍ୟୁତିକ ଊର୍ଜାର ଚକ୍ର ତିଆରି ହୋଇଥାଏ। ଆଉ ସାମ୍‌ନାରେ ଥିବା ବ୍ୟକ୍ତିଙ୍କ ଊର୍ଜା ଆମ ଶରୀରରେ ପ୍ରବେଶ କରେ।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri