ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି

କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ ସମାଧାନ ପ୍ରତିଶ୍ରୁତି ସ୍ଥାନୀୟ ଲୋକ ପ୍ରତିନିଧି ଦେଇପାରୁନାହାନ୍ତି। ଜିଲାର ୨୧୭ଟି ସ୍କୁଲରେ କମ ଶିକ୍ଷାର୍ଥୀ ଥିବା ଦର୍ଶାଇ ୨୦୨୦ରେ ନିକଟସ୍ଥ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଛି। ତତ୍କାଳୀନ ସମୟରେ ଏହି ମିଶ୍ରଣକୁ ବିରୋଧ କରି ଜିଲାର ଅଭିଭାବକମାନେ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଶ୍ରଣ ପ୍ରକ୍ରିୟାକୁ ରୋକିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା। ଏହାସତ୍ତ୍ୱେ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ବଦଳାଇବା ଲୋକ ପ୍ରତିନିଧିଙ୍କ ପାଇଁ ସମ୍ଭବ ହୋଇ ପାରିନାହିଁ। କୋମଳମତି ପିଲାଙ୍କୁ ଘରଠାରୁ ଦୂର ସ୍କୁଲକୁ ଛାଡ଼ିବାକୁ ଏଯାଏ ଅଭିଭାବକମାନେ ରାଜି ହୋଇନାହାନ୍ତି।
କଂସାର ଗ୍ରାମର ନିରଞ୍ଜନ ପରିଡା କହିଛନ୍ତି, ପ୍ରଥମରୁ ହାଇସ୍କୁଲ ଯାଏ ପିଲାମାନଙ୍କର ବାହାର ଦୁନିଆ ସହିତ ସମ୍ପର୍କ ସାଧାରଣରେ ନ ଥାଏ। ଗ୍ରାମ ନିକଟ ସ୍କୁଲରେ ପାଠ ପଢ଼ିଥାନ୍ତି। ତେବେ କମ ପିଲା ଦର୍ଶାଇ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ବିଦ୍ୟାଳୟକୁ ୨ରୁ ୫ କିଲୋମିଟର ପର୍ଯ୍ୟନ୍ତ ଦୂରରେ ଥିବା ସ୍କୁଲରେ ମିଶାଇ ଦିଆଯାଇଛି। ଏଥିରେ ସର୍ବାଧିକ କୋମଳମତି ପିଲାମାନେ ଶିକାର ହୋଇଛନ୍ତି। ଜିଲାର ୩ଟି ହାଇସ୍କୁଲ, ୪ଟି ଉଚ୍ଚ ପ୍ରାଥମିକ ସ୍କୁଲ ଏହି ମିଶ୍ରଣରେ ଥିବା ବେଳେ ୨୧୦ଟି ପ୍ରାଥମିକ ବିଦ୍ୟାଳୟ ଅଛି। ୧୦ ବର୍ଷୀୟ ଶିକ୍ଷାର୍ଥୀମାନେ ସାଧାରଣରେ ଚପଳତାର ଶିକାର ହୋଇଥାନ୍ତି। ରାସ୍ତାରେ ଗାଡ଼ି ମୋଟର ଯାତାୟାତ ସହିତ ବୁଲା ପ୍ରାଣୀ, ପକ୍ଷୀଙ୍କ ଶିକାର ହେବା କୌଣସି ଅପ୍ରାଷଙ୍ଗିକ ନୁହେଁ। ସେହିପରି ଏହି ଜିଲା ନଦୀ ନାଳଭରା ହୋଇଥିବା ବେଳେ ଗମନାଗମନ ପଥ ସୁବିଧା ନାହିଁ। କେଉଁ ଅଭିଭାବକ ନିଜର ପିଲାଙ୍କ ଶିକ୍ଷା ପାଇଁ ଦୁର୍ଘଟଣାରେ ଜୀବନ ନଷ୍ଟ କରିବାକୁ ଦେବ। ମାର୍ଶାଘାଇର ଆଲୋକ କୁମାର ଦାସ କହିଛନ୍ତି, ସ୍କୁଲ ମିଶ୍ରଣର ପ୍ରଭାବ ମାର୍ଶାଘାଇ ସରକାରୀ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ କେବଳ ବାଳିକାମାନେ ପାଠ ପଢ଼ୁଥିଲେ। ଏବେ ଏହି ସ୍କୁଲରେ ବାଳକମାନେ ପାଠ ପଢ଼ୁଛନ୍ତି। ଏଥିପାଇଁ ବାଳିକା ହାଇସ୍କୁଲକୁ ନୋଡାଲ ହାଇସ୍କୁଲ ଭାବେ ପରିଣତ କରାଯାଇଛି। ଜିଲାର ମିଶ୍ରଣ ହୋଇଥିବା ସ୍କୁଲର ଭିତ୍ତିଭୂମି ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହେଉଛି। ଏହି ସ୍କୁଲ ଅନ୍ୟ କୌଣସି ଅନୁଷ୍ଠାନରେ ପରିଣତ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ କାର୍ଯ୍ୟରେ ଆସିପାରନ୍ତା। ଏହା ନ ହେଲେ ଏହି ସରକାରୀ ସ୍କୁଲରେ ବିନିଯୋଗ ହୋଇଥିବା ଅର୍ଥ ନଷ୍ଟ ହୋଇଯିବ। ଦେପୁର ଗ୍ରାମର ଜଗଦୀଶ ପତି କହିଛନ୍ତି, ଶିକ୍ଷା ବିଭାଗ ବିଦ୍ୟାଳୟ ମିଶ୍ରଣ ନେଇ ବିଜ୍ଞପ୍ତିରେ ସିଡ୍ୟୁଲ ଏରିଆର ୨୫ଜଣ ଓ ଅଣସିଡ୍ୟୁଲ ଏରିଆର ୨୦ଜଣ ଶିକ୍ଷାର୍ଥୀ କମ୍‌ ଥିଲେ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିଛନ୍ତି। ଏହାକୁ ନେଇ ତତ୍କାଳୀନ ସମୟରେ ବହୁ ରାସ୍ତାରୋକୋ ହୋଇଛି। ସରପଞ୍ଚ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅଭିଭାବକ ଦ୍ୱାରସ୍ଥ ହୋଇଛନ୍ତି। ଏଥିରୁ ସୁଫଳ ନ ମିଳିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯାଇଛନ୍ତି। ତେବେ ଶିକ୍ଷା ବିଭାଗ ସ୍କୁଲ ମିଶ୍ରଣକୁ କୋର୍ଟ ସମର୍ଥନ ଦେବାରୁ ଅଭିଭାବକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri