ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି

କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ ସମାଧାନ ପ୍ରତିଶ୍ରୁତି ସ୍ଥାନୀୟ ଲୋକ ପ୍ରତିନିଧି ଦେଇପାରୁନାହାନ୍ତି। ଜିଲାର ୨୧୭ଟି ସ୍କୁଲରେ କମ ଶିକ୍ଷାର୍ଥୀ ଥିବା ଦର୍ଶାଇ ୨୦୨୦ରେ ନିକଟସ୍ଥ ଅନ୍ୟ ସ୍କୁଲରେ ମିଶ୍ରଣ କରାଯାଇଛି। ତତ୍କାଳୀନ ସମୟରେ ଏହି ମିଶ୍ରଣକୁ ବିରୋଧ କରି ଜିଲାର ଅଭିଭାବକମାନେ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମିଶ୍ରଣ ପ୍ରକ୍ରିୟାକୁ ରୋକିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା। ଏହାସତ୍ତ୍ୱେ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ବଦଳାଇବା ଲୋକ ପ୍ରତିନିଧିଙ୍କ ପାଇଁ ସମ୍ଭବ ହୋଇ ପାରିନାହିଁ। କୋମଳମତି ପିଲାଙ୍କୁ ଘରଠାରୁ ଦୂର ସ୍କୁଲକୁ ଛାଡ଼ିବାକୁ ଏଯାଏ ଅଭିଭାବକମାନେ ରାଜି ହୋଇନାହାନ୍ତି।
କଂସାର ଗ୍ରାମର ନିରଞ୍ଜନ ପରିଡା କହିଛନ୍ତି, ପ୍ରଥମରୁ ହାଇସ୍କୁଲ ଯାଏ ପିଲାମାନଙ୍କର ବାହାର ଦୁନିଆ ସହିତ ସମ୍ପର୍କ ସାଧାରଣରେ ନ ଥାଏ। ଗ୍ରାମ ନିକଟ ସ୍କୁଲରେ ପାଠ ପଢ଼ିଥାନ୍ତି। ତେବେ କମ ପିଲା ଦର୍ଶାଇ କେନ୍ଦ୍ରାପଡ଼ା ଜିଲାର ୨୧୭ଟି ବିଦ୍ୟାଳୟକୁ ୨ରୁ ୫ କିଲୋମିଟର ପର୍ଯ୍ୟନ୍ତ ଦୂରରେ ଥିବା ସ୍କୁଲରେ ମିଶାଇ ଦିଆଯାଇଛି। ଏଥିରେ ସର୍ବାଧିକ କୋମଳମତି ପିଲାମାନେ ଶିକାର ହୋଇଛନ୍ତି। ଜିଲାର ୩ଟି ହାଇସ୍କୁଲ, ୪ଟି ଉଚ୍ଚ ପ୍ରାଥମିକ ସ୍କୁଲ ଏହି ମିଶ୍ରଣରେ ଥିବା ବେଳେ ୨୧୦ଟି ପ୍ରାଥମିକ ବିଦ୍ୟାଳୟ ଅଛି। ୧୦ ବର୍ଷୀୟ ଶିକ୍ଷାର୍ଥୀମାନେ ସାଧାରଣରେ ଚପଳତାର ଶିକାର ହୋଇଥାନ୍ତି। ରାସ୍ତାରେ ଗାଡ଼ି ମୋଟର ଯାତାୟାତ ସହିତ ବୁଲା ପ୍ରାଣୀ, ପକ୍ଷୀଙ୍କ ଶିକାର ହେବା କୌଣସି ଅପ୍ରାଷଙ୍ଗିକ ନୁହେଁ। ସେହିପରି ଏହି ଜିଲା ନଦୀ ନାଳଭରା ହୋଇଥିବା ବେଳେ ଗମନାଗମନ ପଥ ସୁବିଧା ନାହିଁ। କେଉଁ ଅଭିଭାବକ ନିଜର ପିଲାଙ୍କ ଶିକ୍ଷା ପାଇଁ ଦୁର୍ଘଟଣାରେ ଜୀବନ ନଷ୍ଟ କରିବାକୁ ଦେବ। ମାର୍ଶାଘାଇର ଆଲୋକ କୁମାର ଦାସ କହିଛନ୍ତି, ସ୍କୁଲ ମିଶ୍ରଣର ପ୍ରଭାବ ମାର୍ଶାଘାଇ ସରକାରୀ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ କେବଳ ବାଳିକାମାନେ ପାଠ ପଢ଼ୁଥିଲେ। ଏବେ ଏହି ସ୍କୁଲରେ ବାଳକମାନେ ପାଠ ପଢ଼ୁଛନ୍ତି। ଏଥିପାଇଁ ବାଳିକା ହାଇସ୍କୁଲକୁ ନୋଡାଲ ହାଇସ୍କୁଲ ଭାବେ ପରିଣତ କରାଯାଇଛି। ଜିଲାର ମିଶ୍ରଣ ହୋଇଥିବା ସ୍କୁଲର ଭିତ୍ତିଭୂମି ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହେଉଛି। ଏହି ସ୍କୁଲ ଅନ୍ୟ କୌଣସି ଅନୁଷ୍ଠାନରେ ପରିଣତ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ କାର୍ଯ୍ୟରେ ଆସିପାରନ୍ତା। ଏହା ନ ହେଲେ ଏହି ସରକାରୀ ସ୍କୁଲରେ ବିନିଯୋଗ ହୋଇଥିବା ଅର୍ଥ ନଷ୍ଟ ହୋଇଯିବ। ଦେପୁର ଗ୍ରାମର ଜଗଦୀଶ ପତି କହିଛନ୍ତି, ଶିକ୍ଷା ବିଭାଗ ବିଦ୍ୟାଳୟ ମିଶ୍ରଣ ନେଇ ବିଜ୍ଞପ୍ତିରେ ସିଡ୍ୟୁଲ ଏରିଆର ୨୫ଜଣ ଓ ଅଣସିଡ୍ୟୁଲ ଏରିଆର ୨୦ଜଣ ଶିକ୍ଷାର୍ଥୀ କମ୍‌ ଥିଲେ ନିକଟସ୍ଥ ସ୍କୁଲରେ ମିଶ୍ରଣ କରିଛନ୍ତି। ଏହାକୁ ନେଇ ତତ୍କାଳୀନ ସମୟରେ ବହୁ ରାସ୍ତାରୋକୋ ହୋଇଛି। ସରପଞ୍ଚ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅଭିଭାବକ ଦ୍ୱାରସ୍ଥ ହୋଇଛନ୍ତି। ଏଥିରୁ ସୁଫଳ ନ ମିଳିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟକୁ ଯାଇଛନ୍ତି। ତେବେ ଶିକ୍ଷା ବିଭାଗ ସ୍କୁଲ ମିଶ୍ରଣକୁ କୋର୍ଟ ସମର୍ଥନ ଦେବାରୁ ଅଭିଭାବକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri