କ୍ରୀଡ଼ା ଶିକ୍ଷକ ଚଳାଉଛନ୍ତି ବିଦ୍ୟାଳୟ

ଆରଡ଼ି, ୩।୬(ଡି.ଏନ.ଏ.) ଗଁାରେ ଶିକ୍ଷାରେ ବିକାଶ ହେବ। ଏହି ଲକ୍ଷ୍ୟ ନେଇ ଗ୍ରାମବାସୀ ୧୯୮୧ରେ ଖୋଲିଥିଲେ ଏକ ଉଚ୍ଚ ବିଦ୍ୟାଳୟ। ସ୍ଥାନୀୟ ଅଞ୍ଚଳ ତଥା ଜିଲାର ବାସୁଦେବପୁର ଅଞ୍ଚଳର ଶିକ୍ଷିତ ଯୁବକମାନେ ଏଠାରେ ନିଯୁକ୍ତି ପାଇ ଶିକ୍ଷାଦାନ କରୁଥିଲେ। ବହୁ ମେଧାବୀ ଛାତ୍ରୀଛାତ୍ର ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୟାନୁସାରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ଅବସର ନେଇ ଗଲେଣି। ସରକାରୀ କଟକଣା ଯୋଗୁ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ବିଦ୍ୟାଳୟ ହେଉଛି ଭଦ୍ରକ ଜିଲା ଧାମନଗର ବ୍ଲକର ପାଳସାହି ପଞ୍ଚାୟତ ସାହୁସାହି ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାଳୟ। ବିଦ୍ୟାଳୟ ନିର୍ମିତ ହେବାକୁ ୪୧ ବର୍ଷ ବିତିଲାଣି। ହେଲେ ଏଯାଏ ମିଳିନି ସରକାରୀ ମାନ୍ୟତା। ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ପ୍ରାୟ ୫୦। କ୍ରୀଡ଼ା ଶିକ୍ଷକ ଅଜୟ କୁମାର ସାହୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କୁ ଛାଡ଼ିଦେଲେ ଜଣେ କିରାଣି ଓ ୨ଜଣ ପିଅନ ଥିଲେ। ଗତମାସ ୩୧ତାରିଖରେ ଜଣେ ପିଅନ ଅବସର ନେଇଛନ୍ତି। ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା କରି ଅଭିଭାବକମାନେ ୩ ଘରୋଇ ଶିକ୍ଷକଙ୍କୁ ପାରିଶ୍ରମିକ ଦେଇ ବିଦ୍ୟାଳୟ ଚଳାଉଛନ୍ତି। କରୋନା ମହାମାରୀ ପୂର୍ବରୁ ବିଦ୍ୟାଳୟରେ ଗେଷ୍ଟ ଟିଚରମାନଙ୍କୁ ଏଠାରେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଦୁଇବର୍ଷ ହେଲା ଏପରି ବ୍ୟବସ୍ଥା ବି ବନ୍ଦ ହୋଇଯାଇଛି। ଅଭିଭାବକମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଏଣୁ ଘରୋଇ ଶିକ୍ଷକମାନଙ୍କୁ ମାସିକ ପାରିଶ୍ରମିକ ଦେବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। କେଉଁ ମୁହୂର୍ତ୍ତରେ ବି ବିଦ୍ୟାଳୟ ବନ୍ଦ ହୋଇଯିବାର ଅଶଙ୍କା ରହିଛି। ସ୍ଥାୟୀ ସମାଧାନ ନିମନ୍ତେ ବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ଏବଂ ସାମୟିକ ଭାବେ ଗେଷ୍ଟ ଟିଚର ନିଯୁକ୍ତି ଲାଗି ଦାବି କରାଯାଇଛି। ଯେଉଁ ଘରୋଇ ଶିକ୍ଷକ ଏବେ ଶିକ୍ଷାଦାନ କରୁଛନ୍ତି, ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ଏହି ବିଦ୍ୟାଳୟରେ ନିଯୁକ୍ତି ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର କହିଛନ୍ତି, ସରକାରୀ ନିୟମରେ ଏବେ ଶିକ୍ଷକ ନିଯୁକ୍ତି ଦିଆଯାଇପାରିବ ନାହିଁ। ତେବେ ଯଥାସମ୍ଭବ ଗେଷ୍ଟ ଟିଚର ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri